Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ରାଜିନାମାକୁ ସ୍ୱାଗତ କଲେ ବିଶ୍ୱ ଗଣମାଧ୍ୟମ ଏବଂ ନେତୃବର୍ଗ
ଜାତୀୟ ଖବର

ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ରାଜିନାମାକୁ ସ୍ୱାଗତ କଲେ ବିଶ୍ୱ ଗଣମାଧ୍ୟମ ଏବଂ ନେତୃବର୍ଗ

January 29, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ-ୟୁରୋପ
ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ରାଜିନାମାକୁ ସ୍ୱାଗତ କଲେ ବିଶ୍ୱ ଗଣମାଧ୍ୟମ ଏବଂ ନେତୃବର୍ଗ

ନୂଆଦିଲ୍ଲୀ: ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମାକୁ ବିଶ୍ୱ ସ୍ତରରେ ଦୃଢ଼ ଏବଂ ସକାରାତ୍ମକ ସମର୍ଥନ ମିଳିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ, ବିଦେଶୀ ରାଜନୈତିକ ନେତୃବୃନ୍ଦ, ବିଶ୍ୱ ବ୍ୟବସାୟ ମୁଖ୍ୟ ଏବଂ ବିଶିଷ୍ଟ ନୀତି ବିଶେଷଜ୍ଞମାନେ ଏହାକୁ ସ୍ୱାଗତ କରିଛନ୍ତି। ଏହି ରାଜିନାମାକୁ ଆର୍ଥିକ ଏବଂ ଭୂ-ରାଜନୈତିକ ଦୃଷ୍ଟିରୁ ଐତିହାସିକ, ରଣନୀତିକ ଏବଂ ସମୟୋଚିତ ବୋଲି ବ୍ୟାପକ ଭାବରେ ବର୍ଣ୍ଣନା କରାଯାଇଛି।

ଅନ୍ତର୍ଜାତୀୟ ଗଣମାଧ୍ୟମ

ପ୍ରମୁଖ ବିଶ୍ୱସ୍ତରୀୟ ଗଣମାଧ୍ୟମଗୁଡ଼ିକ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମାର ବ୍ୟାପକତା, ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଏବଂ ରଣନୀତିକ ସମୟ ଉପରେ ଆଲୋକପାତ କରିଛନ୍ତି।

ଦି ଟେଲିଗ୍ରାଫରେ ଜେମ୍ସ କ୍ରିସ୍ପଙ୍କ ଦ୍ୱାରା ‘ମୋଦୀ ଇଜ୍‌ ରିଅଲ୍‌ ୱିନର୍‌ ଇନ୍‌ ମଦର୍‌ ଅଫ୍‌ ଅଲ୍‌ ଟ୍ରେଡ୍‌ ଡିଲ୍ସ ୱିଦ୍‌ ଇୟୁ’  ଶୀର୍ଷକ ଏକ ଲେଖାରେ ଏହି ଚୁକ୍ତିନାମାକୁ ‘‘ସବୁଠୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜିନାମା’’ ଭାବରେ ବର୍ଣ୍ଣନା କରାଯାଇଛି। ଭାରତ ପ୍ରକୃତ ରଣନୀତିକ ବିଜେତା ଭାବରେ ଉଭା ହୋଇଥିବା ଏଥିରେ ତର୍କ ଦର୍ଶାଯାଇଛି। ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ, ଏହି ଚୁକ୍ତି ଦ୍ୱାରା ସାତ ବର୍ଷ ମଧ୍ୟରେ ୟୁରୋପରୁ ଭାରତକୁ ହେଉଥିବା ରପ୍ତାନିର 96.6% ସାମଗ୍ରୀ ଓ ସେବା ଉପରୁ ଶୁଳ୍କ ହଟାଇ ଦିଆଯାଇଛି କିମ୍ବା ହ୍ରାସ କରାଯାଇଛି। ଅନ୍ୟପକ୍ଷରେ 99.5% ଭାରତୀୟ ସାମଗ୍ରୀ ଉପରେ ୟୁରୋପ ଶୁଳ୍କ ହ୍ରାସ କରିବ।

ଦ ୱାଲଷ୍ଟ୍ରିଟ୍‌ ଜର୍ଣ୍ଣାଲରେ ଏହି ରାଜିନାମାକୁ ବିଶ୍ୱ ଶୁଳ୍କ ବାଧା ପରିପ୍ରେକ୍ଷୀରେ ମଧ୍ୟମବର୍ଗର ଶକ୍ତିଙ୍କ ଦ୍ୱାରା ଏକ ଉପଯୁକ୍ତ ଜବାବ ଭାବେ ବର୍ଣ୍ଣନା କରାଯାଇଛି । ଆମେରିକାର ବାଣିଜ୍ୟ ନୀତି କାରଣରୁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଭାରତ ଏବଂ ୟୁରୋପ କିଭଳି ସେମାନଙ୍କର ସହଯୋଗକୁ ବିସ୍ତାର କରୁଛନ୍ତି ସେ ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି।

ନ୍ୟୁୟର୍କ ଟାଇମ୍ସ ଲେଖିଛି, ଏହି ରାଜିନାମା ପ୍ରାୟ ଦୁଇ ଦଶନ୍ଧି ଧରି ଆଲୋଚନା ପରେ ବିଶ୍ୱର ସର୍ବବୃହତ ଆର୍ଥିକ ଗୋଷ୍ଠୀ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥାକୁ ଏକାଠି କରିଛି। ୱାଶିଂଟନ୍ ପୋଷ୍ଟ ଏହାକୁ ଏକ ଐତିହାସିକ ଚୁକ୍ତି ବୋଲି କହିଛି ଏବଂ ଏହାର ଶୀର୍ଷକରେ ଥିବା ଲେଖାର ଅର୍ଥ ହେଉଛି- ଏକ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମାରେ ଭାରତ ଏବଂ ୟୁରୋପ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରିଛନ୍ତି।

ଗାର୍ଡିଆନ୍ ଏହାକୁ ‘ସମସ୍ତ ଚୁକ୍ତିନାମାର ଜନନୀ’ ବୋଲି ଉଲ୍ଲେଖ କରିଛି। ଭାରତ ଏବଂ ୟୁରୋପ ଏପରି ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି ଯାହା ‘ସମସ୍ତ ବାଣିଜ୍ୟ ରାଜିନାମାର ଜନନୀ’ ବୋଲି ବିବିସି ଲେଖିଛି। ବ୍ଲୁମବର୍ଗର ରିପୋର୍ଟରେ ଅଧିକ ଗଭୀର ଯୋଗାଣ ଶୃଙ୍ଖଳ ଏକୀକରଣ ଉପରେ ଆଲୋକପାତ କରାଯାଇଛି। ପୂର୍ବରୁ 100% ଥିବା ୟୁରୋପୀୟ କାର୍‌ ଉପରେ ଶୁଳ୍କ 10%କୁ ହ୍ରାସ ପାଇବ। ସେହିପରି ଅଟୋ ଉପକରଣ ଉପରେ ଶୁଳ୍କକୁ ଉଚ୍ଛେଦ କରାଯିବ।

ଆସୋସିଏଟ୍‌ ପ୍ରେସ୍‌ ଏହି ଚୁକ୍ତିର ବ୍ୟାପକତା ବିଷୟରେ ଉଲ୍ଲେଖ କରି ଲେଖିଛି, ଭାରତ ଏବଂ ୟୁରୋପ ଏପରି ଏକ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିଛନ୍ତି ଯାହା ବିଶ୍ୱର ଏକ ତୃତୀୟାଂଶକୁ ପ୍ରତିନିଧିତ୍ୱ କରୁଛି । ଅଲଜଜିରା ମଧ୍ୟ ଏହି ରାଜିନାମାର ବ୍ୟାପକତାକୁ ବର୍ଣ୍ଣା କରି ଏହାଦ୍ୱାରା 27 ଟ୍ରିଲିୟନ ଡଲାର ବଜାର ସୃଷ୍ଟି ହେବ ବୋଲି ଲେଖିଛି।

ବିଶ୍ୱ ନେତାଗଣ

ୟୁରୋପର ପ୍ରମୁଖ ରାଜନେତାମାନେ ଏହି ରାଜିନାମାକୁ ସ୍ୱାଗତ କରିଛନ୍ତି। ଜର୍ମାନୀ ଚାନ୍ସଲର ଫ୍ରେଡରିକ୍‌ ମର୍ଜ ଏହାକୁ ଅତି ସକାରାତ୍ମକ ସଂକେତ ରୂପେ ବର୍ଣ୍ଣନା କରିଛନ୍ତି ଏବଂ ବିକାଶ ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ଏହାର ଦ୍ରୁତ କାର୍ଯ୍ୟକାରିତା ପାଇଁ ଅନୁରୋଧ କରିଛନ୍ତି। ଫିନଲ୍ୟାଣ୍ଡ ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ସ୍ଟବ୍‌ ଭାରତ-ୟୁରୋପ ଏଫଟିଏକୁ ଐତିହାସିକ ଏବଂ ସବୁଠୁ ବଡ଼ ବାଣିଜ୍ୟ ଚୁକ୍ତି ଭାବେ ବର୍ଣ୍ଣନା କରିବା ସହିତ ଏହା ଆର୍ଥିକ ଓ ରାଜନୈତିକ ସମ୍ପର୍କକୁ ମଜବୁତ କରିବ ବୋଲି କହିଛନ୍ତି। ସ୍ୱିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ ଏହି ରାଜିନାମାକୁ ସହଯୋଗର ନୂତନ ଯୁଗ ଭାବେ ଅଭିହିତ କରିବା ସହିତ ଏହା ବାଣିଜ୍ୟ ଏବଂ ଭାଗିଦାରୀ ମାଧ୍ୟମରେ ସମୃଦ୍ଧି, ପ୍ରତିଯୋଗିତା ଏବଂ ସୁରକ୍ଷା ସୁନିଶ୍ଚିତ କରିବ ବୋଲି ମତ ରଖିଛନ୍ତି।

ଅଷ୍ଟ୍ରିଆର ଚାନ୍ସେଲର କ୍ରିଶ୍ଚିଆନ ଷ୍ଟକର୍ କହିଛନ୍ତି, ଏହି ଚୁକ୍ତି ଦୁଇ ଶହ କୋଟିରୁ ଅଧିକ ଲୋକଙ୍କୁ ଲାଭ ପହଞ୍ଚାଇବା ପାଇଁ ଏକ ମୁକ୍ତ ବାଣିଜ୍ୟ କ୍ଷେତ୍ର ସୃଷ୍ଟି କରୁଛି। ସେ ଏହାକୁ ଦ୍ରୁତ ଗତିରେ ପରିବର୍ତ୍ତିତ ବିଶ୍ୱ କ୍ରମରେ ୟୁରୋପର ସ୍ଥିରତା ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି କହିଛନ୍ତି। ଡେନମାର୍କର ବିଦେଶ ମନ୍ତ୍ରୀ ଲାର୍ସ ଲୋକ୍କେ ରାସମୁସେନ୍ ଏହି ଚୁକ୍ତିକୁ ପୂର୍ଣ୍ଣ ସମର୍ଥନ ଜଣାଇ ଏହାକୁ ଭୂରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଫ୍ରାନ୍ସର ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ନିକୋଲାସ୍ ଫୋରିସିୟର ୟୁରୋପୀୟ ସଂଘ-ଭାରତ ଚୁକ୍ତିକୁ ଏକ ପ୍ରମୁଖ ରାଜନୈତିକ ପଦକ୍ଷେପ ବୋଲି ଅଭିହିତ କରି ଜୋର ଦେଇଛନ୍ତି, “ଏହା ଅନ୍ୟଙ୍କ ଭଳି ଏକ ଚୁକ୍ତି ନୁହେଁ।” ୟୁରୋପୀୟ ସଂସଦର ସଦସ୍ୟ ସାଣ୍ଡ୍ରୋ ଗୋଜି କହିଛନ୍ତି, ଏହି ଚୁକ୍ତି ୟୁରୋପୀୟ ସଂଘର ସହଭାଗୀତାକୁ ବିବିଧ କରିବା ଏବଂ ଏହାର ସ୍ୱାୟତ୍ତତା ଓ ସ୍ୱାଧୀନତା ବୃଦ୍ଧି କରିବାର ଆବଶ୍ୟକତାକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରେ। ସେ ଭାରତକୁ ଏକ ପ୍ରମୁଖ ବିଶ୍ୱ ଅର୍ଥବ୍ୟବସ୍ଥା ଭାବରେ ଆଲୋକିତ କରି ଉଲ୍ଲେଖ କରିଛନ୍ତି,  ଭୂରାଜନୈତିକ ଏବଂ କୂଟନୈତିକ ଦୃଷ୍ଟିକୋଣରୁ, ଏହି ଚୁକ୍ତି ୟୁରୋପୀୟ ଏବଂ ଭାରତୀୟ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଖୋଲିଥାଏ।

ବ୍ୟବସାୟ ନେତା ଏବଂ ବିଶେଷଜ୍ଞ

ଭାରତରେ କାର୍ଯ୍ୟ କରୁଥିବା ୟୁରୋପୀୟ ଏବଂ ବିଶ୍ୱସ୍ତରୀୟ ବ୍ୟବସାୟ ନେତାମାନେ ଦୃଢ଼ ଆଶାବାଦ ସହିତ ପ୍ରତିକ୍ରିୟା ପ୍ରକାଶ କରି ଏହି ରାଜିନାମାକୁ ଏକ ବହୁ ପ୍ରତୀକ୍ଷିତ ସଫଳତା ବୋଲି କହିଥିଲେ। ଏୟାରବସର ଭାରତ ଓ ଦକ୍ଷିଣ ଏସିଆର ସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ ତଥା ଭାରତରେ ୟୁରୋପୀୟ ବ୍ୟବସାୟ ଫେଡେରେସନର ସଭାପତି ଜର୍ଗେନ ୱେଷ୍ଟରମେୟର କହିଛନ୍ତି, 20 ବର୍ଷର ଆଲୋଚନା ପରେ ଏଫଟିଏ ଆସିବା ଏକ ‘ବଡ଼ ମୁହୂର୍ତ୍ତ’। ସେ କହିଥିଲେ ଯେ ଏହା ଉଭୟ ପକ୍ଷ ପାଇଁ ସୁଯୋଗକୁ ତ୍ୱରାନ୍ୱିତ କରିବ। ଏୟାରବସ ଇଣ୍ଟରନେସନାଲର ସଭାପତି ୱାଟର ଭାନ ୱର୍ଶ ଏହାକୁ ଏକ ‘ଚମତ୍କାର ଦିନ’ ବୋଲି ଅଭିହିତ କରି ମେକ ଇନ ଇଣ୍ଡିଆ, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର, ପ୍ରତିରକ୍ଷା, ମହାକାଶ ଏବଂ ଆଧୁନିକ ଉତ୍ପାଦନ ପ୍ରତି ଏୟାରବସର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଇଣ୍ଡୋ-ଜର୍ମାନ ଚାମ୍ବର ଅଫ୍ କମର୍ସର ମହାନିର୍ଦ୍ଦେଶକ ଜାନ ନୋଥର କହିଛନ୍ତି, ଏହି ଚୁକ୍ତିନାମା ଦୁଇ ଶହ କୋଟି ଲୋକଙ୍କୁ ଏବଂ ବିଶ୍ୱ ଜିଡିପିର ପ୍ରାୟ ଏକ ଚତୁର୍ଥାଂଶକୁ ସାମିଲ କରିଥାଏ। ସେହିପରି ଫ୍ରାଙ୍କ ସ୍କ୍ଲୋଡର (ପରିଚାଳନା ନିର୍ଦ୍ଦେଶକ, ହାଫେଲ ଦକ୍ଷିଣ ଏସିଆ), ଥମାସ ୱଲ୍ଟର (ପରିଚାଳନା ନିର୍ଦ୍ଦେଶକ, କ୍ରୋନ୍ସ ମେସିନାରୀ ଇଣ୍ଡିଆ), ଲାର୍ସ ଏରିକ୍ ଜୋହାନସନ (କାର୍ଯ୍ୟକାରୀ ଉପାଧ୍ୟକ୍ଷ, ଅକ୍ସିଆ ଜିଏମବିଏଚ), ଜାନ-ଓଲୋଫ ଜ୍ୟାକ (ସିଇଓ, ସ୍ୱିଡିଶ ଏଣ୍ଟରପ୍ରାଇଜ କନଫେଡେରେସନ) ଏବଂ ଫ୍ରେଡ୍ରିକ୍ ପର୍ସନ (ସଭାପତି, ବିଜନେସ୍‌ ୟୁରୋପ) ସମେତ ଅନ୍ୟାନ୍ୟ ବରିଷ୍ଠ ବ୍ୟବସାୟ ନେତୃବର୍ଗ ଏହି ଚୁକ୍ତିକୁ ନିୟମ-ଆଧାରିତ ବାଣିଜ୍ୟ, ଯୋଗାଣ-ଶୃଙ୍ଖଳା ସ୍ଥିରତା, ଏସଏମଇ ଅଭିବୃଦ୍ଧି ଏବଂ ଦୀର୍ଘକାଳୀନ ପ୍ରତିଯୋଗିତାମୂଳକ ପରିବେଶ ପାଇଁ ଏକ ଦୃଢ଼ ସଙ୍କେତ ଭାବରେ ସ୍ୱାଗତ କରିଛନ୍ତି।

ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନେସନାଲ୍ ଷ୍ଟଡିଜର ବରିଷ୍ଠ ପରାମର୍ଶଦାତା ରିଚାର୍ଡ ରୋସୋ କହିଛନ୍ତି, ଏହି ଚୁକ୍ତି ବିଶ୍ୱର ଜନସଂଖ୍ୟାର ଏକ ଚତୁର୍ଥାଂଶ ଏବଂ ବିଶ୍ୱ ବାଣିଜ୍ୟର ଏକ ବିପୁଳ ଅଂଶକୁ ଏକତ୍ରିତ କରୁଛି। ସେ କହିଛନ୍ତି, ଭାରତର ସାମ୍ପ୍ରତିକ ଏଫଟିଏଗୁଡ଼ିକ ଗଭୀର ଏବଂ ଅଧିକ ମହତ୍ୱାକାଂକ୍ଷୀ ବାଣିଜ୍ୟ ପ୍ରତିଶ୍ରୁତି ପ୍ରତି ଏକ ସ୍ପଷ୍ଟ ପରିବର୍ତ୍ତନକୁ ଦର୍ଶାଉଛି। ଆଟଲାଣ୍ଟିକ୍ କାଉନସିଲର ବରିଷ୍ଠ ଫେଲୋ ମାଇକେଲ କୁଗେଲମ୍ୟାନ୍ ଭାରତ-ୟୁରୋପୀୟ ସଂଘର ଏଫଟିଏକୁ “ସଠିକ ସମୟରେ ସଠିକ୍ ଚୁକ୍ତି” ବୋଲି ଅଭିହିତ କରିଛନ୍ତି। ଏହା ଆମେରିକୀୟ ଶୁଳ୍କର ମୁକାବିଲା କରିବା ଦିଗରେ ଏକ ବ୍ୟାପକ, ଦ୍ରୁତ ବିକାଶଶୀଳ ଏବଂ ରଣନୀତିକ ଭାଗିଦାରୀ ରୂପେ ବର୍ଣ୍ଣନା କରିଛନ୍ତି।

ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ରାଜିନାମା
Share. Facebook Twitter LinkedIn Email WhatsApp Copy Link

Related Posts

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026
Latest News

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.