Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି
ଜାତୀୟ ଖବର

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜିଏସଟି ହ୍ରାସର ପ୍ରଭାବ
ଜିଏସଟି ହ୍ରାସର ପ୍ରଭାବ, ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

ଜିଏସଟି ହ୍ରାସର ପ୍ରଭାବ: କିଛି ଦିନ ପୂର୍ବରୁ ମୋଦୀ ସରକାର ଜିଏସଟି ଟିକସ ଦର ହ୍ରାସ କରିବା ସହ ବିଭିନ୍ନ ଉତ୍ପାଦକୁ ସୁଲଭ କରିଥିବା କାରଣରୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉପଭୋକ୍ତା ଅର୍ଥବ୍ୟବସ୍ଥାରେ ସର୍ବାଧିକ ବିକ୍ରିର ରେକର୍ଡ ପ୍ରତିଷ୍ଠା ହୋଇଛି। ଏହି ପଦକ୍ଷେପ କେବଳ ଦରଦାମ ହ୍ରାସ କରିନାହିଁ ବରଂ ଉପଭୋକ୍ତାଙ୍କ ଆକାଂକ୍ଷାକୁ ପୂରଣ କରିଛି । ପରିବାରଗୁଡ଼ିକ ସେମାନଙ୍କ ପାଇଁ ବଡ଼ ଗାଡ଼ି କିଣିବାକୁ ସକ୍ଷମ ହୋଇଛନ୍ତି। ଗୃହ ଉପକରଣରେ ଅଧିକ ଟଙ୍କା ଖର୍ଚ୍ଚ କରିପାରିଛନ୍ତି। ସେମାନେ ଜୀବନଶୈଳୀ ଉତ୍ପାଦ କିଣିବାରେ ହାତଖୋଲା ଖର୍ଚ୍ଚ କରିଛନ୍ତି । ଏସବୁ ଫଳରେ ଉପଭୋକ୍ତାଙ୍କ ପାର୍ବଣ କିଣାକିଣି ସବୁ ରେକର୍ଡ ଟପିଛି ।

ଅଗ୍ରଣୀ କାର୍‌ ନିର୍ମାତା ମାରୁତି ସୁଜୁକିର ବିକ୍ରି ଚଳିତ ନବରାତ୍ରୀରେ 100% ବୃଦ୍ଧି ପାଇଛି। କମ୍ପାନୀର କାର୍‌ ବିକ୍ରି ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ। ମାରୁତି ସୁଜୁକିର ବୁକିଂ 3.5 ଲକ୍ଷ ଛୁଇଁଥିବା ବେଳେ ବର୍ତ୍ତମାନ 2.5 ଲକ୍ଷ ବୁକିଂ ଉପରେ ଗାଡ଼ି କିଣିବା ଲାଗି ଗ୍ରାହକମାନେ ଅପେକ୍ଷାରେ ରହିଛନ୍ତି । ନବରାତ୍ରୀ ଅବଧି ଶେଷ ହେବା ବେଳକୁ ଦୁଇ ଲକ୍ଷ ଗାଡ଼ି ବିକ୍ରି କରିବା ନେଇ କମ୍ପାନୀ ଦୃଢ଼ ବିଶ୍ୱାସ ପ୍ରକଟ କରିଛି । ଚଳିତ ନବରାତ୍ରୀର ଶେଷ ଦିନରେ କମ୍ପାନୀ 85 ହଜାର ଗାଡ଼ି ବିକ୍ରି କରିଛି ।

ନବରାତ୍ରୀର ପ୍ରଥମ ଆଠ ଦିନରେ ମାରୁତି ସୁଜୁକି 1 ଲକ୍ଷ 65 ହଜାର କାର ବିକ୍ରି କରିଛି। ନବରାତ୍ରୀର ପ୍ରଥମ ଦିନ କମ୍ପାନୀ ରେକର୍ଡ 30 ହଜାର କାର ବିକ୍ରି କରିଥିଲା ଯାହା ବିଗତ 35 ବର୍ଷ ମଧ୍ୟରେ ଗୋଟିଏ ଦିନରେ ବିକ୍ରି ହୋଇଥିବା ଗାଡ଼ି ସଂଖ୍ୟା ଦୃଷ୍ଟିରୁ ଏକ ରେକର୍ଡ। ଏକ୍ସୟୁଭି 700 ଏବଂ ସ୍କର୍ପିଓ ଏନ୍‌ ଭଳି ଲୋକପ୍ରିୟ ଏସୟୁଭି କାର୍‌ ବିକ୍ରି କରୁଥିବା କମ୍ପାନୀ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ପୂର୍ବବର୍ଷ ତୁଳନାରେ 60% ଅଧିକ ଗାଡ଼ି ବିକ୍ରି କରିଛି । ହ୍ୟୁଣ୍ଡାଇର କ୍ରେଟା ଏବଂ ଭେନ୍ୟୁ ଭଳି ଏସୟୁଭିର ମୋଟ୍‌ ବିକ୍ରିରେ 72% ବୃଦ୍ଧି ଦେଖାଯାଇଛି ।  ପାର୍ବଣ ଋତୁରେ ଟାଟା ମୋଟର୍ସ 50,000 ଗାଡ଼ି ବିକ୍ରି କରିଛି । ଅଲଟ୍ରୋଜ୍‌, ପଞ୍ଚ, ନେକ୍ସନ ଓ ଟିଆଗୋ ମଡେଲର ଚାହିଦା ଅଧିକ ରହିଛି ।

ସେହିପରି ହିରୋ ମୋଟ୍‌ କର୍ପ ଭଳି ଦୁଇ ଚକିଆ ଯାନ ନିର୍ମାତାଙ୍କ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଦୁଇ ଗୁଣ ବୃଦ୍ଧି ପାଇଛି । ବଜାଜ ଅଟୋ ବିକ୍ରି ମଧ୍ୟ ନବରାତ୍ରୀ ସମୟରେ ବୃଦ୍ଧି ପାଇଛି ।

ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏଲଜି, ହାୟର ଓ ଗୋଦ୍ରେଜ ଭଳି କମ୍ପାନୀର ବିକ୍ରି ନବରାତ୍ରୀ ସମୟରେ ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି । ହାୟର କମ୍ପାନୀର ବିକ୍ରି 85% ବୃଦ୍ଧି ପାଇଛି। ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଦାମର 85 ଏବଂ 100 ଇଞ୍ଚ ଟିଭି ବିକ୍ରିରେ କମ୍ପାନୀ ଏହାର ଦୀପାବଳି ଷ୍ଟକକୁ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ କମ୍ପାନୀ 300ରୁ350ଟି 65 ଇଞ୍ଚ ଟିଭି ବିକ୍ରି କରିଛି । ଭାରତର ସବୁଠୁ ବଡ଼ ଖୁଚୁରା ବିକ୍ରେତା ରିଲାଏନ୍ସ ରିଟେଲର ବିକ୍ରି ଗତ ବର୍ଷ ନବରାତ୍ରୀ ତୁଳନାରେ 20-25% ବୃଦ୍ଧି ପାଇଛି । ବିଶେଷ କରି ବଡ଼ ସ୍କ୍ରିନ୍‌ ବିଶିଷ୍ଟ ଟିଭି, ସ୍ମାର୍ଟଫୋନ୍‌ ଏବଂ ଫେଶନ୍‌ ସାମଗ୍ରୀ ବିକ୍ରି ବଢ଼ିଛି । ସେହିପରି ଇଲେକ୍ଟ୍ରୋନିକ୍ସ ଖୁଚୁରା ଶୃଙ୍ଖଳ ବିଜୟ ସେଲ୍ସ ବିକ୍ରି ମଧ୍ୟ 20% ବଢ଼ିଛି। ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆର ବିକ୍ରି ମଧ୍ୟ ନବରାତ୍ରୀ ସମୟରେ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି ।

ଜିଏସଟି ସ୍ଲାବକୁ ଯୁକ୍ତିସଂଗତ କରିବା ସହ ଅତ୍ୟାବଶ୍ୟକ ଓ ଆକାଂକ୍ଷୀ ସାମଗ୍ରୀ ଉପରେ ଟିକସ ବୋଝକୁ କମ କରି, ସରକାର ଆତ୍ମବିଶ୍ୱାସପୂର୍ଣ୍ଣ ଖର୍ଚ୍ଚ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି। ଫଳସ୍ୱରୂପ, ବ୍ରାଣ୍ଡ ଏବଂ ଖୁଚୁରା ବ୍ୟବସାୟୀମାନଙ୍କ ବିକ୍ରି 25% ରୁ 100% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ଭାରତର ବ୍ୟବହାର-ପରିଚାଳିତ ଅର୍ଥବ୍ୟବସ୍ଥା ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଣମ୍, ଦୁର୍ଗା ପୂଜା ଏବଂ ଦଶହରାକୁ ନେଇ ପାର୍ବଣ ଋତୁର ପ୍ରଥମାର୍ଦ୍ଧ ବିକ୍ରି ମୋଟ୍‌ ବିକ୍ରୟର 40-45% ଭାଗ ଅକ୍ତିଆର କରିଥାଏ । ଏହା ହେଉଛି ଦେଶର ସର୍ବବୃହତ ବ୍ୟବହାରିକ ସାମଗ୍ରୀ ବିକ୍ରିର ସମୟ।

gst ଜିଏସଟି ହ୍ରାସର ପ୍ରଭାବ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025

ଆଇଆଇଏମ ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦବୋଧନ

October 3, 2025

ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ଶେଷ, ଛଅ ଭଉଣୀଙ୍କୁ ମେଲାଣୀ ଦେଇ ବାପଘରକୁ ବାହୁଡ଼ିଲେ ମା’ 

October 3, 2025

ଆସୁଛି ବାତ୍ୟା ଶକ୍ତି, ପାଣିପାଗ ବିଭାଗ କରାଇଲା ସତର୍କ, ଜାଣନ୍ତୁ କେଉଁଠି ହେବ, କେବେ ହେବ

October 3, 2025
Latest News

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025

ରେଳ ମନ୍ତ୍ରଣାଳୟର ବଡ ନିଷ୍ପତି, ବ୍ରହ୍ମପୁର ସୁରତ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ନିୟମିତ ଚାଲିବ, ଜାଣନ୍ତୁ ପୁରା ସୂଚନା

October 4, 2025

ଆଜି ଅକ୍ଟୋବର ଚାରି ତାରିଖ ଶନିବାରରେ ଏହି ତିନୋଟି ରାଶିର ଭାଗ୍ୟ ଫିଟିଲା…

October 4, 2025

ଆଇଆଇଏମ ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦବୋଧନ

October 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.