Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାତ୍ୟା….ବାତ୍ୟା….ବାତ୍ୟା…, ଓଡିଶାକୁ ଆସୁଛି ବାତ୍ୟା ମୋନ୍ଥା, ପାଣିପାଗ ବିଭାଗ କଲା ସତର୍କ
ଜାତୀୟ ଖବର

ବାତ୍ୟା….ବାତ୍ୟା….ବାତ୍ୟା…, ଓଡିଶାକୁ ଆସୁଛି ବାତ୍ୟା ମୋନ୍ଥା, ପାଣିପାଗ ବିଭାଗ କଲା ସତର୍କ

October 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା....ବାତ୍ୟା....ବାତ୍ୟା.
ବାତ୍ୟା....ବାତ୍ୟା....ବାତ୍ୟା..., ଓଡିଶାକୁ ଆସୁଛି ବାତ୍ୟା ମୋନ୍ଥା, ପାଣିପାଗ ବିଭାଗ କଲା ସତର୍କ

ଭୁବନେଶ୍ବର: ଅକ୍ଟୋବର ଆସିଲେ ସବୁବେଲେ ଓଡିଶାକୁ ବାତ୍ୟା ଚିନ୍ତା ଘାରିଥାଏ। ଏଥର ମଧ୍ୟ ସେହି ଅବସ୍ଥା ସୃଷ୍ଟି ହୋଇଛି। ଓଡିଶାକୁ ପୁଣି ବାତ୍ୟା ଡର। ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଏକ ବାତ୍ୟା, ଯାହାର ନାମ ରଖାଯାଇଛି ମୋନ୍ଥା। ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବର୍ତ୍ତମାନ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଆଜି ଭୋରରୁ ଅବପାତରେ ପରିଣତ ହୋଇଛି।

ପାଣିପାଗ ବିଭାଗ ଅନୁସାରେ ଏହି ଅବପାତ ଧିରେଧିରେ ଶକ୍ତିଶାଳି ହେଉଛି ଏବଂ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଆସନ୍ତା ୨୭ ତାରିଖରେ ଏହା ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ କଣ ହେବ, କେଉଁଠି ଛୁଇଁବ ତାହା ସ୍ପଷ୍ଟ ହୋଇପାରି ନାହିଁ। ଆଜି ଅପରାହ୍ନରେ ଏହାର ଗତିପଥ ଏବଂ ସ୍ଥଳଭାଗ ସ୍ପର୍ଶ କରିବାର ସମୟ ଜଣାପଡିବ।

ତେବେ ଏହାର ପ୍ରଭାବ ଆଜିଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଆଜି ଓ କାଲି ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ସଂଧ୍ୟାରୁ ବାତ୍ୟାର ପ୍ରକୋପ ଆରମ୍ଭ ହେବ ବୋଲି କୁହାଯାଉଛି। ଆସନ୍ତା ୨୭ ତାରିଖରେ ଏହା ବାତ୍ୟା ରୁପ ନେବା ପରେ ତା ପରଦିନ ଏହାର ପ୍ରଭାବ ଜୋରଦାର ରହିବ ବୋଲି ଆଶଙ୍କା କରାଯାଇଛି।

ସୋମବାରଠାରୁ ଅତି କମରେ ତିନି ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।

ଏହାର ନାମ କାହିଁକି ରଖାଯାଇଛି ମୋନ୍ଥା, ଏହା କଣ ?

ଏହି ବାତ୍ୟାର ନାମ ମନ୍ଥା ରଖାଯାଇଛି। ଏହା ଥାଇଲାଣ୍ଡ ଦେଶ ଦ୍ବାରା ଦିଆଯାଇଥିବା ଏକ ନାମ। ଏହାର ଅର୍ଥ ହେଉଛି ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ। ସାଧାରଣତଃ ଏସିଆ ମହାଦେଶର ପାଣିପାଗ ବିଭାଗ ତରଫରୁ ସମସ୍ତ ଦେଶରୁ ଭଲ ଭଲ ନାମ ପ୍ରସ୍ତାବ ମଗାଯାଇଥାଏ। ସେହି ଅନୁସାରେ ବିଭିନ୍ନ ଦେଶ ତାଙ୍କ ଦେଶର ଭଲ ନାମ ବାଛି ପ୍ରସ୍ତାବ ଦେଇଥାନ୍ତି। ତାହାକୁ ସବୁ ଏକାଠି କରି ଏକ କ୍ରମାନ୍ବରେ ସଜାଯାଇଥାଏ। ଗୋଟିଏ ଗୋଟିଏ ବାତ୍ୟା ଆସିଲେ ସେହି କ୍ରମାନ୍ବର ନାମରୁ ଗୋଟିଏ ଗୋଟିଏ ଦିଆଯାଏ।

cyclone Cyclone Montha ବାତ୍ୟା ମୋନ୍ଥା ବାତ୍ୟା....ବାତ୍ୟା....ବାତ୍ୟା. ମୋନ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା

March 5, 2026
Latest News

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା

March 5, 2026

୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ: ଇଂଲଣ୍ଡ ବିରୋଧରେ ବିଶାଳ ସ୍କୋର ଛିଡ଼ା କଲା ଭାରତ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.