ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ କ୍ରିକେଟ୍ ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପାକିସ୍ତାନ ବିପକ୍ଷରେ ଭାରତ ଫାଇନାଲ୍ ମ୍ୟାଚ୍ ଜିତିଛି। ୨୦୨୫ ଏସିଆ କପରେ ଭାରତ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ କ୍ରମାଗତ ୩ ଥର ପରାସ୍ତ କରିଛି।
ସୋସିଆଲ ମିଡିଆ ସାଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, “ଭୂମି ଯାହା ହେଉନା କାହିଁକି, ବିଜୟ ସବୁବେଳେ ଭାରତର ହେବ… ଭାରତୀୟ କ୍ରିକେଟ୍ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ! ଜୟ ହିନ୍ଦ।”
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, “ଆମେ ସେତେବେଳେ ଜିତିଥିଲୁ, ଆଜି ବି ଜିତିଛୁ। ଟି-୨୦ ଏସିଆ କପ୍ ଫାଇନାଲ୍ ଜିତିବା ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା! ଆମେ ଆପଣଙ୍କ ପାଇଁ ଗର୍ବିତ। ଜୟ ହିନ୍ଦ!”


