Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ୱାନ୍ ନେସନ୍-ୱାନ୍ ଗ୍ୟାସ୍ ଗ୍ରିଡ୍’: ୨୫,୪୦୦ କିମିରୁ ଅଧିକ ଗ୍ୟାସ୍ ପାଇପଲାଇନ୍ ନେଟୱାର୍କ କାର୍ଯ୍ୟକାରୀ
ଜାତୀୟ ଖବର

‘ୱାନ୍ ନେସନ୍-ୱାନ୍ ଗ୍ୟାସ୍ ଗ୍ରିଡ୍’: ୨୫,୪୦୦ କିମିରୁ ଅଧିକ ଗ୍ୟାସ୍ ପାଇପଲାଇନ୍ ନେଟୱାର୍କ କାର୍ଯ୍ୟକାରୀ

December 27, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link
ବର୍ଷାନ୍ତ ସମୀକ୍ଷା ୨୦୨୫: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ
ବର୍ଷାନ୍ତ ସମୀକ୍ଷା ୨୦୨୫: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ପାଇଁ ତୈଳ ଏବଂ ଗ୍ୟାସ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ପରିଚିତ। ୨୦୨୫ରେ, ମନ୍ତ୍ରଣାଳୟ ସୁଲଭ ମୂଲ୍ୟରେ ଶକ୍ତି ଉପଲବ୍ଧକୁ ସୁନିଶ୍ଚିତ କରିବା, ଘରୋଇ ଉତ୍ପାଦନ ବୃଦ୍ଧି, ଭିତ୍ତିଭୂମି ସୁଦୃଢ଼ କରିବା, ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଶକ୍ତି ସୁରକ୍ଷାକୁ ମଜବୁତ କରିବା ପାଇଁ ବ୍ୟାପକ ଏବଂ ବହୁମୁଖୀ ଦୃଷ୍ଟିକୋଣ ଗ୍ରହଣ କରିଆସିଛି। ଏହି ପଦକ୍ଷେପଗୁଡ଼ିକ ଶକ୍ତି ପ୍ରାପ୍ତି, ଶକ୍ତି ଦକ୍ଷତା, ଶକ୍ତି ସ୍ଥିରତା ଏବଂ ଶକ୍ତି ସୁରକ୍ଷା ଦିଗରେ ସାମଗ୍ରିକ ଜାତୀୟ ପ୍ରାଥମିକତା ସହିତ ସମାନ୍ତରାଳ ହୋଇ ରହିଛି।

ସ୍ୱଚ୍ଛ ରନ୍ଧନ ଇନ୍ଧନର ସାର୍ବଜନୀନ ଉପଲବ୍ଧି ସୁନିଶ୍ଚିତ କରିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ରମୁଖ ପ୍ରାଥମିକତା। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୧ ଡିସେମ୍ବର ୨୦୨୫ ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୧୦.୩୫ କୋଟିକୁ ପହଞ୍ଚିଛି। ବାକିଥିବା ଆବେଦନ ନିଷ୍ପତ୍ତି ଓ ଏଲପିଜି ପ୍ରସାରକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ୨୫ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନକୁ ଅନୁମୋଦନ କରିଛନ୍ତି। ଯୋଗ୍ୟତା ପ୍ରକ୍ରିୟା ସରଳ କରିବାକୁ ଏକକ ଘୋଷଣାନାମା ପ୍ରଣାଳୀ କରାଯାଇଥିବାରୁ ସଂଯୋଗ ପ୍ରଦାନ ପ୍ରକ୍ରିୟା ଅଧିକ ଦ୍ରୁତ ଓ ସାମାବେଶୀ ହୋଇଛି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ବର୍ଷକୁ ରିହାତି ଦରରେ  ୯ଟି ସିଲିଣ୍ଡର ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ପ୍ରତି ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୩୦୦ ଟଙ୍କାର ରିହାତି ପ୍ରଦାନ କରାଯାଉଛି। ଫଳରେ ଏଲ୍‍ପିଜି ବ୍ୟବହାରରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହୋଇଛି। ହାରାହାରି ମୁଣ୍ଡପିଛା ବ୍ୟବହାର ୨୦୧୯-୨୦ ମସିହାରେ ପ୍ରାୟ ୩ଟି ସିଲିଣ୍ଡର ଥିବା ବେଳେ ଗତ  ଆର୍ଥିକ ବର୍ଷରେ ଏହା ୪.୪୭କୁ ବୃଦ୍ଧି ପାଇଥିଲା।  ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ଏହା ପ୍ରାୟ ୪.୮୫ ସିଲିଣ୍ଡରରେ ପହଞ୍ଚିଛି, ଯାହା ସ୍ୱଚ୍ଛ ରନ୍ଧନ ଇନ୍ଧନର ନିରନ୍ତର ବ୍ୟବହାରକୁ ଦର୍ଶାଉଛି।

ରିହାତି ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ସଠିକ୍ କରିବା ପାଇଁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣକୁ ତ୍ୱରାନ୍ୱିତ କରାଯାଇଛି। ୧ ଡିସେମ୍ବର ୨୦୨୫ ସୁଦ୍ଧା, ୭୧ ପ୍ରତିଶତ ଉଜ୍ଜଳା ଯୋଜନା ଉପଭୋକ୍ତା ଏବଂ ୬୨ ପ୍ରତିଶତ ଅଣପିଏମ୍‍ୟୁଓ୍ୱାଇ ଉପଭୋକ୍ତାଙ୍କୁ ବାୟୋମେଟ୍ରିକ୍ ପ୍ରମାଣୀକରଣ ଅନ୍ତର୍ଭୁକ୍ତ କରିଛି। ୨୦୨୫ ନଭେମ୍ବର ମସିହାରେ ସାରା ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି, ଯାହା ଦ୍ୱାରା ଗ୍ରାହକମାନେ ସରଳ ମୋବାଇଲ୍ ଆଧାରିତ ପ୍ରକ୍ରିୟା ମାଧ୍ୟମରେ ସମ୍ପୂର୍ଣ୍ଣ ମାଗଣାରେ ନିଜର ପ୍ରମାଣୀକରଣ ସମ୍ପୂର୍ଣ୍ଣ କରିପାରିବେ।

ଦେଶବ୍ୟାପୀ ‘ମୌଳିକ ନିରାପତ୍ତା ଯାଞ୍ଚ’ ଅଭିଯାନ ମାଧ୍ୟମରେ ଉପଭୋକ୍ତାଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯାଇଛି। ଗ୍ରାହକଙ୍କ ପରିସରରେ ୧୨.୧୨ କୋଟିରୁ ଅଧିକ ମାଗଣା ସୁରକ୍ଷା ଯାଞ୍ଚ କରାଯାଇଛି ଏବଂ ୪.୬୫ କୋଟିରୁ ଅଧିକ ଏଲ୍‍ପିଜି ପାଇପକୁ ରିହାତି ଦରରେ ବଦଳାଯାଇଛି, ଯାହା ଘରୋଇ ଏଲ୍‍ପିଜି ବ୍ୟବହାର କ୍ଷେତ୍ରରେ ସଚେତନତା ଏବଂ ସୁରକ୍ଷା ମାନକୁ ଯଥେଷ୍ଟ ବୃଦ୍ଧି କରିଛି।

ମନ୍ତ୍ରଣାଳୟ ପେଟ୍ରୋଲିୟମ ମାର୍କେଟିଂ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛି। ୯୦,୦୦୦ରୁ ଅଧିକ ଖୁଚୁରା ବିକ୍ରୟ କେନ୍ଦ୍ରରେ ଡିଜିଟାଲ୍ ପେମେଣ୍ଟ ସୁବିଧା ଉପଲବ୍ଧ କରାଯାଇଛି, ଯାହାକୁ ୨.୭୧ ଲକ୍ଷରୁ ଅଧିକ ପିଓଏସ୍‍ ଟର୍ମିନାଲ୍ ସହାୟତା ପ୍ରଦାନ କରୁଛି। ୩,୨୦୦ରୁ ଅଧିକ ‘ବ୍ରାଉଜର୍’ କାର୍ଯ୍ୟକ୍ଷମ କରି ଘରକୁ ଘର ଯୋଗାଣ ସେବାକୁ ସମ୍ପ୍ରସାରିତ କରାଯାଇଛି, ଯାହା ଦ୍ୱାରା ସୁଦୂର ଅଞ୍ଚଳରେ ଇନ୍ଧନର ଉପଲବ୍ଧତା ସହଜ ହୋଇଛି। ସ୍ୱଚ୍ଛ ଭାରତ ମିଶନ ଅଧୀନରେ, ପ୍ରାୟ ସମସ୍ତ ରିଟେଲ୍ ଆଉଟଲେଟ୍‌ରେ ଶୌଚାଳୟ ସୁବିଧା ସୁନିଶ୍ଚିତ କରାଯାଇଛି, ଯେଉଁଥିରେ ବହୁ ସଂଖ୍ୟାରେ ପୁରୁଷ ଏବଂ ମହିଳାଙ୍କ ପାଇଁ ପୃଥକ ସୁବିଧା ରହିଛି।

ଚଳିତ ବର୍ଷ ମଧ୍ୟରେ ଇଲେକ୍ଟ୍ରିକ୍ ମୋବିଲିଟି ଭିତ୍ତିଭୂମିର ଦ୍ରୁତ ସମ୍ପ୍ରସାରଣ ଘଟିଛି।ଫେମ୍‍-୨ ଯୋଜନା ଅଧିନରେ, ରିଟେଲ୍ ଆଉଟଲେଟ୍‌ଗୁଡ଼ିକରେ ୮,୯୩୨ଟି ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯାଇଛି। ଯେତେବେଳେ କି ତୈଳ ବିପଣନ କମ୍ପାନୀଗୁଡ଼ିକ ନିଜସ୍ୱ ସମ୍ବଳରୁ ଅତିରିକ୍ତ ୧୮,୫୦୦ରୁ ଅଧିକ ଚାର୍ଜିଂ ଷ୍ଟେସନ ସ୍ଥାପନ କରିଛନ୍ତି। ‘ଅପନା ଘର’ ପଦକ୍ଷେପ ଅଧୀନରେ ଟ୍ରକ୍ ଚାଳକଙ୍କ ପାଇଁ ୫୦୦ରୁ ଅଧିକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯାହା ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ସହ ଗ୍ରାମୀଣ ନିଯୁକ୍ତିକୁ ପ୍ରୋତ୍ସାହିତ କରୁଛି।

ସାର୍ବଜନୀନ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକ ୨୦୨୪-୨୫ ରୁ ୨୦୨୮-୨୯ ମଧ୍ୟରେ ପ୍ରମୁଖ କରିଡର ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ୪,୦୦୦ଟି ଶକ୍ତି କେନ୍ଦ୍ର ସ୍ଥାପନ କରୁଛନ୍ତି। ଏହି ଷ୍ଟେସନଗୁଡ଼ିକୁ ସମନ୍ୱିତ ଗତିଶୀଳ ହବ୍ ଭାବରେ ବିକଶିତ କରାଯାଉଛି, ଯେଉଁଠାରେ ପେଟ୍ରୋଲ ଏବଂ ଡିଜେଲ ପରି ପାରମ୍ପରିକ ଇନ୍ଧନ ସହିତ ଜୈବ ଇନ୍ଧନ, ସିଏନଜି, ଏଲଏନଜି  ଓ ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ସୁବିଧା ଉପଲବ୍ଧ ହେବ। ୧ ନଭେମ୍ବର ୨୦୨୫ ସୁଦ୍ଧା ସାରା ଦେଶରେ ୧,୦୬୪ଟି ଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଛି।

ଗ୍ୟାସ୍-ଆଧାରିତ ଅର୍ଥନୀତିର ସମ୍ପ୍ରସାରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଦେଶରେ କାର୍ଯ୍ୟକ୍ଷମ ପ୍ରାକୃତିକ ଗ୍ୟାସ୍ ପାଇପଲାଇନର ଲମ୍ବ ୨୦୧୪ ମସିହାରେ ୧୫,୩୪୦ କିଲୋମିଟର ଥିବାବେଳେ ଜୁନ୍ ୨୦୨୫ ସୁଦ୍ଧା ଏହା ୨୫,୪୨୯ କିଲୋମିଟରକୁ ବୃଦ୍ଧି ପାଇଛି। ଆହୁରି ୧୦,୪୫୯ କିଲୋମିଟରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ପିଏନ୍‍ଜିଆରବି ଏବଂ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଏହି ପାଇପଲାଇନଗୁଡ଼ିକର ସମାପ୍ତି ହେଲେ,  ଏକ ସମ୍ପୂର୍ଣ୍ଣ ସଂଯୁକ୍ତ ଜାତୀୟ ଗ୍ୟାସ୍ ଗ୍ରିଡ୍ ସୃଷ୍ଟି ହେବ। ଏହା ବିଭିନ୍ନ ଅଞ୍ଚଳରେ ପ୍ରାକୃତିକ ଗ୍ୟାସର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ କରିବା ସହ ସନ୍ତୁଳିତ ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ସହାୟକ ହେବ।

ଗ୍ୟାସ୍ ପରିବହନ ଖର୍ଚ୍ଚରେ ଥିବା ଆଞ୍ଚଳିକ ଅସମାନତାକୁ ଦୂର କରିବା ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ନିୟାମକ ବୋର୍ଡ “ୱାନ୍ ନେସନ୍, ୱାନ୍ ଗ୍ରିଡ୍, ୱାନ୍ ଟାରିଫ୍” ମିଶନ ଅଧୀନରେ ଏକ ୟୁନିଫାଇଡ୍ ପାଇପଲାଇନ୍ ଟାରିଫ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ୧ ଏପ୍ରିଲ ୨୦୨୩ରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ପୂର୍ବରୁ ଥିବା ଦୂରତା-ଆଧାରିତ ଶୁଳ୍କ ସଂରଚନା ବଦଳରେ ସମଗ୍ର ଜାତୀୟ ଗ୍ୟାସ୍ ଗ୍ରିଡ୍‌ରେ ପରିବହନ ଶୁଳ୍କକୁ ସମାନ କରିଛି। ବର୍ତ୍ତମାନ ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟକ୍ଷମ ପାଇପଲାଇନ୍ ଏହି ସମାନ ଶୁଳ୍କ ବ୍ୟବସ୍ଥା ଅଧୀନରେ ରହିଛି, ଯାହା ପ୍ରାକୃତିକ ଗ୍ୟାସର ସୁଲଭତା ଏବଂ ପ୍ରତିଯୋଗିତାମୂଳକତାକୁ ବୃଦ୍ଧି କରୁଛି।

ସହରୀ ଗ୍ୟାସ୍ ବିତରଣ ବ୍ୟବସ୍ଥା ୩୦୭ଟି ଭୌଗୋଳିକ ଅଞ୍ଚଳକୁ ସମ୍ପ୍ରସାରିତ ହୋଇଛି। ସେପ୍ଟେମ୍ବର ୨୦୨୫ ସୁଦ୍ଧା, ଘରୋଇ ପିଏନ୍‍ଜି ସଂଯୋଗ ସଂଖ୍ୟା ପ୍ରାୟ ୧.୫୭ କୋଟିରେ ପହଞ୍ଚିଛି ଏବଂ ସିଏନ୍‍ଜି ଷ୍ଟେସନ ସଂଖ୍ୟା ୮,୪୦୦ରୁ ଅଧିକ ହୋଇଛି। ସଂଶୋଧିତ ଘରୋଇ ଗ୍ୟାସ୍ ଆବଣ୍ଟନ ନିୟମାବଳୀ ବାସ୍ତବ ବ୍ୟବହାର ଶୈଳୀ ସହ ଉନ୍ନତ ସମନ୍ୱୟ ରକ୍ଷା କରିବା ସହ ଗ୍ରାହକଙ୍କୁ ମୂଲ୍ୟ ବୃଦ୍ଧିର ପ୍ରଭାବରୁ ରକ୍ଷା କରୁଛି।

୧ ନଭେମ୍ବର ୨୦୨୫ ସୁଦ୍ଧା ୧୩୦ରୁ ଅଧିକ ସମ୍ପ୍ରେସିତ ଜୈବ ଗ୍ୟାସ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ। ୨୦୨୫-୨୬ଆର୍ଥିକ ବର୍ଷରୁ ସିଏନ୍‍ଜି ଏବଂ  ପିଏନ୍‍ଜି କ୍ଷେତ୍ରରେ  ସିବିଜିର ବାଧ୍ୟତାମୂଳକ ମିଶ୍ରଣ ଆରମ୍ଭ ହୋଇଛି, ଯାହା ପାଇପଲାଇନ୍ ସଂଯୋଗ ଏବଂ ବାୟୋମାସ୍ ସଂଗ୍ରହ ପାଇଁ ଆର୍ଥିକ ସହାୟତା ଦ୍ୱାରା ସମର୍ଥିତ।

ଚଳିତ ବର୍ଷ ଜୈବ ଇନ୍ଧନ କ୍ଷେତ୍ରରେ ବଡ଼ ସଫଳତା ମିଳିଛି। ଇଥାନଲ୍ ଯୋଗାଣ ବର୍ଷ  ୨୦୨୪-୨୫ ମସିହାରେ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ହାରାହାରି ୧୯.୨୪ ପ୍ରତିଶତରେ ପହଞ୍ଚିଛି, ଯାହାଦ୍ୱାରା ୧.୫୫ ଲକ୍ଷ କୋଟି ଟଙ୍କାରୁ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ ହେବା ସହ କାର୍ବନ ନିର୍ଗମନରେ ବହୁଳ ହ୍ରାସ ଘଟିଛି। ‘ପ୍ରଧାନମନ୍ତ୍ରୀ ଜୀ-ବନ୍ ଯୋଜନା’ ଅଧୀନରେ ଉନ୍ନତ ଜୈବ ଇନ୍ଧନକୁ ପ୍ରୋତ୍ସାହିତ କରାଯାଇଛି, ଯେଉଁଥିରେ ପାନିପଥ ଏବଂ ନୁମାଲିଗଡ଼ରେ ଦ୍ୱିତୀୟ ପିଢ଼ିର  ଇଥାନଲ୍ ପ୍ଲାଣ୍ଟଗୁଡ଼ିକର କାର୍ଯ୍ୟକ୍ଷମତା ଏକ ପ୍ରମୁଖ ମାଇଲଖୁଣ୍ଟ ସାଜିଛି।

ବର୍ଷକ ମଧ୍ୟରେ ସ୍ଥାୟୀ ବିମାନ ଇନ୍ଧନ ପଦକ୍ଷେପଗୁଡ଼ିକ ଅଗ୍ରଗତି ପାଇଛି, ସରକାର ୨୦୨୭, ୨୦୨୮ ଏବଂ ୨୦୩୦ ମସିହାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ବିମାନ ଟର୍ବାଇନ୍ ଇନ୍ଧନରେ ଯଥାକ୍ରମେ ୧%, ୨% ଏବଂ ୫% ଏସଏଏଫ୍ ମିଶ୍ରଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ରୋଡମ୍ୟାପ୍ ସହିତ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ପ୍ରଥମ ଭାରତୀୟ କମ୍ପାନୀ ଭାବରେ ଏହାର ପାନିପତ ରିଫାଇନାରୀରେ ଏସଏଏଫ୍ ଉତ୍ପାଦନ ପାଇଁ ଆଇଏସସିସି ସିଓଆରଏସଆଇଏ ପ୍ରମାଣପତ୍ର ପାଇଛି। ପରେ ଏସଏଏଫ୍ ଯୋଗାଣ ପାଇଁ ଆଇଓସିଏଲ୍  ଏବଂ ଏୟାର ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବର୍ଷକ ମଧ୍ୟରେ ବାୟୋଡିଜେଲ୍ ମିଶ୍ରଣ ବିସ୍ତାରିତ ହୋଇ ବୃଦ୍ଧି ପାଇଥିବା କ୍ରୟ ପରିମାଣ ଏବଂ ଫିଡଷ୍ଟକର ବିବିଧତା ଦ୍ୱାରା ସମର୍ଥିତ ହୋଇଥିଲା। ଏହା ସ୍ୱଚ୍ଛ ପରିବହନ ଇନ୍ଧନ ଆଡ଼କୁ ପରିବର୍ତ୍ତନକୁ ସୁଦୃଢ଼ କରିଥିଲା।

ତୈଳକ୍ଷେତ୍ର (ନିୟନ୍ତ୍ରଣ ଓ ବିକାଶ) ସଂଶୋଧନ ଅଧିନିୟମ, ୨୦୨୫ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ନିୟମାବଳୀ ୨୦୨୫ର କାର୍ଯ୍ୟକାରିତା ସହ ଅପଷ୍ଟ୍ରିମ୍ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇଥିଲା। ହାଇଡ୍ରୋକାର୍ବନ ଅନୁସନ୍ଧାନ ଲାଇସେନ୍ସ ନୀତି ଅଧୀନରେ ୩.୭୮ ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳର ୧୭୨ଟି ବ୍ଲକ ପ୍ରଦାନ କରାଯାଇଥିଲା। ଏହା ପ୍ରାୟ ୪.୩୬ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜିନିବେଶ ଆକର୍ଷିତ କରିଛି। ‘ମିଶନ ଅନ୍ୱେଷଣ’ ଭଳି ସରକାରୀ ପ୍ରୋତ୍ସାହିତ ପଦକ୍ଷେପ ମାଧ୍ୟମରେ ଅନୁସନ୍ଧାନ କାର୍ଯ୍ୟ ତୀବ୍ର ହୋଇଛି।

ଅନ୍ତର୍ଜାତୀୟ ସହଭାଗିତା ଏବଂ ଦ୍ୱିତୀୟ ପର୍ଯ୍ୟାୟ ସୁବିଧା ମାଧ୍ୟମରେ ରଣନୈତିକ ପେଟ୍ରୋଲିୟମ ଭଣ୍ଡାର ସୁଦୃଢ଼ କରାଯାଇଛି। ଭାରତୀୟ ତୈଳ ଓ ଗ୍ୟାସ୍ ପିଏସୟୁ (ପିଏସୟୁ) ଗୁଡ଼ିକର ବିଦେଶୀ ପୁଞ୍ଜିନିବେଶ ଯୋଗାଣ ଉତ୍ସର ବିବିଧତା ମାଧ୍ୟମରେ ଶକ୍ତି ସୁରକ୍ଷାକୁ ସହଯୋଗ କରୁଛି।

ନିରନ୍ତର ନୀତିଗତ ସଂସ୍କାର, ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ସ୍ୱଚ୍ଛ ଶକ୍ତି ପଦକ୍ଷେପ ମାଧ୍ୟମରେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ୨୦୨୫ ମସିହାରେ ଶକ୍ତି ଉପଲବ୍ଧତା, ସୁଲଭତା ଏବଂ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି, ଯାହା ଭାରତର ଏକ ସ୍ଥାୟୀ ଏବଂ ସମାବେଶୀ ଶକ୍ତି ଭବିଷ୍ୟତ ଦିଗରେ ଯାତ୍ରାକୁ ସମର୍ଥନ କରୁଛି।

ଅପନା ଘର ଉଜ୍ଜ୍ୱଳା ଯୋଜନା ଗ୍ୟାସ୍ ପାଇପଲାଇନ୍ ନେଟୱାର୍କ ବର୍ଷାନ୍ତ ସମୀକ୍ଷା ୨୦୨୫ ମୌଳିକ ନିରାପତ୍ତା ଯାଞ୍ଚ ୱାନ୍ ନେସନ୍-ୱାନ୍ ଗ୍ୟାସ୍ ଗ୍ରିଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ପରି ଐତିହାସିକ ପଦକ୍ଷେପକୁ ଅମିତ ଶାହଙ୍କ ପ୍ରଶଂସା

December 27, 2025

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର

December 27, 2025

ଖାରବେଳ ଭବନଠାରେ ସୃଜନ କ୍ୟାଣ୍ଟିନର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

December 27, 2025

‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୫’ କୁ ଉଦଘାଟନ କଲେ ଅମିତ ଶାହ

December 27, 2025
Latest News

‘ୱାନ୍ ନେସନ୍-ୱାନ୍ ଗ୍ୟାସ୍ ଗ୍ରିଡ୍’: ୨୫,୪୦୦ କିମିରୁ ଅଧିକ ଗ୍ୟାସ୍ ପାଇପଲାଇନ୍ ନେଟୱାର୍କ କାର୍ଯ୍ୟକାରୀ

December 27, 2025

ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ପରି ଐତିହାସିକ ପଦକ୍ଷେପକୁ ଅମିତ ଶାହଙ୍କ ପ୍ରଶଂସା

December 27, 2025

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର

December 27, 2025

ବାହାର ରାଜ୍ୟର ଧାନ ଗାଡି ଉପରେ ନଜର ରଖିବା ପାଇଁ ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ ନିଯୁକ୍ତ

December 27, 2025

ଖାରବେଳ ଭବନଠାରେ ସୃଜନ କ୍ୟାଣ୍ଟିନର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

December 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.