Public Provident Fund: ଆପଣ ପ୍ରତିମାସରେ ଜମା କରୁନ୍ତୁ ମାତ୍ର 12500 ଟଙ୍କା। ଆଉ ମାଚ୍ୟୁରିଟ ହେଲେ ପାଅନ୍ତା ଏକା ଥରେ 41 ଲକ୍ଷ ଟଙ୍କା। ଏହା କୌଣସି ଚିଟ ଫଣ୍ଡ କିମ୍ବା ମ୍ୟାଜିକ ନୁହେଁ। ଏହା ହେଉଛି ସତକଥା। ଭାରତ ସରକାର ଜାରୀ କରିଥିଲା Public Provident Fund ବା PPF ବର୍ତ୍ତମାନ ବେଶ ଲୋକପ୍ରିୟତା ହାସଲ କରିଛି। କାରଣ ଏହି ଜମାରେ ରହିଛି ଲୋକଙ୍କର ବିଶ୍ବସନୀୟତା।
ତେବେ ଏହି PPF ଆକାଉଣ୍ଟରେ କିପରି ଏବଂ କେମିତ ଜମା କଲେ ଏହା ଭଲ ଫେରସ୍ତ ଦେଇଥାଏ ତାହା ଆସନ୍ତୁ ଜାଣିବା।
ଆପଣ ଯଦି ଭବିଷ୍ୟତ ସେଭିଂ କରିବା ପାଇଁ ଚାହାଁନ୍ତି ତେବେ PPF ରେ ଆପଣ ଜମା କରନ୍ତୁ। ଆପଣ ଏଥିରେ ଯଦି ମାସକୁ 12500 ଟଙ୍କା ଜମା କରିବେ ତେବେ 15 ବର୍ଷ ପରେ ଆପଣ ପାଇବେ 41 ଲକ୍ଷ ଟଙ୍କା। ହିସାବ କଲେ PPF ସୁଧ 7.1 ପ୍ରତିଶତ ସୁଧ ପ୍ରଦାନ କରିଥାଏ। ଆପଣ 12500 ଟଙ୍କା ମାସକ ଜମା କଲେ ବର୍ଷକୁ ତାହା ହେଲା 150000 ଟଙ୍କା। ଯଦି 15 ବର୍ଷ ଜମା କଲେ ତେବେ ଆପଣଙ୍କର ମୋଟ ଜମା ହେଲା 2,250,000 ଟଙ୍କା। ଏଥିରେ ଆପଣଙ୍କୁ 15 ବର୍ଷରେ ଟାକ୍ସ ଫ୍ରି ସୁଧ ପ୍ରାୟ 1800000 ଟଙ୍କା ମିଳିବ। ଏହିପରି ଅନ୍ୟାନ୍ୟ ସୁବିଧା ସହିତ ଆପଣଙ୍କୁ 15 ବର୍ଷ ପରେ ପ୍ରାୟ 4100000 ଟଙ୍କା ମିଳିବ।
କେମିତି ଖୋଲିବ PPF ଆକାଉଣ୍ଟ
ଆପଣ ଯଦି ଏହି ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣ ନିକଟସ୍ଥ ପୋଷ୍ଟ ଅଫିସ କିମ୍ବ ବ୍ୟାଙ୍କକୁ ଯାଇ ଯୋଗାଯୋଗ କରିପାରିବେ। ସେମାନଙ୍କୁ ଆପଣ ଏକ PPF ଆକାଉଣ୍ଟ ଖୋଲିବାକୁ ଆଗ୍ରହୀ ବୋଲି ଜଣାଇବା ପରେ ସେମାନେ ଏ କ୍ଷେତ୍ରରେ ନିଶ୍ଚିତ ସାହାଯ୍ୟ କରିବେ। ଏହାପରେ ଆପଣ ସେଥିରେ ପ୍ରତି ମାସରେ 12500 ଟଙ୍କା ଲେଖାଏଁ ଡିପୋଜିଟ କରିପାରିବେ। ତେବେ ଏଥିରେ ଆପଣ ଅତି କମରେ 1000 ଟଙ୍କା ମଧ୍ୟ ଜମା କରିପାରିବେ।


