Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସନ୍ତୁଳିତ ସାର ପ୍ରୟୋଗକୁ ପ୍ରୋତ୍ସାହନ: ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବ୍‍ସିଡି
ଜାତୀୟ ଖବର

ସନ୍ତୁଳିତ ସାର ପ୍ରୟୋଗକୁ ପ୍ରୋତ୍ସାହନ: ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବ୍‍ସିଡି

January 6, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବ୍‍ସିଡି
ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବ୍‍ସିଡି

ନୂଆଦିଲ୍ଲୀ: ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା, ଶସ୍ୟର ଉତ୍ପାଦକତା ବୃଦ୍ଧି ଏବଂ ଦୀର୍ଘକାଳୀନ କୃଷି ସ୍ଥିରତା ନିଶ୍ଚିତ କରିବା ପାଇଁ ସନ୍ତୁଳିତ ସାର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ସ୍ୱୀକୃତି ଦେଇ ଭାରତ ସରକାର ପୋଷକ ତତ୍ତ୍ୱ ଭିତ୍ତିକ ସହାୟତା ବା ଏନ୍‍ବିଏସ୍‍ ଯୋଜନାକୁ ଅଗ୍ରାଧିକାର ଦେଉଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପଦକ୍ଷେପ, ଯାହା ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ମୁଖ୍ୟ ପୋଷକ ତତ୍ତ୍ୱ ଯୋଗାଇବା ସହ ସାରର ସଠିକ୍ ବ୍ୟବହାରକୁ ପ୍ରୋତ୍ସାହିତ କରିଥାଏ। ରବି ଋତୁ ୨୦୨୫-୨୬ ପାଇଁ ଘୋଷିତ ଅପଡେଟ୍ ଏନ୍‍ବିଏସ୍‍ ଦର, ଚାଷୀଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖି ପୋଷକ ତତ୍ତ୍ୱ ପରିଚାଳନାକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଭାରତ ସରକାର ୧ ଏପ୍ରିଲ ୨୦୧୦ ମସିହାରୁ ପୋଷକ ତତ୍ତ୍ୱ ଭିତ୍ତିକ ସହାୟତା ଯୋଜନା କାର୍ଯ୍ୟକାରୀ କରିଥିଲେ। ସାର କ୍ଷେତ୍ରରେ ଏହା ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ ଥିଲା, ଯାହା ଚାଷୀଙ୍କୁ ସାହାଯ୍ୟ ପ୍ରାପ୍ତ, ସୁଲଭ ଏବଂ ଉଚିତ୍ ମୂଲ୍ୟରେ ସାର ଉପଲବ୍ଧ କରାଇବା ସହ ଏହାର ସନ୍ତୁଳିତ ଏବଂ ଦକ୍ଷ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା।

ଏନ୍‍ବିଏସ୍‍ ଢାଞ୍ଚାରେ, ସାରରେ ଥିବା ପୋଷକ ତତ୍ତ୍ୱର ପରିମାଣ-ମୁଖ୍ୟତଃ ଏନ୍‍ପିକେଏସ୍‍: ନାଇଟ୍ରୋଜେନ୍, ଫସଫରସ୍, ପୋଟାସିୟମ୍ ଏବଂ ଗନ୍ଧକ ଉପରେ ଭିତ୍ତି କରି ସହାୟତା ନିର୍ଦ୍ଧାରଣ କରାଯାଏ। ଏହି ଆଭିମୁଖ୍ୟ କେବଳ ସନ୍ତୁଳିତ ପୋଷକ ତତ୍ତ୍ୱ ପ୍ରୟୋଗକୁ ଉତ୍ସାହିତ କରେ ନାହିଁ, ବରଂ ଚାଷୀଙ୍କୁ ସେମାନଙ୍କର ମୃତ୍ତିକା ଏବଂ ଶସ୍ୟର ଆବଶ୍ୟକତା ଅନୁଯାୟୀ ସଠିକ୍ ନିଷ୍ପତ୍ତି ନେବାରେ ସଶକ୍ତ କରିଥାଏ। ଗୌଣ ଏବଂ ଅଣୁ-ପୋଷକ ତତ୍ତ୍ୱର ବ୍ୟବହାରକୁ ପ୍ରୋତ୍ସାହିତ କରି ଏହି ଯୋଜନା ବହୁ ବର୍ଷର ଅସନ୍ତୁଳିତ ସାର ବ୍ୟବହାର ଯୋଗୁଁ ସୃଷ୍ଟି ହୋଇଥିବା ମୃତ୍ତିକା କ୍ଷୟ ଏବଂ ପୋଷକ ତତ୍ତ୍ୱ ଅସନ୍ତୁଳନ ସମସ୍ୟାର ମଧ୍ୟ ସମାଧାନ କରେ।

ଏନ୍‍ବିଏସ୍‍ ଯୋଜନାର ଫଳାଫଳ ଏବଂ ନୀତିଗତ ପ୍ରାଥମିକତା:

ରସାୟନ ଏବଂ ସାର ମନ୍ତ୍ରଣାଳୟର ଏହି ଏନ୍‍ବିଏସ୍‍ ଯୋଜନାର ଲକ୍ଷ୍ୟ ହେଉଛି ନାଇଟ୍ରୋଜେନ୍, ଫସଫରସ୍, ପୋଟାସିୟମ୍ ଏବଂ ଗନ୍ଧକ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ସନ୍ତୁଳିତ ବ୍ୟବହାରକୁ ପ୍ରୋତ୍ସାହିତ କରିବା। ଏହାଦ୍ୱାରା ଚାଷୀମାନେ କୌଣସି ଗୋଟିଏ ସାର ଉପରେ ଅତ୍ୟଧିକ ନିର୍ଭର ନ କରି ମୃତ୍ତିକାର ସ୍ୱାସ୍ଥ୍ୟ ବଜାୟ ରଖିବା ସହ ଉତ୍ପାଦକତା ବୃଦ୍ଧି କରିପାରିବେ। ଏହା ନିଶ୍ଚିତ କରେ ଯେ ଚାଷୀମାନେ ଠିକ୍ ସମୟରେ ଏବଂ ସୁଲଭ ମୂଲ୍ୟରେ ସାର ପାଇପାରିବେ, ଯାହା ସୁରୁଖୁରୁରେ ଚାଷ କାର୍ଯ୍ୟ ପାଇଁ ଜରୁରୀ। ଏହି ଯୋଜନା ସାର କମ୍ପାନୀଗୁଡିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗୀତା ସୃଷ୍ଟି କରେ, ଯାହା ସାର ବଜାରରେ ଗୁଣବତ୍ତା, ନୂତନତା ଏବଂ ଦକ୍ଷତା ବୃଦ୍ଧି କରିଥାଏ। ଉନ୍ନତ ଏବଂ ଅଣୁ-ପୋଷକ ତତ୍ତ୍ୱ ଯୁକ୍ତ ଅଭିନବ ସାରର ପ୍ରଚଳନକୁ ସମର୍ଥନ କରି ଏନ୍‍ବିଏସ୍‍ ଯୋଜନା କୃଷି ପଦ୍ଧତିର ଆଧୁନିକୀକରଣରେ ସାହାଯ୍ୟ କରେ। ଏହା ସହିତ, ବିଶ୍ୱବଜାରରେ ସାର ଓ କଞ୍ଚାମାଲର ମୂଲ୍ୟ ଅନୁସାରେ ସହାୟତା ରାଶିକୁ ସନ୍ତୁଳିତ କରି ଏହା ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସହ ଆର୍ଥିକ ଦାୟିତ୍ୱବୋଧ ମଧ୍ୟ ରକ୍ଷା କରିଥାଏ।

ରବି ଋତୁ ୨୦୨୩–୨୪ ପର୍ଯ୍ୟନ୍ତ, ଏନ୍‍ବିଏସ୍‍ ଯୋଜନାରେ ଡିଏପି, ଏମଓପି ଏବଂ ଏସ୍‍ଏସ୍‍ପି ଭଳି ୨୫ଟି ପି ଆଣ୍ଡ କେ ସାର ଗ୍ରେଡ୍ ଅନ୍ତର୍ଭୁକ୍ତ ଥିଲା। ଖରିଫ ୨୦୨୪ରୁ ଏହି ଯୋଜନାରେ ଆଉ ତିନୋଟି ଅତିରିକ୍ତ ସାର ଗ୍ରେଡ୍ ସାମିଲ କରାଯାଇଛି: ୧. ଏନ୍‍ପିକେ: ମ୍ୟାଗ୍ନେସିୟମ୍, ଜିଙ୍କ୍, ବୋରନ୍ ଏବଂ ଗନ୍ଧକ (ସଲଫର୍) ଯୁକ୍ତ।

୨. ୟୁରିଆ ଏସ୍‍ଏସ୍‍ପି

୩. ଏସ୍‍ଏସ୍‍ପି : ମ୍ୟାଗ୍ନେସିୟମ୍, ଜିଙ୍କ୍ ଏବଂ ବୋରନ୍ ଯୁକ୍ତ।

ଏହି ନୂତନ ଗ୍ରେଡ୍ ସାମିଲ ହେବା ପରେ, ସରକାର ବର୍ତ୍ତମାନ ଅନୁମୋଦିତ ନିର୍ମାତା ଏବଂ ଆମଦାନୀକାରୀଙ୍କ ମାଧ୍ୟମରେ ଚାଷୀଙ୍କୁ ୨୮ ପ୍ରକାରର ପି ଆଣ୍ଡ କେ ସାର ସହାୟତା ପ୍ରାପ୍ତ ଦରରେ ଯୋଗାଇ ଦେଉଛନ୍ତି। ନିଜର ଚାଷୀ-କୈନ୍ଦ୍ରିକ ଆଭିମୁଖ୍ୟ ଅନୁଯାୟୀ, ସରକାର ପ୍ରତିଯୋଗିତାମୂଳକ ମୂଲ୍ୟରେ ଏହି ସାରଗୁଡ଼ିକର ସୁଲଭ ଉପଲବ୍ଧତାକୁ ଅଗ୍ରାଧିକାର ଦେବା ଜାରି ରଖିଛନ୍ତି।

ବଜାର ନିୟନ୍ତ୍ରଣ ଓ ମୂଲ୍ୟ ନିର୍ଧାରଣ: ଏନ୍‍ବିଏସ୍‍ ଯୋଜନା ଅଧୀନରେ, ସାର କ୍ଷେତ୍ର ଏକ ବିମୁକ୍ତ ବ୍ୟବସ୍ଥାରେ କାର୍ଯ୍ୟ କରୁଛି, ଯାହା କମ୍ପାନୀଗୁଡ଼ିକୁ ସରକାରୀ ତଦାରଖ ଅଧୀନରେ ଯୁକ୍ତିଯୁକ୍ତ ସ୍ତରରେ ସର୍ବାଧିକ ଖୁଚୁରା ମୂଲ୍ୟ ସ୍ଥିର କରିବାକୁ ଅନୁମତି ଦେଉଛି। ଫଳସ୍ୱରୂପ, ଚାଷୀମାନେ ଏହି ସାର କିଣିବା ସମୟରେ ସହାୟତାର ସିଧାସଳଖ ଲାଭ ପାଇଥାନ୍ତି।

ରବି ୨୦୨୫-୨୬ ପାଇଁ ଏନ୍‍ବିଏସ୍‍ ଦର

ଅନ୍ତର୍ଜାତୀୟ ଏବଂ ଘରୋଇ ବଜାରରେ ସାର ଓ କଞ୍ଚାମାଲର ମୂଲ୍ୟକୁ ଦୃଷ୍ଟିରେ ରଖି ସରକାର ରବି ୨୦୨୫-୨୬ ପାଇଁ ଏନ୍‍ବିଏସ୍‍ ଦର ଅନୁମୋଦନ କରିଛନ୍ତି। ଏହା ଡିଏପି ଏବଂ ଏନ୍‍ପିକେଏସ୍‍ ଗ୍ରେଡ୍ ସମେତ ପି ଆଣ୍ଡ କେ ସାର ପାଇଁ ୧ ଅକ୍ଟୋବର ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ବିଜ୍ଞପ୍ତି ଅନୁଯାୟୀ ସାର କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ, ଯାହାଫଳରେ ଚାଷୀମାନେ ସୁଲଭ ମୂଲ୍ୟରେ ସାର ପାଇପାରିବେ।

ରବି ଋତୁ ୨୦୨୫–୨୬ ପାଇଁ ଆନୁମାନିକ ବଜେଟ୍ ଆବଶ୍ୟକତା ପ୍ରାୟ ₹୩୭,୯୫୨.୨୯ କୋଟି ରହିଛି, ଯାହା ଖରିଫ ଋତୁ ୨୦୨୫ର ଆବଶ୍ୟକତା ଠାରୁ ପ୍ରାୟ ₹୭୩୬ କୋଟି ଅଧିକ।

ରବି ୨୦୨୫-୨୬ ପାଇଁ, ଡାଇ-ଆମୋନିୟମ ଫସଫେଟ୍ (ଡିଏପି) ଉପରେ ସବସିଡି ସହାୟତା ରାଶିକୁ ଯଥେଷ୍ଟ ବୃଦ୍ଧି କରାଯାଇ ମେଟ୍ରିକ ଟନ ପିଛା ₹୨୯,୮୦୫ କରାଯାଇଛି, ଯାହା ରବି ୨୦୨୪-୨୫ରେ ମେଟ୍ରିକ ଟନ ପିଛା ଥିବା ₹୨୧,୯୧୧ ତୁଳନାରେ ଯଥେଷ୍ଟ ଅଧିକ। ଏହା ସହିତ ରବି ୨୦୨୫-୨୬ ପାଇଁ ଆମୋନିୟମ ସଲଫେଟ୍ (ଉଭୟ ଘରୋଇ ଏବଂ ଆମଦାନୀ)କୁ ମଧ୍ୟ ଏନ୍‍ବିଏସ୍‍ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି।

ରବି ୨୦୨୫-୨୬ ପାଇଁ ଏନ୍‍ବିଏସ୍‍ ଯୋଜନା କାର୍ଯ୍ୟକାରିତାରେ ସ୍ୱଚ୍ଛତା ଓ ଉତ୍ତରଦାୟୀ କରିବା ଲାଗି ଖର୍ଚ୍ଚ ଏବଂ ସର୍ବାଧିକ ଖୁଚୁରା ମୂଲ୍ୟର ରିପୋର୍ଟ ଓ ତଦାରଖ ବ୍ୟବସ୍ଥା କରାଯାଇଛି। ଏହା ସହ ବର୍ତ୍ତମାନର ନିର୍ଦ୍ଦେଶାବଳୀ ଅନୁଯାୟୀ, ନିର୍ଦ୍ଧାରିତ ସୀମା ବାହାରେ ଅର୍ଜିତ ଯେକୌଣସି ଲାଭକୁ “ଅଯୌକ୍ତିକ” ବୋଲି ବିଚାର କରାଯିବ ଏବଂ ତାହା ସମ୍ପୃକ୍ତ କମ୍ପାନୀଠାରୁ ଆଦାୟ କରାଯିବ।

ପ୍ରତ୍ୟେକ ସାର ବ୍ୟାଗ୍ ଉପରେ ନିମ୍ନଲିଖିତ ସୂଚନା ସ୍ପଷ୍ଟ ଭାବରେ ଲେଖା ହେବା ଆବଶ୍ୟକ: ୧. ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‍ଆର୍‍ପି) ୨. ବ୍ୟାଗ୍ ପିଛା ଏବଂ କିଲୋଗ୍ରାମ ପିଛା ପ୍ରଯୁଜ୍ୟ ସହାୟତା  ରାଶି ସ୍ପଷ୍ଟ ଭାବେ ଛପାଯିବ।  ଛପା ହୋଇଥିବା ଏମ୍‍ଆର୍‍ପି ଠାରୁ ଅଧିକ ମୂଲ୍ୟ ନେବା ଏକ ଅପରାଧ ଏବଂ ଏହା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅନୁଯାୟୀ ଦଣ୍ଡନୀୟ।

ଉତ୍ପାଦନ, ପରିବହନ ଏବଂ ଆମଦାନୀର ତଦାରଖ ପାଇଁ ଅନଲାଇନ୍ ୱେବ୍-ଆଧାରିତ ଇଣ୍ଟିଗ୍ରେଟେଡ୍ ଫର୍ଟିଲାଇଜର ମନିଟରିଂ ସିଷ୍ଟମ ବ୍ୟବହାର କରାଯାଉଛି।  ସାର ପରିବହନ ସମେତ ସାର ବିତରଣକୁ ମଧ୍ୟ ଡିଜାଲ ବ୍ୟବସ୍ଥାରେ ଟ୍ରାକିଂ ଓ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏନ୍‍ବିଏସ୍‍ ଯୋଜନା ଦ୍ୱାରା ଦେଶରେ ଡିଏପି ଓ ଏନ୍‍ପିକେଏସ୍‍ ସାରର ଉତ୍ପାଦନ ବଢ଼ିଛି। ୨୦୧୪ରୁ ୨୦୨୫ ଭିତରେ ଏହା ୫୦ ପ୍ରତିଶତ ବୃଦ୍ଧି ଘଟିଥିବା ସୂଚନାରୁ ଜଣାପଡ଼ିଛି। ୨୦୧୪ ମସିହାରେ ଏହି ସାର ଉତ୍ପାଦନ ୧୧୨.୯୯ ଲକ୍ଷ ମେଟ୍ରିକ ଟନ୍‍ ଥିଲା। ୩୦ ଡିସେମ୍ଵର ୨୦୨୫ ସୁଦ୍ଧା ଏହା ୧୬୮.୫୫  ଲକ୍ଷ ମେଟ୍ରିକ ଟନ୍‍ରେ ପହଞ୍ଚିଛି। ଏହା ସାର କ୍ଷେତ୍ରରେ ଦେଶର ଆତ୍ମ ନିର୍ଭରତା ସୃଷ୍ଟି ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି।

କେବଳ ସାର ଉତ୍ପାଦନ ବଢ଼ିଛି ତା’ ନୁହେଁ, ଏନ୍‍ବିଏସ୍‍ ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟ ଓ କୃଷି ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ୨୦୧୦-୧୧ ମସିହାରେ ଯେଉଁଠାରେ ହେକ୍ଟର ପିଛା ଉତ୍ପାଦନ ୧୯୩୦ କିଲୋ ଥିଲା ୨୦୨୪-୨୫ ଆର୍ଥିକ ବର୍ଷରେ ତାହା ୨୫୭୮ କିଲୋରେ ପହଞ୍ଚିଛି। ଚାଷୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସରକାରଙ୍କ ନିରନ୍ତର ସହାୟତା ଜାରି ରହିଛି। ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ସରକାର ୨.୦୪ ଲକ୍ଷ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି।  ଏହା ସୁଲଭତା, ଉପଲବ୍ଧତା ଏବଂ ସନ୍ତୁଳନ ସାରର ବ୍ୟବହାରକୁ ପ୍ରୋତ୍ସାହିତ କରିଥିବା ସାବ୍ୟସ୍ତ ହୋଇଛି।

ପୋଷକ ତତ୍ତ୍ୱ ସନ୍ତୁଳିତ ସାର
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026

ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ସମୀକ୍ଷା ବୈଠକ

January 6, 2026

୧୬୬ ଗ୍ରାମ ହେରୋଇନ୍ ସହିତ ଦୁଇ ଚୋରା ଚାଲାଣକାରୀ ଗିରଫ

January 6, 2026

ଓଡ଼ିଶାରେ ୧.୫ କୋଟି ଲୋକଙ୍କୁ ସେବା: ଏକ ନୂଆ ମାନକ ସୃଷ୍ଟି କଲା ୧୦୮ ଆମ୍ବୁଲାନ୍ସ ସେବା

January 6, 2026
Latest News

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026

ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ସମୀକ୍ଷା ବୈଠକ

January 6, 2026

୧୬୬ ଗ୍ରାମ ହେରୋଇନ୍ ସହିତ ଦୁଇ ଚୋରା ଚାଲାଣକାରୀ ଗିରଫ

January 6, 2026

ଓଡ଼ିଶାରେ ୧.୫ କୋଟି ଲୋକଙ୍କୁ ସେବା: ଏକ ନୂଆ ମାନକ ସୃଷ୍ଟି କଲା ୧୦୮ ଆମ୍ବୁଲାନ୍ସ ସେବା

January 6, 2026

BCCI ଆଗରେ ମୁଣ୍ଡ ନୁଆଁଇବ କି ବାଂଲାଦେଶ? ଜୟ ଶାହଙ୍କ ଅଧ୍ୟକ୍ଷତାରେ ICCର ବଡ଼ ପଦକ୍ଷେପ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.