Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶିଶିର ସରସ ମେଳା ଉଦଯାପିତ: ୧୧ ଦିନରେ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ
ଜାତୀୟ ଖବର

ଶିଶିର ସରସ ମେଳା ଉଦଯାପିତ: ୧୧ ଦିନରେ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ

January 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶିଶିର ସରସ ମେଳା ଉଦଯାପିତ
ଶିଶିର ସରସ ମେଳା ଉଦଯାପିତ: ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ

ଶିଶିର ସରସ ମେଳା ଉଦଯାପିତ: ଓରମାସ ଓ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ଶିଶିର ସରସ-୨୦୨୬’ ମଙ୍ଗଳବାର ସଫଳତାର ସହ ଉଦଯାପିତ ହୋଇଛି। ପ୍ରଥମେ ଜାନୁଆରୀ ୧୮ରେ ଶେଷ ହେବାକୁ ଥିବା ଏହି ମେଳାକୁ, ପରିଦର୍ଶକଙ୍କ ବିପୁଳ ଆଗ୍ରହ ଦେଖି ଆହୁରି ଦୁଇ ଦିନ ପାଇଁ ବଢ଼ାଯାଇଥିଲା। ମେଳାରେ ୩୪୦ଟି ଷ୍ଟଲ୍‌ ମାଧ୍ୟମରେ ଓଡ଼ିଶା ସହ ଦେଶର ୨୦ଟି ରାଜ୍ୟର କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀମାନେ ଅଂଶ ଗ୍ରହଣ କରିଥିଲେ।

୧୧ ଦିନ ଧରି ଚାଲିଥିବା ଏହି ମେଗା ମେଳାରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଥି ମଧ୍ୟରୁ ମକର ସଂକ୍ରାନ୍ତି ଅବସରରେ ଆୟୋଜିତ ଗୁଡ଼ି ଉତ୍ସବ ଆଧୁନିକ ପିଢ଼ିଙ୍କୁ ପାରମ୍ପରା ଓ ସଂସ୍କୃତି ସହିତ ଯୋଡ଼ିଥିଲା। ସାଂସ୍କୃତିକ ମଞ୍ଚରେ ବଲିଉଡ୍ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ସଙ୍ଗୀତମୟ ପ୍ରସ୍ତୁତି ସହ ଓଲିଉଡ଼ ତାରକା ପ୍ରକୃତି ମିଶ୍ରଙ୍କ ରାମ୍ପୱାକ୍ ଦର୍ଶକଙ୍କ ମନ ମୋହିଥିଲା।

ମେଳା ପରିସରରେ ସ୍ଥାପିତ ୩୫ଟି ଫୁଡ୍‌ ଷ୍ଟଲ୍‌ ସହ ଲାଇଭ୍‌ କିଚେନ୍‌ ପରିଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା, ଯେଉଁଠାରେ ଓଡ଼ିଶା ସହ ଦେଶର ବିଭିନ୍ନ ରାଜ୍ୟର ପାରମ୍ପରିକ ଖାଦ୍ୟର ସ୍ୱାଦ ଉପଭୋଗ କରିବା ସୁଯୋଗ ମିଳିଥିଲା।

ମେଳା ଅବସରରେ ଗ୍ରାମୀଣ ଉଦ୍ୟମୀ ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ସଶକ୍ତିକରଣ ଲକ୍ଷ୍ୟରେ ବିଭିନ୍ନ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ ହୋଇଥିଲା। ଏପିକଲ୍, ଭୁବନେଶ୍ୱର ପକ୍ଷରୁ ରାଜ୍ୟ ସରକାରୀ ଯୋଜନା ଓ ଉଦ୍ୟମ ପ୍ରୋତ୍ସାହନ ଉପରେ କର୍ମଶାଳା ଆୟୋଜିତ ହୋଇଥିବା ବେଳେ, ଆଇଆଇପି, ମୁମ୍ବାଇ ପକ୍ଷରୁ ପ୍ୟାକେଜିଂ, ବ୍ରାଣ୍ଡିଂ ଓ ଉତ୍ପାଦର ବଜାର ସଫଳତା ସମ୍ପର୍କିତ ପ୍ରାୟୋଗିକ ଜ୍ଞାନ ପ୍ରଦାନ କରାଯାଇଥିଲା। ସେହିପରି, ଓରମାସ ଓ ସିପିସିଆରଆଇ ମଧ୍ୟରେ ସାକ୍ଷରିତ ବୁଝାମଣାପତ୍ର ମାଧ୍ୟମରେ ନଡ଼ିଆ ଆଧାରିତ ମୂଲ୍ୟବର୍ଦ୍ଧିତ ଉତ୍ପାଦର ବାଣିଜ୍ୟିକ ଉତ୍ପାଦନ ପାଇଁ ପ୍ରଯୁକ୍ତି ହସ୍ତାନ୍ତରର ପଥ ପ୍ରଶସ୍ତ ହୋଇଛି, ଯାହା ଗ୍ରାମୀଣ ଜୀବିକା ବିକାଶକୁ ନୂଆ ଗତି ଦେବ।

ଏହି ମେଗା ମେଳା ଅବଧିରେ ହୋଇଥିବା ବିପୁଳ ବିକ୍ରୟ ସହ ଅନେକ ଷ୍ଟଲ୍‌ର ଉତ୍ପାଦ ‘ଆଉଟ୍ ଅଫ୍ ଷ୍ଟକ୍’ ହୋଇଯିବା, ପରିଦର୍ଶକଙ୍କ ଭାରି ସ୍ୱୀକୃତିକୁ ସ୍ପଷ୍ଟ କରିଛି। ୧୧ ଦିନ ଧରି ଚାଲିଥିବା ଏହି ମେଳାରେ ସର୍ବମୋଟ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହେବା ସହ, ଏହା ପୂର୍ବବର୍ଷଗୁଡ଼ିକର ସମସ୍ତ ରେକର୍ଡ ଭଙ୍ଗ କରିଛି।

ଷ୍ଟଲ୍‌ମାଲିକମାନେ ଏହି ସଫଳ ଆୟୋଜନ ପାଇଁ ଓରମାସ ଓ ସୁଭଦ୍ରା ଶକ୍ତି ପ୍ରତି କୃତଜ୍ଞତା ଜଣାଇଥିବା ବେଳେ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମେଳାର ସୁଚାରୁ ଆୟୋଜନ, ବିପୁଳ ଅଂଶଗ୍ରହଣ ଓ ବ୍ୟବସାୟିକ ସଫଳତା ପାଇଁ ସମ୍ପୂର୍ଣ୍ଣ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ। ‘ଶିଶିର ସରସ–୨୦୨୬’ର ଆର୍ଥିକ ସଫଳତା ଆତ୍ମନିର୍ଭର ଓଡ଼ିଶା ଗଢ଼ିବା ଦିଗରେ ଏକ ଦୃଢ଼ ଭିତ୍ତି ସୃଷ୍ଟି କରିଛି, ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ।

ଶିଶିର ସରସ ମେଳା ଶିଶିର ସରସ ମେଳା ୨୦୨୬ ଶିଶିର ସରସ ମେଳା ଉଦଯାପିତ
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026
Latest News

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.