Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ
ଜାତୀୟ ଖବର

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

January 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ
ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

ନୂଆଦିଲ୍ଲୀ: ପ୍ରଥମ ତିନୋଟି ସଂସ୍କରଣର ସଫଳତା ଓ ଅନ୍ତର୍ଜାତୀୟ ସ୍ବୀକୃତି ପରେ ଭାରତ ଉର୍ଜ୍ଜା ସପ୍ତାହ (ଆଇଇଡବ୍ଲୁ)ର ୪ର୍ଥ ସଂସ୍କରଣ ୨୭ରୁ ୩୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଉର୍ଜ୍ଜା କ୍ଷେତ୍ରର ୭୫,୦୦୦ରୁ ଅଧିକ ପେସାଦାର, ୭୦୦ରୁ ଅଧିକ ପ୍ରଦର୍ଶନକାରୀ କମ୍ପାନୀ, ୧୨୦ରୁ ଅଧିକ ଦେଶର ଅଂଶଗ୍ରହଣକାରୀ, ୬,୫୦୦ରୁ ଅଧିକ ପ୍ରତିନିଧି ଯୋଗଦେବେ। ବାସ୍ତବ-ବିଶ୍ୱ ଶକ୍ତି ପରିବର୍ତ୍ତନ ପଥଗୁଡ଼ିକୁ ପରୀକ୍ଷା କରିବା ପାଇଁ ଆଇଇଡବ୍ଲୁ ୨୦୨୬ ଏକ ବୈଶ୍ବିକ ମଞ୍ଚ ପ୍ରଦାନ କରିବ।

ବିଶ୍ବରେ ଜୀବାଶ୍ମ ଇନ୍ଧନର ଚାହିଦା ଓ ନିର୍ଭରଶୀଳତା ବଢିଚାଲିଛି। ଏପରି ସ୍ଥିତିରେ ଆଇଇଡବ୍ଲୁ ୨୦୨୬ ଭାରତର ଉର୍ଜ୍ଜା ପରିବର୍ତ୍ତନ ଯାତ୍ରାକୁ ପ୍ରଦର୍ଶିତ କରୁଛି। ଏହା ଦେଖାଇଛି କିପରି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତି  ନିଜର ଅଭିବୃଦ୍ଧି, ଶକ୍ତି ନିରାପତ୍ତା ଓ ସୁଲଭତା ସହ ସାଲିସ ନ କରି ମାପଯୋଗ୍ୟ ଅଙ୍ଗାରକାମ୍ଳ ହ୍ରାସ ଫଳାଫଳ ହାସଲ କରିପାରିଛି।

ଆଇଇଡବ୍ଲୁ ୨୦୨୬ରେ ଜୈବ ଇନ୍ଧନ, ସବୁଜ ହାଇଡ୍ରୋଜେନ, ସ୍ଥାୟୀ ବିମାନ ଇନ୍ଧନ ଓ ଉଦୀୟମାନ କମ-ଅଙ୍ଗାରକ ପ୍ରଯୁକ୍ତି ଉପରେ ଭାରତ ପ୍ରଦାନ କରୁଥିବା ଗୁରୁତ୍ବକୁ ଏସବୁ ଉଦାହରଣ ସହ ସଂଯୁକ୍ତ କରି ଉପସ୍ଥାପନ କରାଯିବ। ସମ୍ମିଳନୀରେ ହେଉଥିବା ଆଲୋଚନା ଓ ସ୍ବତନ୍ତ୍ର ପାଭିଲିୟନରେ ଅନୁଷ୍ଠିତ ପ୍ରଦର୍ଶନୀଗୁଡ଼ିକରେ ପ୍ରତିନିଧିମାନଙ୍କୁ ଉର୍ଜ୍ଜା ପରିବର୍ତ୍ତନ ପଥଗୁଡ଼ିକ ଉପରେ ଅନ୍ତର୍ଦୃଷ୍ଟି ପ୍ରଦାନ କରାଯିବ, ଯେଉଁଗୁଡ଼ିକ ବିସ୍ତାରଯୋଗ୍ୟ, ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଓ ବଜାର ସହ ସଂଯୁକ୍ତ।

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬ ଭାରତର ଉର୍ଜ୍ଜା ପରିବର୍ତ୍ତନ କାର୍ଯ୍ୟଶୈଳୀକୁ ଏକ ବାସ୍ତବମୁଖୀ ମଡେଲ ଭାବେ ଉପସ୍ଥାପନ କରିବ। ପର୍ଯ୍ୟାୟକ୍ରମେ ନୀତି ନିର୍ଦ୍ଧାରଣ, ଘରୋଇ ଫିଡଷ୍ଟକ୍ ବ୍ୟବହାର କରି ଏବଂ ସୁଲଭତାକୁ ପ୍ରାଥମିକତା ଦେଇ ଭାରତ ନିଜର ଜଳବାୟୁ ଲକ୍ଷ୍ୟ ହାସଲ କରିଛି।ଭାରତ ନିଜର ଅଭିବୃଦ୍ଧି କିମ୍ବା ଶକ୍ତି ଉପଲବ୍ଧତାକୁ ପ୍ରଭାବିତ ନକରି ଏହି ଲକ୍ଷ୍ୟ ହାସଲ କରିଛି।

ଆଇଇଡବ୍ଲୁ ୨୦୨୬ ଉଦୀୟମାନ ଓ ବିକାଶଶୀଳ ଅର୍ଥନୀତିରୁ ଆସିଥିବା ନୀତିନିର୍ଦ୍ଧାରକ ଓ ଶିଳ୍ପନେତାମାନଙ୍କ ପାଇଁ ଏପରି ଏକ ମଞ୍ଚ ପ୍ରଦାନ କରିବ, ଯାହାକି ସିଦ୍ଧାନ୍ତଗତ ମାନଦଣ୍ଡ ବଦଳରେ ବାସ୍ତବ ଭିତ୍ତିଭୂମି, ଅର୍ଥନୀତି ଓ ଚାହିଦା ବାସ୍ତବିକତା ସହ ସଂପୃକ୍ତ ଥିବା ଉର୍ଜ୍ଜା ରୂପାନ୍ତରଣ ରଣକୌଶଳ ସହ ଯୋଡ଼ିହେବାକୁ ସୁଯୋଗ ପ୍ରଦାନ କରେ।

ଆଇଇଡବ୍ଲ ୨୦୨୬: ବୈଶ୍ବିକ ଉର୍ଜ୍ଜା ନେତୃତ୍ବ ପାଇଁ ଏକ ମଞ୍ଚ

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରେତ୍ସାହନରେ  ଭାରତୀୟ ପେଟ୍ରୋଲିୟମ ଶିଳ୍ପ (ଏଫଆଇପିଆଇ) ଓ ଡିଏମଜି ଇଭେଣ୍ଟସ ପକ୍ଷରୁ ମିଳିତଭାବେ ଆୟୋଜନ ହେଉଥିବା, ଭାରତ ଉର୍ଜ୍ଜା ସପ୍ତାହ-୨୦୨୬ ଶକ୍ତି ନିରାପତ୍ତା, ସୁଲଭତା ଓ ବିସ୍ତାର ସହ ସ୍ଥାୟିତ୍ବ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇଥାଏ।

ଆଇଇଡବ୍ଲୁ ୨୦୨୬ ନିର୍ମଳ ଉର୍ଜ୍ଜା କ୍ଷେତ୍ର ଭାରତର ପ୍ରଗତି
Share. Facebook Twitter LinkedIn Email WhatsApp Copy Link

Related Posts

ମାଲଦାରେ ୩,୨୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 17, 2026

ଡିଇପିଏମ୍ଓଏସ୍ ପ୍ରକଳ୍ପ ପାଇଁ ଏନ୍ଆଇସି-ଓଡ଼ିଶା ପୁରସ୍କୃତ

January 17, 2026

ଆଜି ଜାନୁୟାରୀ ୧୭ ତାରିଖ ଶନିବାରରେ ଆଠଟି ରାଶି ମଧ୍ୟାହ୍ନ ବେଳେ ପାଇବେ ଶୁଭ ଖବର

January 17, 2026

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

January 16, 2026
Latest News

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

January 17, 2026

ମାଲଦାରେ ୩,୨୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 17, 2026

ସଂସ୍କୃତି ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ଯୁବପିଢ଼ି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଆହ୍ୱାନ

January 17, 2026

ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

January 17, 2026

ବିଜେପିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.