Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ସମେତ ଦେଶର ଆଠଟି ସ୍ଥାନରେ 4ଜି ଟାୱାରଗୁଡ଼ିକର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଓଡ଼ିଶା ସମେତ ଦେଶର ଆଠଟି ସ୍ଥାନରେ 4ଜି ଟାୱାରଗୁଡ଼ିକର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦୀ
ଓଡ଼ିଶା ସମେତ ଦେଶର ଆଠଟି ସ୍ଥାନରେ 4ଜି ଟାୱାରଗୁଡ଼ିକର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 27 ତାରିଖ, ଶନିବାର ଦିନ ଓଡ଼ିଶା ସମେତ ଆଠଟି ରାଜ୍ୟରେ ଦେଶବ୍ୟାପୀ ସ୍ୱଦେଶୀ 4ଜି ଷ୍ଟାକ୍‌ ଏବଂ ଡିଜିଟାଲ ଭାରତ ନିଧି (ଡିବିଏନ)ର ପାଣ୍ଠି ଯୋଗାଣରେ ନିର୍ମିତ 4ଜି ଟାୱାରଗୁଡ଼ିକର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ସାରା ଦେଶର 92,633ଟି 4ଜି ସାଇଟ୍‌ 2 କୋଟି 20 ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦେବ। ଏମାନଙ୍କ ମଧ୍ୟରୁ 20 ଲକ୍ଷ ଉପଭୋକ୍ତା ପ୍ରଥମ ଥର ପାଇଁ ଡିଜିଟାଲ ସୁବିଧା ପାଇବାକୁ ଯାଉଛନ୍ତି। ଡିଜିଟାଲ ଭାରତ ନିଧି 4ଜି ମୋବାଇଲ୍‌ ପ୍ରକଳ୍ପରେ ବିଏସଏନଏଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା 14,180ଟି ଡିବିଏନ ପାଣ୍ଠି ବିଶିଷ୍ଟ 4G ସାଇଟ୍ ରହିଛି।

ସେହିପରି ଘରୋଇ ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ 4,723 ଟି ସାଇଟ୍ ଏଥିରେ ଅନ୍ତର୍ଭୁକ୍ତ ଯାହା ଭାରତର 26,707ଟି ଦୂରବର୍ତ୍ତୀ ଗ୍ରାମରେ 20 ଲକ୍ଷ ପରିବାରକୁ ମୋବାଇଲ୍ ଏବଂ ଇଣ୍ଟରନେଟ୍‌ ସେବା ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, 18,903ଟି 4ଜି ସାଇଟ୍ ହେଉଛି ସୌର ଶକ୍ତି ଦ୍ୱାରା ପରିଚାଳିତ ହେବ ଯାହାକି ଭାରତରେ ସର୍ବାଧିକ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଅମଲିପାଲିସ୍ଥିତ ନମୋସ୍ଥଳଠାରେ ଉପସ୍ଥିତ ରହି ଏସବୁ ପ୍ରକଳ୍ପର ଶୁଭାରମ୍ଭ କରିବେ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ଉତ୍ତରପ୍ରଦେଶର ଲକ୍ଷ୍ନୌ, ମହାରାଷ୍ଟ୍ରର ପୁଣେ, ରାଜସ୍ଥାନର ଜୟପୁର, ଆସାମର ଗୌହାଟୀ, ଗୁଜରାଟର ଗାନ୍ଧୀନଗର, ବିହାରର ପାଟନାଠାରେ ସମାନ୍ତରାଳ ଭାବେ 4ଜି ସାଇଟ୍‌ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏସବୁ କାର୍ଯ୍ୟକ୍ରମରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ଭାରତ, ଦୀର୍ଘ ଦିନ ଧରି ସେବାପ୍ରଦାନ ବା ସର୍ଭିସେସ୍‌ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱମହାଶକ୍ତି ରୂପେ ପରିଚିତ ହୋଇ ଆସିଛି। ଦେଶ ଏବେ ଉତ୍ପାଦ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହିତ ସଫ୍ଟୱେର୍ ଏବଂ ଆଇଟି ସେବାରେ ଏହାର ବର୍ଦ୍ଧିତ କ୍ଷମତା ପ୍ରଦର୍ଶନ କରୁଛି। ଭାରତ ପୂର୍ବରୁ ଅଟୋମୋବାଇଲ୍, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନ୍ ଭଳି କ୍ଷେତ୍ରରେ ଅଗ୍ରଗତି କରିସାରିଛି। ଦେଶ ଏବେ ଦୂରସଞ୍ଚାର ହାର୍ଡୱେର୍ ବିକାଶ ଏବଂ ବିନିଯୋଗ ସହିତ ନିଜର ସମ୍ପୂର୍ଣ୍ଣ ସ୍ୱଦେଶୀ 4ଜି ଷ୍ଟାକ୍ ସହିତ ଆଗକୁ ବଢ଼ୁଛି।

ଏହା କେବଳ ବିଏସଏନଏଲ ପାଇଁ ଏକ ପ୍ରକଳ୍ପ ନୁହେଁ, ବରଂ ଏହା ଏକ ଅନ୍ତର୍ଜାତୀୟ ପ୍ରଯୁକ୍ତିବିଦ୍ୟା ସଫଳତା। ଏହା ଭାରତକୁ ବିଶ୍ୱର ମାତ୍ର ପାଞ୍ଚଟି ଦେଶର ଏକ ସ୍ୱତନ୍ତ୍ର କ୍ଲବରେ ସ୍ଥାନିତ କରେ ଯେଉଁ ରାଷ୍ଟ୍ରଗୁଡ଼ିକ ଏକ ସମ୍ପୂର୍ଣ୍ଣ ମୋବାଇଲ୍-ନେଟୱର୍କ ଷ୍ଟାକ୍ ନିର୍ମାଣ ଏବଂ ବିନିଯୋଗ କରିବାରେ ସକ୍ଷମ। ବିଏସଏନଏଲ ଏହାର 25ତମ ପ୍ରତିଷ୍ଠା ବର୍ଷ ପାଳନ କରୁଥିବା ସମୟରେ ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ବହୁ ଦଶନ୍ଧି ଧରି, ବିଏସଏନଏଲ କ୍ଷତି, ପୁରୁଣା ଭିତ୍ତିଭୂମି ଦ୍ୱାରା ଭାରାକ୍ରାନ୍ତ ଆହ୍ୱାନକୁ ନେଇ  ସଂଘର୍ଷ କରୁଥିଲା। ଆଜି ଏହାର ସ୍ଥିତରେ ଆସିଥିବା ପରିବର୍ତ୍ତନ ଆତ୍ମନିର୍ଭର ଭାରତର ପ୍ରମାଣ ଦେଉଛି।

ଅମଲିପାଲି ଝାରସୁଗୁଡା ଡିଜିଟାଲ ଭାରତ ନିଧି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.