Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ
ଜାତୀୟ ଖବର

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Viksit Odisha 2036
Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

Viksit Odisha 2036: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜୀ (କିଟ୍) ବିଶ୍ୱବିଦ୍ୟାଳୟରେ “ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡିଶା ୨୦୩୬” ବିଷୟବସ୍ତୁ ସମ୍ପର୍କିତ ଏକ ଦିନିକିଆ ସମ୍ମିଳନୀ ଆୟୋଜିତ ହୋଇଛି।

ଉକ୍ତ ସମ୍ମିଳନୀରେ ପ୍ରଶାସନିକ ଓ କର୍ପୋରେଟ୍ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବରିଷ୍ଠ ବ୍ୟକ୍ତିବିଶଷମାନେ ଅଂଶଗ୍ରହଣ କରିଥିଲେ। ଓଇଆରସି ସଭାପତି ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବବେଳେ ଅତିରିକ୍ତ ମୁଖ୍ୟ ସଚିବ (ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ବିଭାଗ) ଶ୍ରୀ ହେମନ୍ତ ଶର୍ମା, ଓଏସଏଫସି ଅଧ୍ୟକ୍ଷ ଡା. ଅରୁଣ କୁମାର ପଣ୍ଡା, ପ୍ରେସିଡେଣ୍ଟ, କର୍ପୋରେଟ୍ ଅଫେୟର୍ସ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଶ୍ରୀ ଅର୍ଧେନ୍ଦୁ ମହାପାତ୍ର, ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡ଼ା ତପନ କୁମାର ଚାନ୍ଦ ପ୍ରମୁଖ ସମ୍ମିଳନୀରେ ଅତିଥି ଭାବେ ଯୋଗ ଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ଅର୍ଧେନ୍ଦୁ ମହାପାତ୍ର “ବିକଶିତ ଭାରତ ୨୦୪୭” ଓ “ବିକଶିତ ଓଡିଶା ୨୦୩୬” ନିର୍ମାଣ ସମ୍ପର୍କରେ ଆଦିତ୍ୟ ବିର୍ଲା ଗ୍ରୁପର ଏଥିନେଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ସହଯୋଗ। ଏବଂ ଶିଳ୍ପ ପ୍ରତିଷ୍ଠାନ ଜରିଆରେ ଦେଶ ତଥା ରାଜ୍ୟରେ ଏହାର ଭୂମିକା ସମ୍ବନ୍ଧରେ ନିଜ ବକ୍ତବ୍ୟରେ ବିଶେଷ ରୂପେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଆଦିତ୍ୟ ବିର୍ଲା ଗ୍ରୁପ ଓଡିଶାରେ ଏଯାଏଁ ପ୍ରାୟ ୪୦,୦୦୦ କୋଟି ଟଙ୍କା ନିବେଶ କରିଛି । ଏଥିରେ ଆଲୁମିନିଅମ୍ ଶିଳ୍ପ, ଖଣିଜ ପଦାର୍ଥ, ସିମେଣ୍ଟ, ରସାୟନ ଓ ବସ୍ତ୍ର ଉଦ୍ୟୋଗ ଆଦି ରହିଛି। ଏହା ମାଧ୍ୟମରେ ଓଡିଶାରେ ପ୍ରାୟ ୩୦,୦୦୦ ଯୁବ ପ୍ରତିଭାଙ୍କୁ ସିଧାସଳଖ ଚାକିରୀ ପ୍ରଦାନ କରାଯାଇଛି ।
ଏଥିମଧ୍ୟରୁ ଅଧିକାଂଶ ଅର୍ଥାତ୍ ୮୨% କର୍ମଚାରୀ ଓଡିଶାରୁ ।

ତେବେ ଆଗାମୀ ଦିନରେ ରାଜ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ସ୍ଥାପନ ନିମନ୍ତେ ୫୦,୦୦୦ କୋଟି ଟଙ୍କା ନିବେଶ ପାଇଁ ଯୋଜନା ରହି ଥିବାବେଳେ ଏହା ରାଜ୍ୟରେ ନୂତନ ଭାବେ ୧୫,୦୦୦ ନିଯୁକ୍ତି ସୃଷ୍ଟି କରିବ। ଯାହା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ସ୍ଥିତ କଂସାରିଗୁଡାରେ ଏକ ନୂତନ ଭାବେ ଆଲୁମିନା ରିଫାଇନେରି ୟୁନିଟ୍ ସ୍ଥାପନ, ଲାପଙ୍ଗା ଠାରେ ଆଦିତ୍ୟ ଆଲୁମିନିଅମ୍ ୟୁନିଟ୍ ସମ୍ପ୍ରସାରଣ ଓ ସମ୍ବଲପୁର ଜିଲ୍ଲାରେ ଏଫ୍ଆରପି ପ୍ଲାଣ୍ଟ ଉନ୍ନତିକରଣ ହେବା ନେଇ ଯୋଜନା ରହିଛି।

ଏଥିସହିତ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆଦିତ୍ୟ ବିର୍ଲା ଗ୍ରୁପ ସ୍ଥାନୀୟ ଲୋକଙ୍କ ଉନ୍ନତି ସକାଶେ ସର୍ବଦା ଉଦ୍ୟମ ଜାରି ରହିଛି। ଏହି କ୍ରମରେ ସିଏସଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଳ୍ପ ପ୍ରତିଷ୍ଠାନ ଦ୍ୱାରା ପ୍ରଭାବିତ ଓ ପାର୍ଶ୍ଵବର୍ତ୍ତୀ ଗ୍ରାମାଞ୍ଚଳରେ ଲୋକଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ସମ୍ପ୍ରତି ସମ୍ବଲପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରତିଷ୍ଠିତ ୟୁନିଟ୍ ଦ୍ଵାରା ଅଞ୍ଚଳରେ ଲୋକଙ୍କ ଜୀବନମାନ ଉନ୍ନତ ହୋଇଛି।

ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ଉଦାହରଣ ସଦୃଶ ହୋଇଛି। ଦୀର୍ଘଦିନରୁ ଉତ୍କଳ ଆଲୁମିନା ସ୍ଥାନୀୟ ଲୋକଙ୍କ ଜୀବନଧାରଣ ମାନ ଉନ୍ନତୀକରଣ ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋକପାତ କରିଥିଲେ । ଏହାଦ୍ବାରା ଆଦିତ୍ୟ ବିର୍ଲା ଗ୍ରୁପର ଶିଳ୍ପାନୁଷ୍ଠନ ପାଇଁ ରାୟଗଡ଼ା ଜିଲ୍ଲାରେ ସମଗ୍ର ବିକାଶ ତଥା ବିଶେଷ ଭାବେ କାଶୀପୁର ଅଞ୍ଚଳରେ ଲୋକମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଉନ୍ନତ ହୋଇଛି।

ଉପରୁକ୍ତ ପଦକ୍ଷେପ ମାଧ୍ୟମରେ ଆଦିତ୍ୟ ବିର୍ଲା ଗ୍ରୁପ “ବିକଶିତ ଭାରତ ୨୦୪୭” ଓ “ବିକଶିତ ଓଡିଶା ୨୦୩୬” ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବା ଶ୍ରୀ ମହାପାତ୍ର କହିଛନ୍ତି।

Read in English:-

Viksit Odisha 2036 & Bharat 2047 Conference Unites Govt and Industry Leaders

hindalco Viksit Odisha 2036 ବିକସିତ ଓଡିଶା ୨୦୩୬ ବିକସିତ ଭାରତ ୨୦୪୭
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ଗିଲ୍ ଆଉଟ, ଇଶାନ୍ କିଶାନ୍ ଇନ୍

December 20, 2025

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025
Latest News

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025

ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

December 20, 2025

୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ଗିଲ୍ ଆଉଟ, ଇଶାନ୍ କିଶାନ୍ ଇନ୍

December 20, 2025

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.