Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Utkal Alumina ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଣିଲା ଭିନ୍ନ ଏକ ପରିବର୍ତ୍ତନ
ଜାତୀୟ ଖବର

Utkal Alumina ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଣିଲା ଭିନ୍ନ ଏକ ପରିବର୍ତ୍ତନ

December 10, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Utkal Alumina
Utkal Alumina ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଣିଲା ଭିନ୍ନ ଏକ ପରିବର୍ତ୍ତନ

Utkal Alumina: ରାୟଗଡ଼ା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଉଦ୍ୟମି ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଆଣିଛି । ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ୨ଟି ବ୍ଲକରେ ସୃଷ୍ଟି ହେଲାଣି ୩୦୧ କ୍ଷୁଦ୍ର ଉଦ୍ୟୋଗ । ଏଥିପାଇଁ ସ୍ବାବଲମ୍ବୀ ହେଉଛନ୍ତି କ୍ଷୁଦ୍ର ଉଦ୍ୟୋଗୀ । ମାସିକ ରୋଜଗାରରେ ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି ହୋଇଥିବା ବେଳେ ୟୁଏଆଇଏଲର ଏଭଳି ପଦକ୍ଷେପ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି।

ଟିକିରି ତଥା ପର୍ଶ୍ଵସ୍ଥ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ଚେତନା ବିକାଶ ତଥା ସେମାନଙ୍କୁ ଅର୍ଥନୈତିକ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ଉତ୍କଳ ଆଲୁମିନା ଉଦ୍ୟମି ପ୍ରକଳ୍ପ କାର୍ଯ୍ୟକାରୀ କରିଛି । ପ୍ଲାଣ୍ଟ ପ୍ରଭାବିତ ତଥା ପର୍ଶ୍ୱସ୍ଥ କାଶୀପୁର ଓ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକର ୧୦୫ ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସମ୍ପ୍ରତି ଗ୍ରାମରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବା ତଥା ଏହାର ପରିଚାଳନା ପାଇଁ ଉଦ୍ୟୋଗୀ ମାନଙ୍କୁ ସମ୍ପୂର୍ଣ୍ଣ କୌଶଳ, ପ୍ରାରମ୍ଭିକ ପାଣ୍ଠି, ଆବଶ୍ୟକ ଯାନ୍ତ୍ରିକ ଉପକରଣ, ପ୍ରଶାସନିକ ସହାୟତା ସମେତ କଞ୍ଚାମାଲ୍ ଯୋଗାଇ ବାଜରିକରଣ ପାଇଁ ପ୍ରତେକ୍ଷ ସହଯୋଗ ପ୍ରଦାନ କରିବା ହେଉଛି ଏହାର ଉଦ୍ଦେଶ୍ୟ।

ଗତ ୨୦୨୧ ଜୁଲାଇ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଜରିଆରେ ଉତ୍କଳ ଆଲୁମିନା ଚତୃପାର୍ଶ୍ୱ ଗ୍ରାମାଞ୍ଚଳରେ ଶତାଧିକ ଉଦ୍ଯମୀ ମାନେ ନିଜର ଇଛାଶକ୍ତି ଏବଂ କମ୍ପାନୀର ପ୍ରତେକ୍ଷ ସହଯୋଗରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ନିଜେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ବାସୁଦେବ ବିଶୋଇ ଏପରି ଜଣେ ସଫଳ ଉଦ୍ୟମି । ଟିକିରି ସହରାଞ୍ଚଳରେ ଛୋଟ ଦୋକାନରୁ ନିଜ ବ୍ୟବସାୟ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟରେ ସେ ଫ୍ଲେକ୍ସ ଓ ଷ୍ଟୁଡିଓ ବ୍ୟବସାୟ କରି ଭଲ ଲାଭବାନ ହୋଇଛନ୍ତି ।

ଏହି ଉଦ୍ୟମି ପ୍ରକଳ୍ପ ଦ୍ବାରା ମୋଟ ୩୦୧ ଟି କ୍ଷୁଦ୍ର ଶିଳ୍ପ ତଥା ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବାବେଳେ ପରୋକ୍ଷ ଭାବେ ୨୪୮ଜଣ ବ୍ୟକ୍ତିବିଶଷଙ୍କୁ ରୋଜଗାର ମିଳିଛି। ଏହାଦ୍ବାରା ପୂର୍ବରୁ ଦାଦନ ଖଟିବାକୁ ଯାଇଥିବା ୩୭ଜଣ ବ୍ୟକ୍ତିଙ୍କୁ ନିଜ ଗ୍ରାମରେ ରହି ରୋଜଗାର କରିବା ପାଇଁ ସୁଯୋଗ ପ୍ରଦାନ କରିଛି । ଉପରୁକ୍ତ ଉଦ୍ୟୋଗ ମଧ୍ୟରୁ ସେବା କ୍ଷେତ୍ରରେ ୧୩୪ ଗୋଟି ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବା ସ୍ଥଳେ ଉତ୍ପାଦନ କ୍ଷେତ୍ରରେ ୭୦ ଟି ଓ ବ୍ୟବସାୟ ଭିତ୍ତିକ ଶିଳ୍ପରେ ୯୭ ଗୋଟି ଉଦ୍ୟୋଗ କାର୍ଯ୍ୟକାରୀ ହୋଇଛି। ଉଦ୍ୟମି ଦ୍ୱାରା ଉପକୃତ ହୋଇଥିବା

ଜଣେ ମହିଳା ଉଦ୍ୟୋଗୀ ହେଉଛନ୍ତି ରୋଜାଲିନ ଖୋରା। ଏନେଇ ସେ ସୂଚନା ଦେଇ କହିଛନ୍ତି ଯେ, ବ୍ୟବସାୟ ଆରମ୍ଭ କରିବା ନେଇ ସେ ବହୁତ ଆଶାବାଦୀ ଥିଲେ। କିନ୍ତୁ କୌଣସି ଉପାୟ ନପାଇ ନିରାଶ ହୋଇଥିଲେ। ଏହାପରେ ଉତ୍କଳ ଆଲୁମିନା ପକ୍ଷରୁ ପରିଚାଳିତ ଉଦ୍ଯମି ପ୍ରକଳ୍ପ ସଂକ୍ରାନ୍ତରେ ଜାଣିବା ପରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ପ୍ରାରମ୍ଭିକ ପର୍ଯ୍ୟାୟରେ ଆର୍ଥିକ ସହାୟତା ଓ ପ୍ରଶିକ୍ଷଣ ପାଇ ସେ ନିଜ ଘରୁ ବ୍ୟବସାୟ ଆରମ୍ଭ କରିଥିଲେ। ଯଦ୍ୱାରା ଉକ୍ତ ବ୍ୟବସାୟରୁ ଅର୍ଥ ଉପାର୍ଜନ କରି ପରିବାର ଚଳାଇବାରେ ସହଯୋଗ କରିଥିବା ସେ ପ୍ରକାଶ କରିଛନ୍ତି। ଉଦ୍ୟମି ପ୍ରକଳ୍ପ ଜରିଆରେ ପ୍ଲାଣ୍ଟ ଓ ଏହାର ପର୍ଶ୍ଵସ୍ଥ ଅଞ୍ଚଳରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା ହେବା ସହିତ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ତଥା ସାମାଜିକ ଉନ୍ନତୀକରଣ ଘଟିଛି।

ପୂର୍ବରୁ ଯେଉଁ ବ୍ୟକ୍ତି ବିଶେଷ ମାନେ ଏହି ଉଦ୍ୟୋଗ ଦ୍ଵାରା ଲାଭବାନ ହୋଇଛନ୍ତି । ସେମାନଙ୍କର ମାସିକ ରୋଜଗାର କ୍ଷମତା ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ଅର୍ଥାତ୍ ହାରାହାରି ୬ହଜାର ଟଙ୍କାରୁ ବୃଦ୍ଧି ହୋଇଛି । ସାଂପ୍ରତିକ ସ୍ଥିତିରେ ୧୪ ରୁ ୧୮ ହଜାର ଯାଏଁ ଟଙ୍କା ରୋଜଗାର ସେମାନେ କରିପାରୁଛନ୍ତି । ଏହି ଉଦ୍ୟମି ପ୍ରକଳ୍ପ ଏଣ୍ଟରପ୍ରାଇଯେଶ୍ ଡେଭଲପମେ୍ଟ ଇନଷ୍ଟିଚ୍ୟୁଟେ ଅଫ ଇଣ୍ଡିଆ (ଇଡିଆଇଆଇ) ସହଭାଗିତାରେ କାର୍ଯ୍ୟକାରୀ ହୋଇଛି। ଏହାର କେନ୍ଦ୍ର ପରିଚାଳକ ଦୈତାରି ସାମନ୍ତରାୟ ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ ସମସ୍ତ ଜ୍ଞାନ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥାନ୍ତି।

ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ଗ୍ରାମ ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ପ୍ରକଳ୍ପ ଉଦ୍ୟମି କାର୍ଯ୍ୟକାରୀ ହେଉଛି। ଏହାଦ୍ଵାରା ୨ଟି ବ୍ଲକରେ ପ୍ରତିଭାବାନ ଉଦ୍ୟମିଙ୍କୁ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ବାବଲମ୍ବୀ କରିବା ଓ ନିଯୁକ୍ତି ସୃଷ୍ଟି କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଥମ ପର୍ଯ୍ୟାୟରେ ଏହା ସଫଳ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ଉଦ୍ୟମି ୨.୦ ପ୍ରାରମ୍ଭ ହୋଇଛି ବୋଲି ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି।

ଉକ୍ତ ସଂସ୍ଥା ଦ୍ୱାରା ଉପରୁକ୍ତ ୧୫୦ ଟି ଗ୍ରାମରେ ସର୍ଭେ ଜରିଆରେ ନୂତନ ଉଦ୍ୟମୀଙ୍କୁ ଚିହ୍ନଟ ତଥା ଅଞ୍ଚଳରେ ଚାହିଦା ମୁତାବକ ଶ୍ରେଷ୍ଠ ଉଦ୍ୟୋଗ ଚୟନ କରି ଆଶାୟୀ ଉଦ୍ୟୋଗୀଙ୍କୁ ଯୋଗ୍ୟ ବିବେଚିତ କରି ସେମାନଙ୍କୁ ସମସ୍ତ ପ୍ରକାର ଯାନ୍ତ୍ରିକ ଓ ବ୍ୟବସାୟୀ ଭିତ୍ତିକ କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏହି ଉଦ୍ୟମି ପ୍ରକଳ୍ପ ଅଞ୍ଚଳରେ ନୂତନ କ୍ଷୁଦ୍ର ଗ୍ରାମୀଣ ଉଦ୍ୟୋଗ ସୃଷ୍ଟି କରିଥିବା ସ୍ଥଳେ ସ୍ଥାନୀୟ ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। ଉକ୍ତ ପ୍ରକଳ୍ପ ସଫଳ ରୂପାୟନ ହେବାରୁ ଏହା ଆହୁରି ୩ବର୍ଷ ଯାଏଁ କାର୍ଯ୍ୟକାରୀ ହେବ।

CSR hindalco Utkal Alumina ଉତ୍କଳ ଆଲ୍ୟୁମିନା ହିଣ୍ଡାଲକୋ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳି ସାମିଲ ହେବାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

December 10, 2025

ରୋହିଙ୍ଗ୍ୟାମାନଙ୍କ ଉପରେ ମନ୍ତବ୍ୟ ମାମଲା: ସିଜେଆଇ ଙ୍କୁ ସମର୍ଥନ କଲେ ୪୪ ପୂର୍ବତନ ବିଚାରପତି

December 10, 2025

ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟିର ଯୋଜନାକୁ ଅନୁମୋଦନ କଲେ କେନ୍ଦ୍ର ସରକାର

December 10, 2025

ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ

December 10, 2025
Latest News

ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳି ସାମିଲ ହେବାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

December 10, 2025

ରୋହିଙ୍ଗ୍ୟାମାନଙ୍କ ଉପରେ ମନ୍ତବ୍ୟ ମାମଲା: ସିଜେଆଇ ଙ୍କୁ ସମର୍ଥନ କଲେ ୪୪ ପୂର୍ବତନ ବିଚାରପତି

December 10, 2025

Utkal Alumina ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଣିଲା ଭିନ୍ନ ଏକ ପରିବର୍ତ୍ତନ

December 10, 2025

ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟିର ଯୋଜନାକୁ ଅନୁମୋଦନ କଲେ କେନ୍ଦ୍ର ସରକାର

December 10, 2025

ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.