ଭୁବନେଶ୍ବର: ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର କଲ୍ୟାଣ ଜୁଏଲରସ୍ ସୋ ରୁମର ଉଦଘାଟନ କରିଛନ୍ତି। ସେ ଭୁବନେଶ୍ବର ଓ କଟକ ଗସ୍ତ କରି ଦୁଇଟି ସ୍ଥାନରେ ଏହି ସୋ ରୁମର ଉଦଘାଟନ କରିଛନ୍ତି। କଡା ସୁରକ୍ଷା ମଧ୍ୟରେ ଅକ୍ଷୟ କୁମାର ଭୁବନେଶ୍ବର କଟକ ଗସ୍ତ କରି ତାଙ୍କର ପ୍ରଶଂସକଙ୍କ ସହିତ ହାତ ମିଳାଇଛନ୍ତି। ଅକ୍ଷୟ କୁମାରଙ୍କୁ ଦେଖିବା ପାଇଁ ଦୁଇ ସହରରେ ଲୋକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।
ଏହି ପରିପ୍ରେକ୍ଷୀରେ ଅକ୍ଷୟ କୁମାର ଜୟ ଜଗନ୍ନାଥ କହି ନିଜର ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, କଲ୍ୟାଣ ଜୁଏଲରସ ପରି ଏକ ବଡ ବ୍ରାଣ୍ଡର ଉଦଘାଟନରେ ସାମିଲ ହୋଇଥିବାରୁ ବେଶ ଖୁସି। ଓଡିଶାକୁ ମୁଁ ବହୁଥର ଗସ୍ତରେ ଆସିଛି। ମୋତେ ଓଡିଶା ବେଶ ଭଲ ଲାଗେ। ଏଥିସହିତ ସେ କଲ୍ୟାଣ ଜୁଏଲରସ ପ୍ରତି ଲୋକଙ୍କ ଭରସା ରହିଥିବାର କହିଥିଲେ। ଏହି ଉପଲକ୍ଷେ କଂପାନୀ ତରଫରୁ ଅକ୍ଷୟ କୁମାରଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।


