Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟରେ ଭାରତ ଏକ ବିକାଶ ସ୍ତମ୍ଭ: ଜିଡିପି ଅଭିବୃଦ୍ଧି ଆକଳନ କଲା ଆଇଏମଏଫ
ଜାତୀୟ ଖବର

ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟରେ ଭାରତ ଏକ ବିକାଶ ସ୍ତମ୍ଭ: ଜିଡିପି ଅଭିବୃଦ୍ଧି ଆକଳନ କଲା ଆଇଏମଏଫ

October 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଏମଏଫ
IMF ରିପୋର୍ଟରେ ଚମକିଲା ଭାରତ

ନୂଆଦିଲ୍ଲୀ: ଦୁର୍ବଳ ବିଶ୍ୱ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ଏକ ଦୃଢ଼ ସ୍ତମ୍ଭ ରୂପେ ଛିଡ଼ା ହୋଇଛି। 2025 ଆର୍ଥିକ ବର୍ଷରେ ଭାରତର ଜିଡିପି 6.6% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏହାର ବିଶ୍ୱ ଅର୍ଥବ୍ୟବସ୍ଥା ଆଉଟଲୁକ୍‌ (ଅକ୍ଟୋବର 2025) ରିପୋର୍ଟରେ ଆକଳନ କରିଛି। ଦୃଢ଼ ଘରୋଇ ଚାହିଦା ଏବଂ ଏକ ସ୍ଥିର ସେବା କ୍ଷେତ୍ର ଜରିଆରେ ଭାରର ଅଭିବୃଦ୍ଧି ହାର ସୁଦୃଢ଼ ରହିବାର ସମ୍ଭାବନା ରହିଛି। ଏଥିସହିତ ମୁଦ୍ରାସ୍ଫିତ 2.8%କୁ ହ୍ରାସ ପାଇବା ଖାଦ୍ୟ ଓ ଇନ୍ଧନ ମୂଲ୍ୟସ୍ଥିରତାକୁ ଦର୍ଶାଉଛି ବୋଲି ଆଇଏମଏଫ ରିପୋର୍ଟରେ କୁହାଯାଇଛି। ବିଚକ୍ଷଣ ଆର୍ଥିକ ପରିଚାଳନା ଏବଂ ସ୍ଥିର ନୀତିଗତ ସଂସ୍କାର ବଳରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ୍ୟ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ହୋଇପାରିଛି। ସାମ୍ପ୍ରତିକ ବାଣିଜ୍ୟିକ ବାଧା ସତ୍ତ୍ୱେ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରୁଛି।

ଭାରତର ଜିଡିପି 6.4% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ପୂର୍ବରୁ ଆଇଏମଏଫ ଆକଳନ କରିଥିବା ବେଳେ ବର୍ତ୍ତମାନ ଏହାକୁ ସଂଶୋଧନ କରି 6.6% କରିଛି। ପ୍ରଥମ ତ୍ରୈମାସରେ ଭାରତୀୟ ଅର୍ଥବ୍ୟବସ୍ଥାର ଦୃଢ଼ ପ୍ରଦର୍ଶନ ପରେ ଏଥିରେ ସଂଶୋଧନ କରାଯାଇଛି।  ବାସ୍ତବ ମୁଣ୍ଡପିଛା ଉତ୍ପାଦନ 5.7% ରହିବା ନେଇ ଆକଳନ କରାଯାଇଛି। ବାର୍ଷିକ ହାରାହାରୀ ମୁଦ୍ରାସ୍ଫିତ 2.8% ରହିବ। ବିଶ୍ୱସ୍ତରରେ ମୁଦ୍ରାସ୍ଫିତି ହାର ଅଧିକ ରହିଥିବା ବେଳେ ଭାରତ ଏହାକୁ ଆଶାଠାରୁ ଅଧିକ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ଦେଶରେ ବେକାରୀ ହାର ମଧ୍ୟ ନିୟନ୍ତ୍ରିତ ସ୍ଥିତିରେ ରହିବା ନେଇ ଆକଳନ କରାଯାଇଛି।

ଭାରତର ସେବା କ୍ଷେତ୍ର ଏବଂ ଘରୋଇ ଚାହିଦା ବିକାଶ ହାରକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2025ର ପ୍ରାରମ୍ଭିକ ସମୟ ତୁଳନାରେ ସେବା କ୍ଷେତ୍ରରେ ଅଭିବୃଦ୍ଧି ଦୃଢ଼ ରହିଛି। ଭାରତର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି। ସ୍ଥିର ବିକାଶ, ନିୟନ୍ତ୍ରିତ ମୁଦ୍ରାସ୍ଫିତି ଏବଂ ନିୟନ୍ତ୍ରିତ ଚଳନ୍ତ ଖାତା ନିଅଣ୍ଟ ସୁଦୃଢ଼ ସାମଗ୍ରିକ ଆର୍ଥିକ ଆଧାରକୁ ପ୍ରତିଫଳିତ କରୁଛି। ଆର୍ଥିକ ଶୃଙ୍ଖଳା, ଗ୍ରାମୀଣ ଚାହିଦା ଏବଂ ଢାଞ୍ଚାଗତ ସଂସ୍କାର ଉପରେ ନିରନ୍ତର ଧ୍ୟାନ ଦିଆଯିବା ଫଳରେ ବିକାଶ ହାରକୁ ବଜାୟ ରଖାଯାଇପାରିଛି। ବିଶ୍ୱ ବାଣିଜ୍ୟ ଅନିଶ୍ଚିତତା ଏବଂ ଅଭିବୃଦ୍ଧି ମନ୍ଥର ହେବା ମଧ୍ୟରେ, ଭାରତର ସ୍ଥିରତା ଏହାକୁ 2025 ଏବଂ ପରବର୍ତ୍ତୀ ସମୟରେ ବିଶ୍ୱ ଆର୍ଥିକ ପ୍ରସାରର ଏକ ପ୍ରମୁଖ ବାହକ ଭାବରେ ସ୍ଥାନିତ କରୁଛି।

ଆଇଏମଏଫ ଆର୍ଥିକ ଅସ୍ଥିରତା ଜିଡିପି ଅଭିବୃଦ୍ଧି ବିକାଶ ସ୍ତମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026
Latest News

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.