Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଜାତୀୟ ଖବର

ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

October 4, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର
ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୁଜରାଟର ଗାନ୍ଧୀନଗରଠାରେ  ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନକୁ ଉଦ୍‍ଘାଟନ କରିଛନ୍ତି।  କୌଣସି ଜମାକାରୀ ତାଙ୍କର କଷ୍ଟ ଅର୍ଜିତ ଜମା ପୁଞ୍ଜୀକୁ କିପରି ବ୍ୟାଙ୍କ ବା ଅନ୍ୟ ଆର୍ଥିକ ଅନୁଷ୍ଠାନରୁ ସହଜରେ ଉଠାଇପାରିବେ ସେ ବିଷୟରେ ସଚେତନତା ପ୍ରସାର କରିବା ଏହି ଅଭିଯାନର ଲକ୍ଷ୍ୟ।

ଏହି ଅବସରରେ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ଅଭିଯାନରେ ଏକ ସରଳ କିନ୍ତୁ ଶକ୍ତିଶାଳୀ ବାର୍ତ୍ତା ବହନ କରାଯାଇଛି ଯେ, ନାଗରିକମାନଙ୍କ ଦ୍ୱାରା ସଞ୍ଚିତ ପ୍ରତ୍ୟେକ ଟଙ୍କା ସେମାନଙ୍କୁ କିମ୍ବା ସେମାନଙ୍କ ପରିବାରକୁ ଫେରିବା ଉଚିତ।  ଏହା ତାଙ୍କର ସଞ୍ଚିତ ଜମାପୁଞ୍ଜୀ ହେଉ ବା ବୀମା ଆୟ, ଲାଭାଂଶ, ମ୍ୟୁଚୁଆଲ୍ ଫଣ୍ଡ ବାଲାନ୍ସ ଏବଂ ପେନସନ୍, ଏସବୁ କେବଳ କାଗଜପତ୍ରରେ ନ ରହି ସମ୍ପୃକ୍ତ ବ୍ୟକ୍ତି ପାଖକୁ ଫେରିବା ଆବଶ୍ୟକ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।   କୌଣସି ସାଧାରଣ ପରିବାରର କଷ୍ଟ ଅର୍ଜିତ ସଞ୍ଚୟକୁ ଏହା ପ୍ରତିନିଧିତ୍ୱ କରେ ବୋଲି ଅର୍ଥମନ୍ତ୍ରୀ କହିବା ସହ ଏହା ଶିକ୍ଷା, ସ୍ୱାସ୍ଥ୍ୟସେବା ତଥା ସେମାନଙ୍କୁ ଆର୍ଥିକ ସୁରକ୍ଷା ଦେବାରେ ସହାୟକ  ହେବ ବୋଲି ଅର୍ଥମନ୍ତ୍ରୀ ଆଶା କରିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ଅଭିଯାନର ମାର୍ଗଦର୍ଶିକା ଭାବରେ ତିନୋଟି ବିନ୍ଦୁକୁ ଗୁରୁତ୍ୱ ଦେଇଛନ୍ତି।  ସେଗୁଡ଼ିକ ହେଲା – ସଚେତନତା, ପହଞ୍ଚ ଏବଂ କାର୍ଯ୍ୟ। ସଚେତନତାର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ନାଗରିକ ଏବଂ ସମ୍ପ୍ରଦାୟକୁ ସେମାନଙ୍କ ନାଁରେ ଥିବା ଅଣଦାବି ସମ୍ପତ୍ତିକୁ କିପରି ଖୋଜିବେ ସେ ବିଷୟରେ ଅବଗତ କରାଇବା। ଦ୍ୱିତୀୟରେ ଡିଜିଟାଲ୍‍ ଉପକରଣ ଓ ଜିଲ୍ଲାସ୍ତରୀୟ ପ୍ରସାରଣ ଦ୍ୱାରା ଏହି ସମ୍ପତ୍ତିରେ ତାଙ୍କର ପହଞ୍ଚକୁ ସରଳୀକୃତ କରିବା। ଏବଂ ତୃତୀୟରେ ସମୟ ଭିତ୍ତିକ କାର୍ଯ୍ୟନୁଷ୍ଠାନଦ୍ୱାରା ସ୍ୱଚ୍ଛ ଭାବେ ସେମାନଙ୍କ ଆବେଦନକୁ ସମାଧାନ  କରିବା।

“ଏକତ୍ର, ଏହି ତିନୋଟି ସ୍ତମ୍ଭ ନାଗରିକ ଏବଂ ଆର୍ଥିକ ପ୍ରତିଷ୍ଠାନ ମଧ୍ୟରେ ଥିବା ଦୂରତାକୁ ଦୂର କରିବାରେ ସାହାଯ୍ୟ କରିବ, ଗୋଷ୍ଠୀଗତ ସଚେତନତାକୁ ପ୍ରୋତ୍ସାହିତ କରିବ ଏବଂ ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ଏବଂ ସହଜରେ ସେମାନଙ୍କର ସଠିକ୍ ସଞ୍ଚୟକୁ ପୁନରୁଦ୍ଧାର କରିପାରିବ ତାହା ନିଶ୍ଚିତ କରିବ” ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

ଏହିକ୍ରମରେ ଶ୍ରୀମତୀ ସୀତାରମଣ ସମସ୍ତ ପ୍ରତିଷ୍ଠାନକୁ ଦାବି ଆବେଦନ ହୋଇ ନଥିବା ଆର୍ଥିକ ସମ୍ପତ୍ତି  ବାବଦରେ   ଦେଶବ୍ୟାପୀ ସଚେତନତା ପାଇଁ ଅନୁରୋଧ କରିଛନ୍ତି। ଯେମିତି କୌଣସି ବ୍ୟକ୍ତି ତାହାର କଷ୍ଟ ଅର୍ଜିତ ଅର୍ଥ ପାଇବାରୁ ବଞ୍ଚିତ ନହେବେ ସେଥିପାଇଁ  ଧ୍ୟାନ ଦେବାକୁ ଗୁରୁତ୍ୱ ଦେଇଛନ୍ତି।

ଏହି ଉଦଘାଟନୀ ଊତ୍ସବରେ ଗୁଜରାଟ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ କାନୁଭାଇ ଦେଶାଇ କହିଥିଲେ ଯେ, ଗୁଜରାଟରୁ ଏହି ଦେଶବ୍ୟାପୀ ଅଭିଯାନ ଆରମ୍ଭ ହେବା ରାଜ୍ୟ ପାଇଁ ଗର୍ବର ବିଷୟ ଏବଂ ସକ୍ରିୟ ଅଂଶଗ୍ରହଣ ଏବଂ ପ୍ରସାର ମାଧ୍ୟମରେ ଏହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପୂର୍ଣ୍ଣ ସମର୍ଥନ ପ୍ରତିଶ୍ରୁତି ଦେଇଛନ୍ତି। “ଦାବିହୀନ ଜମାଗୁଡ଼ିକ ହିତାଧିକାରୀଙ୍କ ଶିକ୍ଷା, ସଶକ୍ତିକରଣ ଏବଂ ଅନ୍ୟାନ୍ୟ ଆର୍ଥିକ ଆବଶ୍ୟକତା ପାଇଁ ବହୁତ ଉପଯୋଗୀ” ହେବ ବୋଲି ଶ୍ରୀ କାନୁଭାଇ ଦେଶାଇ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଗାନ୍ଧୀନଗରର ଲୋକସଭା ସାଂସଦ ଶ୍ରୀ ଅମିତ ଶାହଙ୍କ ଏକ ବାର୍ତ୍ତା ମଧ୍ୟ ସାମିଲ ଥିଲା। କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କର ଶୁଭେଚ୍ଛା ଜଣାଇଥିଲେ ଏବଂ ନାଗରିକମାନଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ଏହି ବାର୍ତ୍ତାରେ ଗୁରୁତ୍ୱ ଦିଆଯାଇଥିଲା ଯେ, ଏହି ପଦକ୍ଷେପ ଦାବିହୀନ ଆର୍ଥିକ ସମ୍ପତ୍ତି ଫେରସ୍ତ କରିବାଠାରୁ ଅଧିକ ଏବଂ ଜନସାଧାରଣଙ୍କ ବିଶ୍ୱାସ, ମର୍ଯ୍ୟାଦା ଏବଂ ସଶକ୍ତିକରଣକୁ ସୁଦୃଢ଼ ​​କରିବା ପାଇଁ ଏକ ସାମୂହିକ ପ୍ରୟାସକୁ ପ୍ରତିପାଦନ କରେ।

ଏହି ଅବସରରେ, ଆର୍ଥିକ ସେବା ସଚିବ ଶ୍ରୀଯୁକ୍ତ ଏମ. ନାଗରାଜୁ କହିଥିଲେ ଯେ ଅଗଷ୍ଟ ୨୦୨୫ ସୁଦ୍ଧା, ୭୫ ହଜାର କୋଟି ଟଙ୍କାରୁ ଅଧିକ ଦାବି ହୋଇନଥିବା ଜମା ଆରବିଆଇର ଜମାକାରୀ ଶିକ୍ଷା ଏବଂ ସଚେତନତା ପାଣ୍ଠିକୁ ସ୍ଥାନାନ୍ତରିତ କରାଯାଇଛି। ଏହା ବ୍ୟତୀତ, ଶ୍ରୀଯୁକ୍ତ ନାଗରାଜୁ ସୂଚନା ଦେଇଥିଲେ ଯେ, ଦାବି ହୋଇନଥିବା ବୀମା ପରିମାଣ ୧୩,୮୦୦ କୋଟି ଟଙ୍କାରୁ ଅଧିକ, ମ୍ୟୁଚୁଆଲ୍ ଫଣ୍ଡରେ ଦାବି ହୋଇନଥିବା ବାଲାନ୍ସ ପ୍ରାୟ ୩ ହଜାର କୋଟି ଏବଂ ଅପେକ୍ଷିତ ଲାଭାଂଶ ୯,୦୦୦ କୋଟି ଟଙ୍କାରୁ ଅଧିକ ଅଟେ।

ଆର୍ଥିକ ସେବା ସଚିବ କହିଥିଲେ ଯେ ଦାବିଗୁଡ଼ିକର ସମାଧାନ ଶୀଘ୍ର, ନିରପେକ୍ଷ ଏବଂ ନାଗରିକମାନଙ୍କ ପାଇଁ ଅନାବଶ୍ୟକ ଅସୁବିଧା ବିନା କରାଯିବା ଉଚିତ, ଯାହା ସେମାନଙ୍କୁ ସ୍ପଷ୍ଟତା ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବାକୁ ଅନୁମତି ଦେବ। ଶ୍ରୀ ନାଗରାଜୁ କହିଛନ୍ତି ଯେ ଏହି ଅଭିଯାନ ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ସଶକ୍ତିକରଣର ବିଭାଗର ଦୀର୍ଘକାଳୀନ ଲକ୍ଷ୍ୟ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି।

ଆଜି ପର୍ଯ୍ୟନ୍ତ, ପ୍ରାୟ ୧୭୨ କୋଟି ସେୟାର ନିବେଶକ ଶିକ୍ଷା ଏବଂ ସୁରକ୍ଷା ପାଣ୍ଠିକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଶୁଭାରମ୍ଭ ଭାରତର ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ବ୍ୟାପକ ସଫଳତା ଉପରେ ଆଧାରିତ – ଜନ ଧନ ଯୋଜନା ଏବଂ ୟୁପିଆଇ ଠାରୁ ଆରମ୍ଭ କରି ସିଧାସଳଖ ଲାଭ ସ୍ଥାନାନ୍ତର ପର୍ଯ୍ୟନ୍ତ – ଯାହା ସୁନିଶ୍ଚିତ କରେ ଯେ, ନାଗରିକମାନେ କେବଳ ଆର୍ଥିକ ସେବାର ପ୍ରବେଶ ପାଇବେ ନାହିଁ ବରଂ ଯାହା ସେମାନଙ୍କର ଅଧିକାର ତାହା ମଧ୍ୟ ଫେରିପାଇବେ।

ଗୁଜରାଟରୁ “ଆପକି ପୁଞ୍ଜୀ, ଆପକା ଅଧିକାର” ଅଭିଯାନ ଆରମ୍ଭ ସହିତ, ସରକାର ଆର୍ଥିକ ଅନ୍ତର୍ଭୁକ୍ତିକୁ ଅର୍ଥପୂର୍ଣ୍ଣ, ସ୍ୱଚ୍ଛ ଏବଂ ପ୍ରତ୍ୟେକ ପରିବାର ପାଇଁ ସୁଲଭ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃଦୋହରାଇଛନ୍ତି।

ବ୍ୟାପକ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ, ଏହି ଅଭିଯାନ ଅକ୍ଟୋବର-ଡିସେମ୍ବର ୨୦୨୫ ମଧ୍ୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପରିଚାଳନା କରାଯିବ। ଡିଜିଟାଲ୍ ପ୍ରଦର୍ଶନୀ ଏବଂ ହେଲ୍ପଡେସ୍କ ନାଗରିକମାନଙ୍କୁ ସେମାନଙ୍କର ଦାବିହୀନ ଆର୍ଥିକ ସମ୍ପତ୍ତିକୁ ସହଜରେ ଚିହ୍ନଟ ଏବଂ ଦାବି କରିବାରେ ସହାୟତା କରିବ, ଯାହା ନାଗରିକ-କୈନ୍ଦ୍ରିକ ଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଏବଂ ସହଜ ଜୀବନଯାପନ ପାଇଁ ଏହାର ବ୍ୟାପକ ଆଭିମୁଖ୍ୟକୁ ପ୍ରତିଫଳିତ କରିବ।

ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗଦ୍ୱାରା ସମନ୍ୱିତ ହୋଇଥିବା ଏହି ଅଭିଯାନରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି), ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ, ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ, ଏବଂ ନିବେଶକ ଶିକ୍ଷା ଏବଂ ସୁରକ୍ଷା ପାଣ୍ଠି ପ୍ରାଧିକରଣ, ବ୍ୟାଙ୍କ, ବୀମା କମ୍ପାନୀ, ମ୍ୟୁଚୁଆଲ୍ ଫଣ୍ଡ ଓ ପେନସନ୍ ପ୍ରତିଷ୍ଠାନ ଏକତ୍ରିତ ହୋଇଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର
Share. Facebook Twitter LinkedIn Email WhatsApp Copy Link

Related Posts

୧୬୬ ଗ୍ରାମ ହେରୋଇନ୍ ସହିତ ଦୁଇ ଚୋରା ଚାଲାଣକାରୀ ଗିରଫ

January 6, 2026

BCCI ଆଗରେ ମୁଣ୍ଡ ନୁଆଁଇବ କି ବାଂଲାଦେଶ? ଜୟ ଶାହଙ୍କ ଅଧ୍ୟକ୍ଷତାରେ ICCର ବଡ଼ ପଦକ୍ଷେପ

January 6, 2026

ଓଡ଼ିଆ ସମେତ ଭାରତର ଶାସ୍ତ୍ରୀୟ ଭାଷାଗୁଡ଼ିକର ସମୃଦ୍ଧି ପାଇଁ ୫୫ଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଉନ୍ମୋଚିତ

January 6, 2026

ମହମ୍ମଦ ଶାମିଙ୍କୁ SIR ଯାଞ୍ଚ ସମ୍ପର୍କରେ ନୋଟିସ୍ ଜାରି କଲେ ନିର୍ବାଚନ କମିଶନ: କାରଣ କ’ଣ?

January 6, 2026
Latest News

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026

ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ସମୀକ୍ଷା ବୈଠକ

January 6, 2026

୧୬୬ ଗ୍ରାମ ହେରୋଇନ୍ ସହିତ ଦୁଇ ଚୋରା ଚାଲାଣକାରୀ ଗିରଫ

January 6, 2026

ଓଡ଼ିଶାରେ ୧.୫ କୋଟି ଲୋକଙ୍କୁ ସେବା: ଏକ ନୂଆ ମାନକ ସୃଷ୍ଟି କଲା ୧୦୮ ଆମ୍ବୁଲାନ୍ସ ସେବା

January 6, 2026

BCCI ଆଗରେ ମୁଣ୍ଡ ନୁଆଁଇବ କି ବାଂଲାଦେଶ? ଜୟ ଶାହଙ୍କ ଅଧ୍ୟକ୍ଷତାରେ ICCର ବଡ଼ ପଦକ୍ଷେପ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.