Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»India’s Regional PR Awards: ଆଡ୍‌ଭେଣ୍ଟୋ କମ୍ୟୁନିକେଶନ୍ସକୁ ମିଳିଲା ରିଜିଓନାଲ ପିଆର ଆୱାର୍ଡ
ଜାତୀୟ ଖବର

India’s Regional PR Awards: ଆଡ୍‌ଭେଣ୍ଟୋ କମ୍ୟୁନିକେଶନ୍ସକୁ ମିଳିଲା ରିଜିଓନାଲ ପିଆର ଆୱାର୍ଡ

January 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
India’s Regional PR Awards:
India’s Regional PR Awards: ଆଡ୍‌ଭେଣ୍ଟୋ କମ୍ୟୁନିକେଶନ୍ସକୁ ମିଳିଲା ରିଜିଓନାଲ ପିଆର ଆୱାର୍ଡ

India’s Regional PR Awards: ପିଆର କ୍ଷେତ୍ରରେ ଭଲ କାମକୁ ସମ୍ମାନ ଜଣାଇବା ପାଇଁ, ଆଇଆରପିଆରଏ ୨୦୨୫ ବର୍ଷର ବିଜେତା ଏଜେନ୍ସି ଓ ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରିଛି । ଆଡଭେଣ୍ଟୋ କମ୍ୟୁନିକେଶନ୍ସ  ଶୀର୍ଷ ୨୦ଟି ପିଆର ଏଜେନ୍ସି ମଧ୍ୟରେ ଏକ ସ୍ଥାନ ପାଇବା ସହିତ ବେଷ୍ଟ ରିଜିଓନାଲ ପିଆର ଆୱାର୍ଡରେ ସମ୍ମାନିତ ହୋଇଛି ।

ପ୍ରତିଷ୍ଠିତ ମଂଚ ଭାବେ ଇଣ୍ଡିଆସ୍ ରିଜିଓନାଲ ପିଆର ଆୱାର୍ଡସ (ଆଇଆରପିଆରଏ) ୨୦୨୫ ଆଂଚଳିକ ଭାରତରେ ପବ୍ଲିକ ରିଲେଶନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସ୍ୱୀକୃତି ପ୍ରଦାନ କରି ଗର୍ବର ସହିତ ଏହାର ବିଜେତାମାନଙ୍କ ନାମ ଘୋଷଣା କରିଛି । ଏହି ଆୱାର୍ଡଗୁଡିକୁ ଜାନୁଆରୀ ୨୦୨୬ରେ ପ୍ରକାଶ କରାଯାଇଥିବା ବେଳେ ଏହାର ଭର୍ଚୁଆଲ ସେରିମନି ଜାନୁଆରୀ ୧୭ ତାରିଖ ୨୦୨୬ରେ ଆୟୋଜିତ ହୋଇଥିଲା, ଯାହା ଆଂଚଳିକ ଯୋଗାଯୋଗ ତ୍ରେର ଉତ୍କୃଷ୍ଟତମ ପ୍ରତିଭା ଓ ଉଦ୍ଭାବନକୁ ଆଲୋକିତ କରିଛି ।

ଓଡିଶାର ଦୁଇ ଜଣ ପ୍ରଖ୍ୟାତ ପିଆର ପ୍ରଫେସନାଲ ବିଜୟିତା ତ୍ରିପାଠୀ ଓ ପବିତା ମିଶ୍ର ଅଣ୍ଡର ୪୦ ଆୱାର୍ଡସ ବର୍ଗରେ ପ୍ରତିଷ୍ଠିତି ଆରପିଆରଏ ୨୦୨୫ ଆୱାର୍ଡସ ୨୦୨୬ରେ ସମ୍ମାନିତ ହୋଇଛନ୍ତି । ବିଜୟିତା ତ୍ରିପାଠିଙ୍କୁ ବେଷ୍ଟ କ୍ରିଏଟିଭ ଏଂଟରଟେନମେଂଟ କ୍ୟାମ୍ପେନ ଓ ପବିତା ମିଶ୍ରଙ୍କୁ ଲିଡିଙ୍ଗ ପିଆର କ୍ୟାମ୍ପେନ ଫର୍ ଷ୍ଟାର୍ଟଅପ୍‌ସରେ ସମ୍ମାନିତ କରାଯାଇଛି । ଏହି ଅବସରରେ ବିଜୟିତା ତ୍ରିପାଠୀ କହିଛନ୍ତି ଯେ, “ଆମେ ଓଡିଶାରେ ସର୍ବକୃଷ୍ଟ ପିଆର ସେବା ଯୋଗାଇ ଦେବା ପାଇଁ ପ୍ରତିଶୃତିଦ୍ଧ ” । ଅନ୍ୟପଟେ ପବିତା ମିଶ୍ର କହିଛନ୍ତି ଯେ, “ଭୁବନେଶ୍ୱର ଶ୍ରେଷ୍ଠ ପିଆର ଏଜେନ୍ସି ଭାବେ କ୍ଲାଏଂଟ ମାନଙ୍କ ବିଶ୍ୱାସଭାଜନ ହୋଇପାରିଥିବାରୁ ଆମେ ଉତ୍ସାହିତ । ”

ଆଇଆରପିଆରଏ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଓ ଡିଜିଟାଲ ମିଡିଆଠାରୁ ଆରମ୍ଭ କରି ଷ୍ଟାର୍ଟଅପ କମ୍ୟୁନିକେଶନ ଓ ଗ୍ରାମାଂଚଳ ପହଂଚ ପର୍ଯ୍ୟନ୍ତ ବିବିଧ ବର୍ଗରେ ସେମାନଙ୍କର କ୍ୟାମ୍ପେନଗୁଡିକରେ ସୃଜନଶୀଳତା, ରଣନୈତିକ ଉତ୍କର୍ଷତା ଓ ପ୍ରଭାବକୁ ପ୍ରଦର୍ଶିତ କରିଥିବା ପିଆର ପ୍ରଫେସନାଲ ଓ ଏଜେନ୍ସିଗୁଡିକର ଉଲ୍ଲେଖନୀୟ ଯୋଗଦାନକୁ ପାଳନ କରୁଛି।

ଏସମ୍ପର୍କରେ ଆଇଆରପିଆରଏ ର ପ୍ରବକ୍ତା କହିଛନ୍ତି, “ଆମେ ଉଲ୍ଲେଖନୀୟ କାର୍ଯ୍ୟଗୁଡିକୁ ସମ୍ମାନିତ କରି ଉତ୍ସାହିତ ଅଛୁ ଯିଏ ଆଂଚଳିକ କାହାଣୀଗୁଡିକୁ କିଭଳି ପ୍ରସ୍ତୁତ ଓ ଯୋଗାଯୋଗ କରାଯାଏ ତାହାକୁ ନୂଆ ରୂପ ଦେଇଥାଏ । ବିଜେତାମାନେ ପିଆର ଉତ୍କର୍ଷତାର ନୂତନ ପିଢିର ପ୍ରତିନିଧିତ୍ୱ କରୁଛନ୍ତି, ଯାହା ସେମାନଙ୍କ ସମୁଦାୟରେ ଉଦ୍ଭାବନ ଓ ସାର୍ଥକ ଯୋଗଦାନକୁ ଆଗକୁ ବଢାଉଛି ।”

ଆଇଆରପିଆରଏ ୨୦୨୫ ପାଇଁ ସମ୍ମାନିତ ଜୁରୀ ପ୍ୟାନେଲରେ କମ୍ୟୁନିକେଶନ୍ସ, ମିଡିଆ ଓ କର୍ପୋରେଟ ପବ୍ଲିକ ରିଲେଶନ୍ସର ପ୍ରତିଷ୍ଠିତ ବିଶେଷଜ୍ଞ ଯେପରିକି ଅର୍ଚ୍ଚନା ମୁଥପ୍ପା, କବିତା ଲଖାନି, ଜ୍ୟୋତ୍ସ୍ନା ଦାସ ନନ୍ଦ, ତନ୍‌ମନା ରଥ, ସ୍ମିତା ଶ୍ରୀବାସ୍ତବ ଆଦି ସାମିଲ ଥିଲେ ଯିଏ ବିଚାର ପ୍ରକ୍ରିୟାରେ ଗଭୀର ଶିଳ୍ପ ଅନ୍ତୁର୍ଦୃଷ୍ଟି ଆଣିଥିଲେ ।

Advento Communications India’s Regional PR Awards ଆଇଆରପିଆରଏ ୨୦୨୫ ଆଡଭେଣ୍ଟୋ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.