Barabati T20: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଘଣ୍ଟି ବଜାଇ India-South Africa T20 ମ୍ୟାଚର ଶୁଭାରମ୍ଭ କରିଛନ୍ତି। ଷ୍ଟାଡିୟମ ଭିତରେ ଥିବା ଏକ ବଡ ବିତଳ ଘଣ୍ଟି ବଜାଇ ଏହି ଅନ୍ତର୍ଜାତୀୟ ମ୍ୟାଚର ଶୁଭାରମ୍ଭ କରିଛନ୍ତି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଷ୍ଟାର ସ୍ପୋର୍ଟସ ଚ୍ୟାନେଲରେ ସିଧା ପ୍ରସାରଣ କରାଯାଇଥିଲା। ଫଳରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସାରା ବିଶ୍ବର କ୍ରିକେଟ ପ୍ରେମୀ ଦେଖିଥିଲେ।
ଆଜି ମ୍ୟାଚ ଆରମ୍ଭର ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଓସିଏର କର୍ମକର୍ତ୍ତା ପାଛୋଟି ନେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଦୁଇଦଳର ଟସ୍ ପଡିବା ଦୃଶ୍ୟକୁ ଉପଭୋଗ କରିଥିଲେ। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିଣି ବୋଲିଂ କରିବାକୁ ନିଷ୍ପତି କରିଥିଲା। ଏହା ପରେ ସବୁ ଖେଳାଳୀ ପ୍ରସ୍ତୁତ ହୋଇ ପଡିଆକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଏହି ବେଲ୍ ବଜାଇଥିଲେ।


