Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବସ୍ତର ଦଶହରା ଯାହା ୭୫ ଦିନ ଧରି ଚାଲିଥାଏ, ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ
ଜାତୀୟ ଖବର

ବସ୍ତର ଦଶହରା ଯାହା ୭୫ ଦିନ ଧରି ଚାଲିଥାଏ, ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link
ବସ୍ତର ଦଶହରା
ବସ୍ତର ଦଶହରା ଯାହା ୭୫ ଦିନ ଧରି ଚାଲିଥାଏ, ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

ବସ୍ତର ଦଶହରା: କେନ୍ଦ୍ର ଗୃହ ଏଂବ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଛତିଶଗଡ଼ର ଜଗଦଲପୁରରେ ବସ୍ତର ଦଶହରା ମହୋତ୍ସବକୁ ସମ୍ବୋଧିତ କରିଛନ୍ତି। ନିଜର ଅଭିଭାଷଣ ପୂର୍ବରୁ ଶ୍ରୀ ଶାହ ପ୍ରସିଦ୍ଧ ଦନ୍ତେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେଠାରେ ପ୍ରାର୍ଥନା କରିଥିଲେ। ବସ୍ତର ଦଶହରା ଉତ୍ସବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇ ଏବଂ ଉପମୁଖ୍ୟମନ୍ତ୍ରୀ ଡକ୍ଟର ବିଜୟ ଶର୍ମାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ୭୫ ଦିନ ଧରି ଚାଲିଥିବା ବସ୍ତର ଦଶହରା, ବିଶ୍ୱର ସର୍ବବୃହତ ଏବଂ ଅନନ୍ୟ ପର୍ବ, କେବଳ ଆଦିବାସୀ ସମ୍ପ୍ରଦାୟ, ବସ୍ତର, ଛତିଶଗଡ଼ କିମ୍ବା ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ, ଦନ୍ତେଶ୍ୱରୀ ମନ୍ଦିରରେ ପ୍ରାର୍ଥନା ସମୟରେ ସେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବସ୍ତର ଅଞ୍ଚଳକୁ ନକ୍ସଲବାଦୀ ହିଂସାରୁ ମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀକୁ ଆଶୀର୍ବାଦ ମାଗିଥିଲେ। ଦିଲ୍ଲୀରେ କେତେକଙ୍କ ଦ୍ୱାରା ପ୍ରଚାରିତ ଭୁଲ ଧାରଣାକୁ ସେ ଖଣ୍ଡନ କରିଥିଲେ। ବିକାଶ ପାଇଁ ସଂଘର୍ଷରୁ ନକ୍ସଲବାଦ ଉତ୍ପନ୍ନ ହୋଇଥିଲା, ଏବଂ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ ବସ୍ତରର ପ୍ରଗତିରୁ ବଞ୍ଚିତ ହେବାର ପ୍ରାଥମିକ କାରଣ ହେଉଛି ନକ୍ସଲବାଦ। ସେ ଉଲ୍ଲେଖ କରିଥିଲେ ଯେ ଦେଶର ପ୍ରତ୍ୟେକ ଗ୍ରାମରେ ଏବେ ବିଦ୍ୟୁତ, ପାନୀୟ ଜଳ, ସଡ଼କ, ଶୌଚାଳୟ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଏବଂ ମାଗଣା ଶସ୍ୟ ବଣ୍ଟନ ସୁବିଧା ରହିଥିବା ବେଳେ, କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କ୍ରୟ କରାଯାଉଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଗୃହ ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପରେ, ନକ୍ସଲମାନେ ବସ୍ତରର ବିକାଶ କିମ୍ବା ଏହାର ଲୋକମାନଙ୍କ ଅଧିକାରରେ ଆଉ ବାଧା ସୃଷ୍ଟି କରିପାରିବେ ନାହିଁ। ଶ୍ରୀ ଶାହ କହିଥିଲେ ଯେ ବସ୍ତରର ଯେଉଁ ଯୁବକମାନେ ବିଭ୍ରାନ୍ତ ହୋଇ ନକ୍ସଲବାଦରେ ଲିପ୍ତ ହୋଇଛନ୍ତି, ସେମାନେ ସ୍ଥାନୀୟ ଗାଁର । ଏହି ପଥଭ୍ରଷ୍ଟ ଯୁବକମାନଙ୍କୁ ଅସ୍ତ୍ର ସମର୍ପଣ କରିବା ଏବଂ ଏହି ଅଞ୍ଚଳର ବିକାଶରେ ଯୋଗଦାନ ସହିତ ମୁଖ୍ୟଧାରାରେ ସାମିଲ ହେବାପାଇଁ ବୁଝାଇବାକୁ ସେ ବସ୍ତରର ଲୋକଙ୍କୁ ନିବେଦନ କରିଥିଲେ।

ଦେଶର ସବୁଠାରୁ ପ୍ରଭାବଶାଳୀ ଆତ୍ମସମର୍ପଣ ନୀତି ପ୍ରସ୍ତୁତ କରିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ, ଛତିଶଗଡ଼ ସରକାରଙ୍କୁ ପ୍ରଶଂସା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ କେବଳ ଗତ ମାସରେ ୫୦୦ରୁ ଅଧିକ ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି। ସେ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଥିଲେ ଏବଂ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ଗ୍ରାମ ଯାହା ସମ୍ପୂର୍ଣ୍ଣ ଭାବେ ନକ୍ସଲବାଦରୁ ମୁକ୍ତ ହେବ, ସେ ବିକାଶ ପାଇଁ ଛତିଶଗଡ଼ ସରକାରଙ୍କ ଠାରୁ ୧ କୋଟି ଟଙ୍କା ପାଇବେ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ନକ୍ସଲବାଦ କୌଣସି ଲାଭ ଆଣିନାହିଁ ବରଂ ଏକ ବିପଦ ଭାବେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।

ଶ୍ରୀ ଶାହ କହିଥିଲେ ଯେ ଉଭୟ କେନ୍ଦ୍ର ଏବଂ ଛତିଶଗଡ଼ ସରକାର ଆକର୍ଷଣୀୟ ନୀତି ସହିତ ବସ୍ତର ଏବଂ ଅନ୍ୟ ନକ୍ସଲ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ଼ର ବିକାଶ ପାଇଁ ପାଖାପାଖି ୪.୪୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଶିଳ୍ପ ପ୍ରତିଷ୍ଠା, ଶିକ୍ଷାନୁଷ୍ଠାନ ନିର୍ମାଣ, ସ୍ୱାସ୍ଥ୍ୟସେବା ସୁବିଧାର ସମ୍ପ୍ରସାରଣ ଏବଂ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ସହିତ ରାଜ୍ୟ ଅଭୂତପୂର୍ବ ଗତିରେ ଅଗ୍ରଗତି କରୁଛି।

କେନ୍ଦ୍ର ଗୃହମନ୍ତ୍ରୀ ଆକର୍ଷଣୀୟ ଆତ୍ମସମର୍ପଣ ନୀତି ଅଧୀନରେ ଆତ୍ମସମର୍ପଣ କରିବାକୁ ନକ୍ସଲମାନଙ୍କୁ ନିବେଦନ କରିଥିଲେ। ତେବେ ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ହିଂସା ମାଧ୍ୟମରେ ବସ୍ତରର ଶାନ୍ତି ଭଙ୍ଗ କରିବାର କୌଣସି ପ୍ରୟାସର ସଶସ୍ତ୍ର ବାହିନୀ, ସିଆରପିଏଫ୍ ଏବଂ ଛତିଶଗଡ଼ ପୋଲିସ ପକ୍ଷରୁ କଡ଼ା ଜବାବ ଦିଆଯିବ। ସେ ଦୃଢ଼ତାର ସହ କହିଥିଲେ ଯେ ମାର୍ଚ୍ଚ ୩୧,୨୦୨୬ ହେଉଛି ନିର୍ଦ୍ଧାରିତ ତାରିଖ ଯେଉଁଦିନ ସୁଦ୍ଧା ଦେଶରୁ ନକ୍ସଲବାଦ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୋଇଯିବ।

ଶ୍ରୀ ଶାହ କହିଛନ୍ତି ଯେ ଚଳିତ ବର୍ଷ ବସ୍ତର ଅଲମ୍ପିକ୍ସରେ ସାରା ଦେଶର ଆଦିବାସୀମାନେ ଅଂଶଗ୍ରହଣ କରିବେ। ସେ କହିଥିଲେ ଯେ ବସ୍ତରର ପାଣ୍ଡୁମ ପର୍ବ, ରନ୍ଧନ ପ୍ରଣାଳୀ, ପୋଷାକ, କଳା ଏବଂ ବାଦ୍ୟଯନ୍ତ୍ର କେବଳ ବସ୍ତରରେ ନୁହେଁ ବରଂ ସାରା ବିଶ୍ୱରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ହେଉଛି କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଶତାବ୍ଦୀ ଶତାବ୍ଦୀ ଧରି ଆମର ସଂସ୍କୃତି, ଭାଷା, ଖାଦ୍ୟ, ପୋଷାକ ଏବଂ ବାଦ୍ୟଯନ୍ତ୍ରକୁ ସଂରକ୍ଷିତ ରଖିବା। ଏହି ସଂକଳ୍ପକୁ ପୂରଣ କରିବା ଲାଗି ଛତିଶଗଡ଼ ସରକାର ଏବଂ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ।

ଶ୍ରୀ ଅମିତ ଶାହ ଉଲ୍ଲେଖ କରିଥିଲେ ଯେ ୧୮୭୪ ମସିହାରୁ ସକ୍ରିୟ ଅଂଶଗ୍ରହଣ, ନ୍ୟାୟିକ ବ୍ୟବସ୍ଥା, ଆଦିବାସୀ ସଂସ୍କୃତିର ସଂରକ୍ଷଣ ଏବଂ ସାର୍ବଜନୀନ ଆଲୋଚନାର ପରମ୍ପରା ସହିତ ମୁରିଆ ଦରବାର କୌଣସି ବିଶ୍ୱ ଐତିହ୍ୟ ଠାରୁ କମ୍ ନୁହେଁ। ସେ କହିଥିଲେ ଯେ ମୁରିଆ ଦରବାର ସମଗ୍ର ଦେଶ ପାଇଁ ପ୍ରେରଣା ଏବଂ ଜ୍ଞାନର ଏକ ଉତ୍ସ।
ସ୍ୱଦେଶୀ ଜାଗରଣ ମଞ୍ଚ ଦ୍ୱାରା ଆୟୋଜିତ ସ୍ୱଦେଶୀ ମେଳା ବିଷୟରେ ଉଲ୍ଲେଖ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ଦିନ ଧରି ସ୍ୱଦେଶୀ (ସ୍ୱଦେଶୀ ଉତ୍ପାଦ) ଉପରେ ଗୁରୁତ୍ୱାରୋପ କରିଆସିଛନ୍ତି। ସ୍ୱଦେଶୀ ଜାଗରଣ ମଞ୍ଚ ଅନେକ ବର୍ଷ ଧରି ସ୍ୱଦେଶୀକୁ ଏକ ଜନ ଆନ୍ଦୋଳନ ଭାବେ ପ୍ରୋତ୍ସାହିତ କରିଆସୁଛି। ବର୍ତ୍ତମାନ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ପରିବାରକୁ କେବଳ ଭାରତୀୟ ନିର୍ମିତ ଉତ୍ପାଦ ବ୍ୟବହାର କରିବାର ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ସେ ପ୍ରତ୍ୟେକ ବ୍ୟବସାୟୀଙ୍କୁ ସେମାନଙ୍କ ଦୋକାନ କିମ୍ବା ସପିଂ ମଲ୍‍ ଗୁଡ଼ିକରେ ବିଦେଶୀ ସାମଗ୍ରୀ ଯେପରି ମହଜୁଦ ନହୁଏ ତାହା ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ଶ୍ରୀ ଶାହ କହିଥିଲେ ଯେ ଯଦି ଭାରତର ୧୪୦ କୋଟି ଲୋକ ସ୍ୱଦେଶୀ ସଂକଳ୍ପକୁ ଗ୍ରହଣ କରନ୍ତି, ତେବେ ଭାରତକୁ ବିଶ୍ୱର ଶୀର୍ଷ ଆର୍ଥିକ ଶକ୍ତି ହେବାରେ କେହି ଅଟକାଇ ପାରିବେ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିକଟରେ ଛତିଶଗଡ଼ ସମେତ ସାରା ଦେଶର ମା’ ଏବଂ ଭଉଣୀମାନଙ୍କୁ ୩୯୫ ଟି ସାମଗ୍ରୀ ଉପରେ ଜିଏସଟି ଛାଡ଼ ଦେଇ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପ୍ରାୟ ସମସ୍ତ ଖାଦ୍ୟ ଏବଂ ପାନୀୟ ସାମଗ୍ରୀକୁ ଟିକସ ମୁକ୍ତ କରାଯାଇଛି ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ମାତ୍ର ପାଞ୍ଚ ପ୍ରତିଶତ ଟିକସ ଲଗାଯାଇଛି। ସେ କହିଥିଲେ ଯେ ଦେଶରେ ଏତେ ବ୍ୟାପକ ଟିକସ ହ୍ରାସ ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ସ୍ୱଦେଶୀ ମୂଲ୍ୟବୋଧକୁ ଗ୍ରହଣ କରିବା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥା ଅଭୂତପୂର୍ବ ଗତି ହାସଲ କରିବ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ବସ୍ତର ଦଶହରା ଉତ୍ସବରେ ୩୦୦ରୁ ଅଧିକ ସ୍ୱଦେଶୀ କମ୍ପାନୀ ଅଂଶଗ୍ରହଣ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱଦେଶୀ ଭାବନାକୁ ଏକ ନୂତନ ପରିଚୟ ଦେବା ପାଇଁ ସ୍ୱଦେଶୀ ୱାକଥନ୍ ଏକ ପ୍ରଭାବଶାଳୀ ମାଧ୍ୟମ ହୋଇପାରିଛି ଏବଂ ଦେଶବ୍ୟାପୀ ଆୟୋଜିତ ସ୍ୱଦେଶୀ ମେଳା ଏହି ଆନ୍ଦୋଳନକୁ ଆହୁରି ତ୍ୱରାନ୍ୱିତ କରୁଛି।

ଶ୍ରୀ ଅମିତ ଶାହ କହିଥିଲେ ଯେ ୭୫ ଦିନିଆ ବସ୍ତର ଦଶହରା ସମସ୍ତଙ୍କ ପାଇଁ ଗର୍ବ, ପରିଚୟ ଏବଂ ସମ୍ମାନର ବିଷୟ। ସେ କହିଥିଲେ ଯେ ଚତୁର୍ଦ୍ଦଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ରଥ ଶୋଭାଯାତ୍ରା ଏହି ଅଞ୍ଚଳରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିଥିଲା। ଶ୍ରୀ ଶାହ ଉଲ୍ଲେଖ କରିଛନ୍ତି ଯେ ବସ୍ତର ଦଶହରା ଏବଂ ମୁରିଆ ଦରବାର ଆଦିବାସୀ ସମ୍ପ୍ରଦାୟକୁ ଏକଜୁଟ କରିବା ଏବଂ ସମଗ୍ର ବସ୍ତର ଅଞ୍ଚଳକୁ ଏକାଠି କରିବା ପାଇଁ କାର୍ଯ୍ୟ କରୁଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ମୋଦୀ ସରକାର ଆଦିବାସୀମାନଙ୍କୁ ସମ୍ମାନିତ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମ ଥର ପାଇଁ, ପ୍ରଧାନମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର ଜଣେ କନ୍ୟା, ଶ୍ରୀମତି. ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଦେଶର ସର୍ବୋଚ୍ଚ ପଦବୀକୁ ପହଞ୍ଚାଇଛନ୍ତି ଯାହା ଅତ୍ୟନ୍ତ ଗର୍ବର ବିଷୟ। ସେ କହିଥିଲେ ଯେ ମହାମାନ୍ୟ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯେତେବେଳେ ବିଶ୍ୱ ନେତାମାନଙ୍କୁ ଭେଟିବେ, ସେତେବେଳେ ଏହା କେବଳ ଆଦିବାସୀ ସମ୍ପ୍ରଦାୟ ନୁହେଁ, ବରଂ ସମସ୍ତ ଭାରତୀୟଙ୍କୁ ଗର୍ବରେ ଭରିଦେବ। ଓଡ଼ିଶାର ଏକ ଗରିବ ପରିବାରରୁ ଝିଅଟିଏ ସର୍ବୋଚ୍ଚ ଗଣତାନ୍ତ୍ରିକ ପଦବୀକୁ ଉନ୍ନୀତ ହେବା ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀକୁ ଆଦିବାସୀ ଗର୍ବର ବର୍ଷ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତାଙ୍କ ଜନ୍ମ ବାର୍ଷିକୀକୁ ଆଦିବାସୀ ଗର୍ବ ଦିବସ ଭାବରେ ପ୍ରତିଷ୍ଠା କରିଛନ୍ତି। ଯେଉଁମାନେ ନକ୍ସଲବାଦ ଛାଡ଼ିବା ପରେ ଆତ୍ମସମର୍ପଣ କରିଛନ୍ତି ଏବଂ ବସ୍ତର ଡିଭିଜନର ସାତଟି ଜିଲ୍ଲାରେ ନକ୍ସଲ ହିଂସାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପାଇଁ ୧୫,୦୦୦ ରୁ ଅଧିକ ପିଏମ ଆବାସ ଗୃହକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି।

ଶ୍ରୀ ଅମିତ ଶାହ ଉଲ୍ଲେଖ କରିଛନ୍ତି ଯେ, ନାରାୟଣପୁର ଜିଲ୍ଲାର ଶ୍ରୀ ପଣ୍ଡି ରାମ ମଣ୍ଡାଭି ଏବଂ ଶ୍ରୀ ହେମଚାନ୍ଦ ମାଞ୍ଜୀ ଏବଂ କାଙ୍କେରର ଶ୍ରୀ ଅଜୟ କୁମାର ମଣ୍ଡାଭିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ବସ୍ତର ଦଶହରା ପର୍ବ ଅବସରରେ ‘ମହତାରୀ ବନ୍ଦନ ଯୋଜନା’ ର ୨୦ତମ କିସ୍ତି ବଣ୍ଟନ କରାଯାଇଥିଲା। ଯେଉଁଥିରେ ଛତିଶଗଡ଼ର ୭୦ ଲକ୍ଷ ମାଆଙ୍କୁ ୬୦୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଗ୍ରାମୀଣ ବସ୍ ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଥିଲା, ଯେଉଁଥିରେ ବସ୍ତର ଏବଂ ସୁରଗୁଜା ଡିଭିଜନ ସମେତ ୨୫୦ଟି ଗ୍ରାମ ଅନ୍ତର୍ଭୁକ୍ତ ରହିଛି ।

amit shah ଅମିତ ଶାହ ବସ୍ତର ଦଶହରା ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଖଦି କାରିଗର ମହୋତ୍ସବ ରେ 2,298 ମେସିନ୍ ଏବଂ ଟୁଲକିଟ  ବଣ୍ଟନ କଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

October 4, 2025

ରୋଜଗାର ମେଳାର ସଫଳତା: ଦେଶରେ ଗତ ୬ ବର୍ଷ  ମଧ୍ୟରେ ସୃଷ୍ଟି ହୋଇଛି ପ୍ରାୟ ୧୭ କୋଟି ନିଯୁକ୍ତି

October 4, 2025

ଶ୍ୟାମଜୀ କୃଷ୍ଣବର୍ମାଙ୍କ ଲିଗାସୀରୁ ପ୍ରେରଣା ନେବାକୁ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

October 4, 2025
Latest News

ଖଦି କାରିଗର ମହୋତ୍ସବ ରେ 2,298 ମେସିନ୍ ଏବଂ ଟୁଲକିଟ  ବଣ୍ଟନ କଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

October 4, 2025

ବସ୍ତର ଦଶହରା ଯାହା ୭୫ ଦିନ ଧରି ଚାଲିଥାଏ, ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ରୋଜଗାର ମେଳାର ସଫଳତା: ଦେଶରେ ଗତ ୬ ବର୍ଷ  ମଧ୍ୟରେ ସୃଷ୍ଟି ହୋଇଛି ପ୍ରାୟ ୧୭ କୋଟି ନିଯୁକ୍ତି

October 4, 2025

ବାଲୁଗାଁ ଚିଲିକା କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.