Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ନେଇ କଂଗ୍ରେସରେ ଝଡ, ମୋକିମଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ
ଜାତୀୟ ଖବର

ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ନେଇ କଂଗ୍ରେସରେ ଝଡ, ମୋକିମଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ

December 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋନିଆ ଗାନ୍ଧୀଙ୍କୁ ମୋକିମଙ୍କ ଚିଠି
ସୋନିଆ ଗାନ୍ଧୀଙ୍କୁ ମୋକିମ ଚିଠି ଲେଖିବା ନେଇ କଂଗ୍ରେସରେ ଝଡ, ତାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ

ଭୁବନେଶ୍ବର: କଂଗ୍ରେସ କାହିଁକି ରାଜ୍ୟ ରାଜନୀତିରେ ବର୍ତ୍ତମାନ ମୋକିମଙ୍କ ସୋନିଆଙ୍କୁ ଲେଖିଥିବା ଚିଠିକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ହେଲେ ମୋକିମଙ୍କ ଏହି ଚିଠିକୁ ନେଇ କଂଗ୍ରେସରେ ଝଡ ସୃଷ୍ଟି ହୋଇଛି। କାରଣ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋନିଆଙ୍କୁ ଯେଉଁ ଚିଠି ଲେଖିଛନ୍ତି ତାହାକୁ ଦଳର କେତେକ ନେତା ନିନ୍ଦା କରିବାରେ ଲାଗିଛନ୍ତି।

ସୁରେଶ ରାଉତରାୟ, ଜୟଦେବ ଜେନା ଏବଂ ଅନନ୍ତ ସେଠୀ ପ୍ରମୁଖ ଏହାକୁ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଯେ, ମୋକିମ ଯଦି ଚିଠି ଲେଖିଲେ ତାହା ପଦାକୁ କାହିଁକି ଆସିଲା। ଏହାଦ୍ବାରା କଂଗ୍ରେସ ଦଳ ନିନ୍ଦିତ ହେଉଛି ବୋଲି ସେମାନେ କହିଛନ୍ତି। ତେବେ ମୋକିମଙ୍କ ଚିଠିକୁ ନେଇ ଏ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ଭକ୍ତ ଦାସ କୌଣସି ଟିପ୍ପଣୀ ଦେଇ ନାହିଁନ୍ତି। ହେଲେ ସେ ବହୁ ବରିଷ୍ଠ ନେତାଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି।

ତେବେ ମୋକିମ ସୋନିଆଙ୍କୁ ଚିଠିରେ କଣ ଏମିତି ଲେଖିଲେ ଯେ, ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି। ମୋକିମ ତାଙ୍କ ଚିଠି ସିଧା ଭକ୍ତ ଦାସଙ୍କ ପାରିବା ପଣିଆକୁ ଟାର୍ଗେଟ କରିଛନ୍ତି। ତେବେ ରାଜ୍ୟ ରାଜନୀତିରେ ଏମିତି ହେବା କିଛି ଅସୁବିଧା ନାହିଁ, ହେଲେ ସେ ରାହୁଳ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ପାଞ୍ଚ ପୃଷ୍ଠାର ଏହି ଚିଠିରେ ମୋକିମ ରାହୁଳ ଗାନ୍ଧୀଙ୍କୁ ବାରମ୍ବାର ଭେଟିକାକୁ ଚେଷ୍ଠା କରିଥିଲେ ମଧ୍ୟ ସମ୍ଭବ ହେଲା ନାହିଁ। ଯାହାକୁ ନେଇ ସେ ସୋନିଆଙ୍କ ପାଖରେ ଗୁହାରି କରିଛନ୍ତି।

ସେହିପରି ମୋକିମ ତାଙ୍କ ଚିଠିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ତାଙ୍କର ବୟସ ଅଧିକ ହୋଇଥିବାରୁ ସେ ବର୍ତ୍ତମାନ ଏହି ବଡ ଦଳକୁ ପରିଚାଳନା କରିପାରୁ ନାହିଁନ୍ତି। ସେ କୌଣସି ନିଷ୍ପତି ନେବାରେ ସକ୍ଷମ ନୁହଁନ୍ତି ବୋଲି ମୋକିମ ଚିଠିରେ ଉଲ୍ଲେଖ କରିଛନ୍ତି। ଏପରିକି ଯୁବ ଗୋଷ୍ଠୀ ଖଡଗେଙ୍କ ନେତୃତ୍ବକୁ ପସନ୍ଦ କରୁ ନାହିଁନ୍ତି ବୋଲି ମୋକିମ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ଜାତୀୟ ସ୍ତରରେ ଦଳର ଖରାପ ପ୍ରଦର୍ଶନ କର୍ମିଙ୍କ ମନୋବଳକୁ ଭାଙ୍ଗି ଦେଉଛି। ରାଜ୍ୟରେ ଭକ୍ତ ଦାସଙ୍କ ସଭାପତିତ୍ବରେ କଂଗ୍ରେସ ଆଗକୁ ଯାଇପାରିବ ନାହିଁ ବୋଲି ମୋକିମ ସିଧା ଲେଖିଛନ୍ତି।

ସେ ରାଜ୍ୟ କଂଗ୍ରେସର ପରିଚାଳନା ତଥା ଏଆଇସିସିର ନିଷ୍ପତି ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ସେ କହିଛନ୍ତି ଯେ, ଏଆଇସିସି 2024 ନିର୍ବାଚନ ପୂର୍ବରୁ ଶରତ ପଟ୍ଟନାୟକଙ୍କୁ ସଭାପତି କଲେ। ସେ ଲଗାତର ଛଅ ଥର ନିର୍ବାଚନ ହାରିଥିବା ସତ୍ବେ ତାଙ୍କୁ ସଭାପତି ଦାୟିତ୍ବ ଦେବା ଠିକ ନିଷ୍ପତି ନ ଥିଲା ବୋଲି ମୋକିମ କହିଛନ୍ତି। ସେହିପରି ଭକ୍ତ ଦାସଙ୍କ ନେତୃତ୍ବରେ ନୂଆପଡା ଉପନିର୍ବାଚନରେ କଂଗ୍ରେସ ସଫଳତା ପାଇପାରିଲା ନାହିଁ। ଅନ୍ୟପଟେ ମୋକିମ ଏକ ସଂଘାତିକ କଥା କହିଛନ୍ତି, ତାହା ହେଲା ଭକ୍ତ ଦାସ ଏବଂ ତାଙ୍କ ପୁଅ ସାଗର ଦାସ ଓଡିଶାରେ ସ୍ବତନ୍ତ୍ର କୋଶଳ ରାଜ୍ୟ କରିବାକୁ ସମର୍ଥନ କରୁଛନ୍ତି। ଏହାଦ୍ବାରା କଂଗ୍ରେସ ପ୍ରତି ଓଡିଶା ଲୋକଙ୍କର ଆଗ୍ରହ ସୃଷ୍ଟି ହେଉ ନାହିଁ।

ମୋକିମଙ୍କ ଏହି ଚିଠିରୁ ଦୁଇଟି କଥା ସ୍ପଷ୍ଟ ହେଉଛି। ତାହା ହେଲା ସେ ବର୍ତ୍ତମାନ ଆଉ କଂଗ୍ରେସ ଦଳରେ ତାଙ୍କର ମନ ଲାଗୁ ନାହିଁ। ଅନ୍ୟପକ୍ଷରେ ହୁଏତ ମୋକିମ ଅନ୍ୟ କେଉଁ ଦଳରେ ସାମିଲ ହେବା ପାଇଁ ମନସ୍ଥ କରିଥାଇପାରନ୍ତି। କାରଣ ସେ ସିଧା ରାହୁଳ ଗାନ୍ଧୀ ଏବଂ ଖଡଗେଙ୍କୁ ଟାର୍ଗେଟ କରିବା ଅର୍ଥ ନିଜ ଗୋଡରେ ନିଜେ କୁରାଢି ମାରିବା ସହିତ ସମାନ। ପୂର୍ବରୁ ମୋକିମ ଏହିପରି ମଝିରେ ମଝିରେ ବିସ୍ପୋରଣ କରି ଚର୍ଚ୍ଚାକୁ ଆସିଛନ୍ତି। ଏପରିକି ଦଳରୁ ନିଲମ୍ବନ ମଧ୍ୟ ହୋଇଛନ୍ତି। ସେ ଗତ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସର ପ୍ରାର୍ଥିଙ୍କୁ ସମର୍ଥନ ନ କରି ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ବର୍ତ୍ତମାନ ଏହି ଚିଠି ମୋକିମଙ୍କ ଦଳ ପରିବର୍ତ୍ତନର ସମସ୍ତ ଆଭାସ ତିଆରି କରୁଛି।

Congress Politics Odisha Congress କଂଗ୍ରେସ ରାଜନୀତି ମହମ୍ମଦ ମୋକିମ ମୋକିମ ମୋକିମଙ୍କ ଚିଠି ସୋନିଆଙ୍କୁ ମୋକିମଙ୍କ ଚିଠି
Share. Facebook Twitter LinkedIn Email WhatsApp Copy Link

Related Posts

Jio 5G: ୫ଜିରେ ଜିଓ ଆଗୁଆ, ଦେଶରେ ୨୩ କୋଟି ଗ୍ରାହକ ଯୋଡିଲ ରିଲାଏନ୍ସ

December 12, 2025

ଭାରତକୁ ମିଳିବ 300 ରୁଷିଆନ୍ R-37M କ୍ଷେପଣାସ୍ତ୍ର: ଦ୍ରୁତ ଗତିରେ ଶତୃ ଦେଶକୁ କରିବ ଟାର୍ଗେଟ

December 12, 2025

ନଅଟି ବଲ୍ ରେ ପାଞ୍ଚଟି ୱିକେଟର ପତନ, ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ

December 12, 2025

ସାନ ଭାଇର ଛୁରୀ ମାଡରେ ବଡ଼ଭାଇ ଗୁରୁତର, ଥାନାରେ ଏତଲା

December 12, 2025
Latest News

Jio 5G: ୫ଜିରେ ଜିଓ ଆଗୁଆ, ଦେଶରେ ୨୩ କୋଟି ଗ୍ରାହକ ଯୋଡିଲ ରିଲାଏନ୍ସ

December 12, 2025

ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ନେଇ କଂଗ୍ରେସରେ ଝଡ, ମୋକିମଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ

December 12, 2025

ଭାରତକୁ ମିଳିବ 300 ରୁଷିଆନ୍ R-37M କ୍ଷେପଣାସ୍ତ୍ର: ଦ୍ରୁତ ଗତିରେ ଶତୃ ଦେଶକୁ କରିବ ଟାର୍ଗେଟ

December 12, 2025

ନଅଟି ବଲ୍ ରେ ପାଞ୍ଚଟି ୱିକେଟର ପତନ, ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ

December 12, 2025

ସାନ ଭାଇର ଛୁରୀ ମାଡରେ ବଡ଼ଭାଇ ଗୁରୁତର, ଥାନାରେ ଏତଲା

December 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.