Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଆସିବେ ରାଷ୍ଟ୍ରପତି, ବିଧାନସଭାରେ ରଖିବେ ଅଭିଭାଷଣ, ସୁରକ୍ଷା ବ୍ୟବସ୍ଥା କଡାକଡି
ଜାତୀୟ ଖବର

ଓଡିଶା ଆସିବେ ରାଷ୍ଟ୍ରପତି, ବିଧାନସଭାରେ ରଖିବେ ଅଭିଭାଷଣ, ସୁରକ୍ଷା ବ୍ୟବସ୍ଥା କଡାକଡି

November 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଆସିବେ ରାଷ୍ଟ୍ରପତି
ଓଡିଶା ଆସିବେ ରାଷ୍ଟ୍ରପତି, ବିଧାନସଭାରେ ରଖିବେ ଅଭିଭାଷଣ, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ବର: ଆଉ ଦିନକ ପରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାରେ ରଖିବେ ଅଭିଭାଷଣ। ସେଥିପାଇଁ ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭୁବନେଶ୍ବରରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ୨୦୦ ଅଫିସରଙ୍କୁ ଏହି ସୁରକ୍ଷା ଦାୟିତ୍ବରେ ମୁତୟନ କରାଯାଇଛି।

ରାଷ୍ଟ୍ରପତି ୨୭ ତାରିଖରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ଅପରାହ୍ନ ୨ ଟାରେ ପହଞ୍ଚିବେ। ବିମାନ ବନ୍ଦରରୁ ସେ ସିଧା ରାଜଭବନ ଯିବେ। ସେଠାରେ ସେ ନୂଆ କଳିଙ୍ଗ ନିବାସକୁ ଉଦଘାଟନ କରିବେ। ଏହାପରେ ସେ ଅପରାହ୍ନ ୪ ଟା ୨୦ ରେ ବିଧାନସଭାରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ଏହାପରେ ସେ ୪ ଟା ୩୦ ରୁ ୫ ଟା ୩୦ ପର‌୍ୟ୍ୟନ୍ତ ନିଜର ଅଭିଭାଷଣ ରଖିବେ।

ଏହାପରେ ରାଜଭବନରେ ରାଜ୍ୟପାଳ ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିରୋଧୀ ଦଳର ନେତା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର‌୍ୟ୍ୟକ୍ରମ ରହିଛି। ଏହାପରଦିନ ରାଷ୍ଟ୍ରପତି ୯ ଟା ୧୫ ମିନଟରେ ରାଜଭବନରୁ ବିମାନ ବନ୍ଦର ଯିବେ। ସେଠାରୁ ସେ ଲକ୍ଷ୍ନୌ ଯିବାର କାର‌୍ୟ୍ୟକ୍ରମ ରହିଛି।

ଓଡିଶା ଆସିବେ ରାଷ୍ଟ୍ରପତି ରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଅମିତ ଶାହଙ୍କ ନିବେଦନ

January 9, 2026

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026
Latest News

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଅମିତ ଶାହଙ୍କ ନିବେଦନ

January 9, 2026

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.