ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମାଇକ୍ରୋସଫ୍ଟର ଅଧ୍ୟକ୍ଷ ତଥା ସିଇଓ ସତ୍ୟ ନାଡେଲାଙ୍କ ସହ ଫଳପ୍ରଦ ଆଲୋଚନା ପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତର ନେତୃତ୍ୱକୁ ନେଇ ଆଶା ବ୍ୟକ୍ତ କରିଛନ୍ତି।
ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ବିଶ୍ୱସନୀୟ ସ୍ଥାନ ଭାବେ ଦେଶର ବର୍ଦ୍ଧିତ ଭୂମିକା ଉପରେ ଆଲୋକପାତ କରି ଭାରତରେ ଏସିଆରେ ସର୍ବବୃହତ ପୁଞ୍ଜି ବିନିଯୋଗ ଲାଗି ମାଇକ୍ରୋସଫ୍ଟର ଘୋଷଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ।
ସତ୍ୟ ନାଡେଲାଙ୍କ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି: “ଯେତେବେଳେ ଏଆଇ କଥା ଆସେ, ବିଶ୍ୱ ଭାରତ ପ୍ରତି ଆଶାବାଦୀ! ସତ୍ୟ ନାଡେଲାଙ୍କ ସହ ବହୁତ ଫଳପ୍ରଦ ଆଲୋଚନା ହୋଇଥିଲା। ଭାରତକୁ ଏପରି ଏକ ସ୍ଥାନ ଭାବେ ଦେଖି ଖୁସି ଲାଗୁଛି ଯେଉଁଠାରେ ମାଇକ୍ରୋସଫ୍ଟ ଏସିଆରେ ଏହାର ସର୍ବବୃହତ୍ ନିବେଶ କରିବ।
ଭାରତର ଯୁବକମାନେ ଏହି ସୁଯୋଗର ଉପଯୋଗ କରି ଏକ ଉନ୍ନତ ବିଶ୍ବ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶକ୍ତିକୁ ଉପଯୋଗ କରିବେ।’’


