Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜିଠାରୁ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ
ଜାତୀୟ ଖବର

ଆଜିଠାରୁ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ

January 14, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଆଜିଠାରୁ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ
ଆଜିଠାରୁ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ

ନୂଆଦିଲ୍ଲୀ: ଭାରତୀୟ ସଂସଦ ୧୪-୧୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଏବଂ ପିଠାସନୀ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି) ଆୟୋଜନ କରିବ। ଏହି ଉଚ୍ଚସ୍ତରୀୟ ଆନ୍ତଃସଂସଦୀୟ ସମ୍ମିଳନୀ ସଂସଦୀୟ ଗଣତନ୍ତ୍ର ପାଇଁ ସମସାମୟିକ ପ୍ରାସଙ୍ଗିକତା ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ବିଚାର ବିମର୍ଶ କରିବା ପାଇଁ ରାଷ୍ଟ୍ରମଣ୍ଡଳ ଦେଶ ଏବଂ ସ୍ୱାୟତ୍ତ ସଂସଦର ବାଚସ୍ପତି ଏବଂ ପିଠାସୀନ ଅଧିକାରୀଙ୍କୁ ଏକତ୍ର କରିବ।

ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଜାନୁଆରୀ ସକାଳ ୧୦.୩୦ ଘ. ସମୟରେ ନୂଆଦିଲ୍ଲୀର ସଂସଦ ଭବନ ପରିସରସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ ହଲରେ ଏହି ସମ୍ମିଳନୀକୁ ଉଦଘାଟନ କରିବାକୁ ସହମତ ହୋଇଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ମୁଖ୍ୟ ଭାଷଣ ଦେବେ ଏବଂ ପରେ ଅଂଶଗ୍ରହଣକାରୀ ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ସହିତ ଅନୌପଚାରିକ ଭାବରେ ଆଲୋଚନା କରିବେ। ଏହି ସମ୍ମିଳନୀର ଅଧ୍ୟକ୍ଷତା ଲୋକସଭାର ମାନ୍ୟବର ବାଚସ୍ପତି ଶ୍ରୀ ଓମ୍ ବିର୍ଲା କରିବେ, ଯିଏ ବର୍ତ୍ତମାନ ସିଏସପିଓସି ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।

କାନାଡାର ହାଉସ୍ ଅଫ୍ କମନ୍ସର ତତ୍କାଳୀନ ବାଚସ୍ପତି ମାନ୍ୟବର ଲୁସିଏନ୍ ଲାମୋରେକ୍ସଙ୍କ ଉଦ୍ୟମରେ ୧୯୬୯ ମସିହାରେ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଏବଂ ପିଠାସୀନ ଅଧିକାରୀଙ୍କ ସମ୍ମିଳନୀ (ସିଏସପିଓସି) ପ୍ରତିଷ୍ଠିତ ହୋଇଥିଲା। ଏହାର ସ୍ଥାପନା ପରଠାରୁ, କାନାଡା ସିଏସପିଓସି କୁ ସଚିବାଳୟ ସହାୟତା ଯୋଗାଇ ଆସୁଛି।

ସିଏସପିଓସି ଏକ ସ୍ୱାଧୀନ ମଞ୍ଚ ଯାହା ସାର୍ବଭୌମ ରାଜ୍ୟସମୂହର ୫୩ଟି ଜାତୀୟ ସଂସଦର ବାଚସ୍ପତି ଏବଂ ପିଠାସୀନ ଅଧିକାରୀମାନଙ୍କୁ ଏକାଠି କରେ। ଯଦିଓ ଏହାର କମନୱେଲ୍ଥ ପାର୍ଲିଆମେଣ୍ଟାରି ଆସୋସିଏସନ୍ (ସିପିଏ), କମନୱେଲ୍ଥ ସେକ୍ରେଟାରିଏଟ୍, କିମ୍ବା କମନୱେଲ୍‌ଥ ହେଡ୍‌ସ ଅଫ୍‌ ଗଭର୍ଣ୍ଣମେଣ୍ଟ (ସିଏଚଓଜିଏମ୍) ସହିତ କୌଣସି ଆନୁଷ୍ଠାନିକ ସମ୍ପର୍କ ନାହିଁ। ଅନ୍ୟପକ୍ଷରେ ଏହାର ସଦସ୍ୟତା ସିପିଏ ସହିତ ସମାନ।

ସିଏସପିଓସିର ଉଦ୍ଦେଶ୍ୟ ହେଉଛି ସଂସଦୀୟ ପିଠାସୀନ ଅଧିକାରୀଙ୍କ ମଧ୍ୟରେ ନିରପେକ୍ଷତାକୁ ପ୍ରୋତ୍ସାହିତ କରିବା, ବିଭିନ୍ନ ମାଧ୍ୟମରେ ସଂସଦୀୟ ଗଣତନ୍ତ୍ରର ବୁଝାମଣା ବୃଦ୍ଧି କରିବା ଏବଂ ସଂସଦୀୟ ଅନୁଷ୍ଠାନଗୁଡ଼ିକର ବିକାଶ ଏବଂ ସୁଦୃଢ଼ୀକରଣରେ ଯୋଗଦାନ ଦେବା। ଏହି ସମ୍ମିଳନୀ ଏକ ଦ୍ୱିବାର୍ଷିକ ଚକ୍ର ଅନୁସରଣ କରେ, ପ୍ରତି ଦୁଇ ବର୍ଷରେ ପୂର୍ଣ୍ଣ ସଦସ୍ୟଙ୍କ ବୈଠକ ଏବଂ ମଧ୍ୟବର୍ତ୍ତୀ ବର୍ଷରେ ସ୍ଥାୟୀ କମିଟିର ବୈଠକ ଅନୁଷ୍ଠିତ ହୁଏ।

ଭାରତରେ ୨୮ତମ ସିଏସପିଓସି ଆୟୋଜନ କରିବାର ନିଷ୍ପତ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ପରାମର୍ଶ କରି ଜାନୁଆରୀ ୨୦୨୦ରେ ଓଟାୱାରେ ଅନୁଷ୍ଠିତ ୨୫ତମ ସିଏସପିଓସି ସମୟରେ ନିଆଯାଇଥିଲା। ଲୋକସଭାର ମାନ୍ୟବର ବାଚସ୍ପତି ଶ୍ରୀ ଓମ୍ ବିର୍ଲା ସେହି ସମ୍ମିଳନୀରେ ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ।

ଜାନୁଆରୀ ୨୦୨୪ ରେ ଉଗାଣ୍ଡାର କାମ୍ପାଲାରେ ଅନୁଷ୍ଠିତ ୨୭ତମ ସିଏସପିଓସି ସମାପ୍ତିରେ ଆୟୋଜକ ଦାୟିତ୍ୱର ଆନୁଷ୍ଠାନିକ ହସ୍ତାନ୍ତର କରାଯାଇଥିଲା, ଯେଉଁଠାରେ ରାଜ୍ୟସଭାର ମାନ୍ୟବର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ।

ସିଏସପିଓସି ର ସ୍ଥାୟୀ କମିଟି ବୈଠକ ୧୪ ଜାନୁଆରୀ ୨୦୨୬ ରେ ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ହେବ। ସ୍ଥାୟୀ କମିଟିରେ ୧୫ ଜଣ ସଦସ୍ୟ ଅଛନ୍ତି ଏବଂ ସେମାନେ ସିଏସପିଓସି ର କାର୍ଯ୍ୟକୁ ତଦାରଖ କରନ୍ତି। ୨୮ତମ ସିଏସପିଓସି ର ଅଧ୍ୟକ୍ଷ ଭାବରେ, ଶ୍ରୀ ଓମ୍ ବିର୍ଲା ବୈଠକର ଅଧ୍ୟକ୍ଷତା କରିବେ।

୨୮ତମ ସିଏସପିଓସିର ଉଦଘାଟନ ସମାରୋହ ୧୫ ଜାନୁଆରୀ ୨୦୨୬ରେ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହେବ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀର ଉଦଘାଟନ କରିବେ ଏବଂ ମୁଖ୍ୟ ଭାଷଣ ଦେବେ। ଉଦଘାଟନୀ ସମାରୋହ ପରେ, ମାନ୍ୟବର ପ୍ରଧାନମନ୍ତ୍ରୀ ରାଷ୍ଟ୍ରମଣ୍ଡଳ ଦେଶ ଏବଂ ସ୍ୱାୟତ୍ତ ସଂସଦର ବାଚସ୍ପତି ତଥା ପିଠାସୀନ ଅଧିକାରୀଙ୍କ ସହିତ ଭାବ ବିନିମୟ କରିବେ।

ଏହି ସମ୍ମିଳନୀ ଚାରୋଟି କର୍ମଶାଳା ଅଧିବେଶନ ଏବଂ ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍ଗ ଅଧିବେଶନ ମାଧ୍ୟମରେ ସମସାମୟିକ ସଂସଦୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବ। ବିଷୟଗୁଡ଼ିକ ମଧ୍ୟରେ ରହିଛି ସଂସଦରେ ଏଆଇ: ନବସୃଜନ, ତଦାରଖ ଏବଂ ଅନୁକୂଳନକୁ ସନ୍ତୁଳିତ କରିବା, ସାମାଜିକ ଗଣମାଧ୍ୟମ ଏବଂ ସଂସଦୀୟ ସଦସ୍ୟଙ୍କ ଉପରେ ଏହାର ପ୍ରଭାବ – ଭୋଟିଂ ଏବଂ ସୁରକ୍ଷା ବ୍ୟତୀତ ସଂସଦ ଓ ନାଗରିକ ଅଂଶଗ୍ରହଣ ବିଷୟରେ ସାଧାରଣ ବୁଝାମଣା ବୃଦ୍ଧି ପାଇଁ ଅଭିନବ ରଣନୀତି, ସଂସଦ ସଦସ୍ୟ ଏବଂ ସଂସଦୀୟ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ। ପ୍ରଥମ ଦୁଇଟି କର୍ମଶାଳା ବିଷୟ ୧୫ ଜାନୁଆରୀ ୨୦୨୬ ରେ ଆଲୋଚନା କରାଯିବ। ଅବଶିଷ୍ଟ ଦୁଇଟି ବିଷୟ ୧୬ ଜାନୁଆରୀ ୨୦୨୬ ରେ ଆଲୋଚନା କରାଯିବ। ସ୍ୱତନ୍ତ୍ର ପୂର୍ଣ୍ଣାଙ୍ଗ ଅଧିବେଶନ  ‘‘ମଜବୁତ ଗଣତାନ୍ତ୍ରିକ ଅନୁଷ୍ଠାନ ବଜାୟ ରଖିବାରେ ବାଚସ୍ପତି ଏବଂ ପିଠାସୀନ ଅଧିକାରୀଙ୍କ ଭୂମିକା”ବିଷୟବସ୍ତୁ ଉପରେ ଅନୁଷ୍ଠିତ ହେବ। ଲୋକସଭାର ମାନ୍ୟବର ବାଚସ୍ପତି ଶ୍ରୀ ଓମ୍ ବିର୍ଲା ପୂର୍ଣ୍ଣାଙ୍ଗ ଅଧିବେଶନ, ଲାଇଟନିଂ ରାଉଣ୍ଡ, ସ୍ୱତନ୍ତ୍ର ପୂର୍ଣ୍ଣାଙ୍ଗ ଅଧିବେଶନ ଏବଂ ସମାପନ ପୂର୍ଣ୍ଣାଙ୍ଗ ଅଧିବେଶନରେ ଅଧ୍ୟକ୍ଷତା କରିବେ ଏବଂ ସ୍ୱତନ୍ତ୍ର ପୂର୍ଣ୍ଣାଙ୍ଗ ଅଧିବେଶନରେ ମୁଖ୍ୟ ଭାଷଣ ମଧ୍ୟ ଦେବେ।

ସିଏସପିଓସି ରେ ୫୩ ଟି ରାଷ୍ଟ୍ରମଣ୍ଡଳ ଦେଶର ସଂସଦର ବାଚସ୍ପତି ଏବଂ ପିଠାସୀନ ଅଧିକାରୀଙ୍କ ଯୋଗଦାନ ଅଛି, ଯେଉଁଥିରେ ୨୩ ଟି ବାଇକ୍ୟାମେରାଲ୍ ଏବଂ ୩୦ ଟି ୟୁନିକ୍ୟାମେରାଲ୍‌ ସଂସଦ ଅନ୍ତର୍ଭୁକ୍ତ। ୬ ଜାନୁଆରୀ ୨୦୨୬ ସୁଦ୍ଧା, ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭାର ଉପାଧ୍ୟକ୍ଷ ସମେତ ୬୧ ଜଣ ବାଚସ୍ପତି ଏବଂ ପିଠାସୀନ ଅଧିକାରୀମାନେ ଅଂଶଗ୍ରହଣକୁ ନିଶ୍ଚିତ କରିଛନ୍ତି। ସମ୍ମିଳନୀରେ ସେକ୍ରେଟାରୀ-ଜେନେରାଲ, ସଂସଦ ସଦସ୍ୟ, କୂଟନୀତିଜ୍ଞ ଏବଂ ସହଯୋଗୀ ଅଧିକାରୀମାନେ ମଧ୍ୟ ଯୋଗଦେବେ, ଯାହାଙ୍କ ମୋଟ ପ୍ରତିନିଧିଙ୍କ ସଂଖ୍ୟା ୨୨୯ ହେବ। ସମ୍ମଳନୀରେ ସ୍ୱତନ୍ତ୍ର ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ମଧ୍ୟରେ ଇଣ୍ଟର-ପାର୍ଲିମେଣ୍ଟାରୀ ୟୁନିଅନ (ଆଇପିୟୁ)ର ସଭାପତି ମାନ୍ୟବର ଡକ୍ଟର ଟୁଲିଆ ଆକସନ ଏବଂ କମନୱେଲଥ ପାର୍ଲାମେଣ୍ଟାରୀ ଆସୋସିଏସନ (ସିପିଏ)ର ଅଧ୍ୟକ୍ଷ ମାନ୍ୟବର ଡକ୍ଟର କ୍ରିଷ୍ଟୋଫର କାଲିଲା ଅନ୍ତର୍ଭୁକ୍ତ।

୧୫ ଜାନୁଆରୀ ୨୦୨୬ ସନ୍ଧ୍ୟାରେ ଲୋକସଭାର ମାନ୍ୟବର ବାଚସ୍ପତିଙ୍କ ଦ୍ୱାରା ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୬ ଜାନୁଆରୀ ୨୦୨୬ରେ ଭାରତର ମାନ୍ୟବର ଉପରାଷ୍ଟ୍ରପତିଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନ ଆୟୋଜନ କରାଯିବ। ଭାରତର “ଅତିଥି ଦେବୋ ଭବ” ନୀତି ଅନୁଯାୟୀ ପ୍ରତିନିଧିମାନଙ୍କ ପାରମ୍ପରିକ ସ୍ୱାଗତ ପାଇଁ ବ୍ୟବସ୍ଥା କରାଯାଇଛି।

୧୭-୧୮ ଜାନୁଆରୀ ୨୦୨୬ରେ ରାଜସ୍ଥାନ ସରକାରଙ୍କ ସହ ସମନ୍ୱୟ ରଖି ପରିଦର୍ଶକ ପ୍ରତିନିଧିମାନଙ୍କ ପାଇଁ ଜୟପୁରକୁ ଏକ ସମ୍ମିଳନୀ ପରବର୍ତ୍ତୀ ଗସ୍ତ ଆୟୋଜନ କରାଯିବ। ପ୍ରତିନିଧିମାନେ ଦିଲ୍ଲୀରୁ ଜୟପୁରକୁ ବିମାନ ଯୋଗେ ଯାତ୍ରା କରିବେ ଏବଂ ୧୮ ଜାନୁଆରୀ ୨୦୨୬ରେ ସେମାନଙ୍କ ଦେଶକୁ ଯିବା ପୂର୍ବରୁ ଦିଲ୍ଲୀ ଫେରିବେ।

୧୬ ଜାନୁଆରୀ ୨୦୨୬ରେ ୨୮ତମ ସିଏସପିଓସି ର ସମାପ୍ତିରେ, ଲୋକସଭାର ମାନ୍ୟବର ବାଚସ୍ପତି ସିଏସପିଓସିର ଅଧ୍ୟକ୍ଷତା ଯୁକ୍ତରାଜ୍ୟର ହାଉସ ଅଫ୍ କମନ୍ସର ବାଚସ୍ପତି ମାନ୍ୟବର ସାର୍ ଲିଣ୍ଡସେ ହୋଇଲଙ୍କୁ ହସ୍ତାନ୍ତର କରିବେ। ୨୮ତମ ସିଏସପିଓସି ର ଆୟୋଜନ ସଂସଦୀୟ ଗଣତନ୍ତ୍ରକୁ ସୁଦୃଢ଼ ​​କରିବା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପ୍ରତି ଭାରତର ନିରନ୍ତର ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ।

ଭାରତୀୟ ସଂସଦ ରାଷ୍ଟ୍ରମଣ୍ଡଳ ଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଜୀବନ ତ୍ୟାଗ ପାଇଁ ମକର ସଂକ୍ରାନ୍ତି ଦିନକୁ କାହିଁକି ବାଛିଥିଲେ ଭୀଷ୍ମ ପିତାମହ, ଜାଣନ୍ତୁ

January 14, 2026

Makar Sankranti: ଆଜି ରାଜଧାନୀରେ ଜମିବ ମକର ମାହୋଲ, ଶିଶିର ସରସ ମେଳାରେ ଉଡିବ ଗୁଡ଼ି 

January 14, 2026

ପଶ୍ଚିମବଙ୍ଗ ଏବଂ ଆସାମରୁ ଭାରତର କୋଣ ଅନୁକୋଣ ପର୍ଯ୍ୟନ୍ତ ଚାଲିବ ନଅଟି ଅମୃତ ଭାରତ ଟ୍ରେନ

January 14, 2026

ଆଜି ମକର ସଂକ୍ରାନ୍ତି: ଏହି ଦିନକୁ କାହିଁକି ପବିତ୍ର ଦିନ ବୋଲି ଧରାଯାଏ? ଜାଣନ୍ତୁ କାରଣ

January 14, 2026
Latest News

ଆଜିଠାରୁ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ

January 14, 2026

ନିଜ ଜୀବନ ତ୍ୟାଗ ପାଇଁ ମକର ସଂକ୍ରାନ୍ତି ଦିନକୁ କାହିଁକି ବାଛିଥିଲେ ଭୀଷ୍ମ ପିତାମହ, ଜାଣନ୍ତୁ

January 14, 2026

Makar Sankranti: ଆଜି ରାଜଧାନୀରେ ଜମିବ ମକର ମାହୋଲ, ଶିଶିର ସରସ ମେଳାରେ ଉଡିବ ଗୁଡ଼ି 

January 14, 2026

ପଶ୍ଚିମବଙ୍ଗ ଏବଂ ଆସାମରୁ ଭାରତର କୋଣ ଅନୁକୋଣ ପର୍ଯ୍ୟନ୍ତ ଚାଲିବ ନଅଟି ଅମୃତ ଭାରତ ଟ୍ରେନ

January 14, 2026

ଆଜି ମକର ସଂକ୍ରାନ୍ତି: ଏହି ଦିନକୁ କାହିଁକି ପବିତ୍ର ଦିନ ବୋଲି ଧରାଯାଏ? ଜାଣନ୍ତୁ କାରଣ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.