Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁରୀରେ କାର୍ତ୍ତିକ ହବିଷ୍ୟାଳିଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, କଲେ ବଡ ଘୋଷଣା
ଜାତୀୟ ଖବର

ପୁରୀରେ କାର୍ତ୍ତିକ ହବିଷ୍ୟାଳିଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, କଲେ ବଡ ଘୋଷଣା

October 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁରୀରେ କାର୍ତ୍ତିକ ହବିଷ୍ୟାଳି
ପୁରୀରେ କାର୍ତ୍ତିକ ହବିଷ୍ୟାଳିଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, କଲେ ବଡ ଘୋଷଣା

ପୁରୀ: ପୁରୀ ଠାରେ କାର୍ତ୍ତିକ ହବିଷ୍ୟାଳି ବ୍ରତ ୨୦୨୫ ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପସ୍ଥିତ ରହି ହବିଷ୍ୟାଳି ମା’ମାନଙ୍କ ସହ ମିଶିଥିଲେ। ଏହି ଅବସରରେ ସେ କହିଥିଲେ ଯେ ହବିଷିଆଳୀ ମା’ମାନଙ୍କ ଭକ୍ତି ହେଉଛି ଓଡ଼ିଶାର ନୈତିକ ଶକ୍ତି ଓ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ଜୀବନ୍ତ ପ୍ରତୀକ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାର୍ତ୍ତିକ ମାସ ହେଉଛି ଆତ୍ମସଂଯମ, କରୁଣା ଓ ଭକ୍ତିର ମାସ ଭାବରେ ଓଡ଼ିଆ ସଂସ୍କୃତିରେ ବିଶେଷ ଗୁରୁତ୍ୱ ରଖେ। ସେ ଉଲ୍ଲେଖ କରିଥିଲେ ଯେ ଓଡ଼ିଆ ମା’ମାନେ ଶତାବ୍ଦୀ ଧରି ହବିଷ ପାଳନ କରି ଆସୁଛନ୍ତି ଓ ଏହି ପାରମ୍ପରିକତା ଓଡ଼ିଶାର ନୈତିକ ଶକ୍ତିକୁ ପ୍ରତିନିଧିତ୍ୱ କରେ।

ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଆଗାମୀ ବର୍ଷରୁ ହବିଷିଆଳୀ ମା’ମାନଙ୍କ ପାଇଁ ସମର୍ପିତ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ, ଯେଉଁଥିରେ ଚିକିତ୍ସା ଓ ଜରୁରୀ ସେବା ଉପଲବ୍ଧ ରହିବ।

ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ ପୁରୀ କେବଳ ଏକ ଧର୍ମୀୟ ସ୍ଥାନ ନୁହେଁ, ଏହା ଓଡ଼ିଆ ଭକ୍ତି ଓ ଆସ୍ଥାର ପ୍ରତୀକ। ସରକାର ପୁରୀକୁ ବିଶ୍ୱସ୍ତରୀୟ ଧାର୍ମିକ ସହର ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ସହରକୁ ମହାନଗର ନିଗମ ଭାବେ ଘୋଷଣା ତାହାର ପ୍ରଥମ ପଦକ୍ଷେପ।ସେ ଆଶା ବ୍ୟକ୍ତ କରିଥିଲେ ଯେ ହବିଷିଆଳୀ ମା’ମାନଙ୍କ ଭକ୍ତି ଓ ପ୍ରାର୍ଥନା ଓଡ଼ିଶାକୁ ଆଶୀର୍ବାଦ କରିବ ଏବଂ ସମାଜକୁ ଶାନ୍ତି, ପଥରେ ଆଗେଇ ନେବ।

ପୁରୀରେ କାର୍ତ୍ତିକ ହବିଷ୍ୟାଳି

ସେ କହିଥିଲେ ଯେ ଚଳିତ ବର୍ଷ ପ୍ରାୟ ୨ ହଜାର ୫୦୦ ହବିଷିଆଳୀ ମା’ମାନଙ୍କ ପାଇଁ ସରକାର ପକ୍ଷରୁ ୫ଟି ନିର୍ଦ୍ଧାରିତ ସ୍ଥଳରେ ବ୍ୟବସ୍ଥା କରାଯାଇଛି। ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ ଓ ମୋଚିସାହି କଲ୍ୟାଣ ମଣ୍ଡପ — ରହିବା ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ସରକାର ପକ୍ଷରୁ ପ୍ରାୟ ୩ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଓ ଏହା ଗତ ବର୍ଷ ତୁଳନାରେ ୭୦ ଲକ୍ଷ ଅଧିକ ଥିବା ତଥ୍ୟ ମୁଖ୍ୟମନ୍ତ୍ରୀ ଦେଇଥିଲେ।

ସେ ଆହୁରି କହିଥିଲେ ଯେ କାର୍ତ୍ତିକ ବ୍ରତ ହବିଷିଆଳୀ ଯୋଜନାକୁ ନିରନ୍ତର ସୁଦୃଢ଼ କରାଯାଉଛି ଏବଂ ସମସ୍ତ ସ୍ଥାନରେ ସ୍ୱେଚ୍ଛାସେବୀ, ପୋଲିସ, ଡାକ୍ତର ଓ ସହାୟତାର ବ୍ୟବସ୍ଥା ହୋଇଛି, ଯାହା ହବିଷିଆଳୀ ମା’ମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆବଶ୍ୟକ।

ବକ୍ତବ୍ୟ ଶେଷରେ ସେ ସମସ୍ତଙ୍କୁ ଜଗନ୍ନାଥ ଧର୍ମର ଶିକ୍ଷା ଅନୁସରଣ କରିବାକୁ ଆହ୍ୱାନ କରିଥିଲେ ଓ ସମସ୍ତ ହବିଷିଆଳୀ ମା’ମାନଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସେମାନଙ୍କ ସହ ଫୋଟୋ ଉଠାଇବା ସହିତ ମାଆ ମାନଙ୍କ ସୁବିଧା ଅସୁବିଧା ବୁଝି କଥା ହୋଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସାଂସଦ, ଡାକ୍ତର ସମ୍ବିତ ପାତ୍ର, ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ପୁରୀ ସଦର ବିଧାୟକ, ଶ୍ରୀ ସୁନିଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଜିଲ୍ଲାପାଳ, ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ, ଶ୍ରୀ ଓମ୍‌ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ, ଶ୍ରୀ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

INTACH, Matriarch Release Report on Paralakhemundi Palace Durbar Hall in Odisha

କାର୍ତ୍ତିକ ବ୍ରତ ପୁରୀରେ କାର୍ତ୍ତିକ ହବିଷ୍ୟାଳି ପୁରୀରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Latest News

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.