Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ
ଜାତୀୟ ଖବର

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
DIVYANG KAUSHAL YOJANA
DIVYANG KAUSHAL YOJANA

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୦୨୭ ଉପସ୍ଥାପନ କରି ଦିବ୍ୟାଙ୍ଗମାନଙ୍କ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଘୋଷଣା କରିଛନ୍ତି।  ସେ କହିଛନ୍ତି  ‘ସବକା ସାଥ୍, ସବକା ବିକାଶ’ର ସଂକଳ୍ପକୁ ଆଗକୁ ନେବା ଲାଗି ପ୍ରତ୍ୟେକ ପରିବାର, ସମ୍ପ୍ରଦାୟ, ଅଞ୍ଚଳ ଏବଂ କ୍ଷେତ୍ର ଯେପରି ସମ୍ପଦ, ସୁବିଧା ଏବଂ ସାର୍ଥକ ଅଂଶଗ୍ରହଣ ପାଇଁ ସୁଯୋଗ ପାଇପାରିବେ ତାହା ନିଶ୍ଚିତ କରିବା ଲାଗି ଏହି ଯୋଜନା ସହଯୋଗୀ ହେବ।

ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକ ଭିତରେ ପ୍ରଥମଟି ହେଉଛି ଦିବ୍ୟାଙ୍ଗ କୌଶଳ ଯୋଜନା। ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି), ଏଭିଜିସି କ୍ଷେତ୍ର, ଆତିଥ୍ୟ ଏବଂ ଖାଦ୍ୟ ଓ ପାନୀୟ କ୍ଷେତ୍ର ପ୍ରଭୃତି କାର୍ଯ୍ୟ-ଆଧାରିତ ତଥା ପ୍ରକ୍ରିୟା-ଚାଳିତ ଭୂମିକା ପ୍ରଦାନ କରିଥାଏ, ଯାହା ଦିବ୍ୟାଙ୍ଗମାନଙ୍କ ପାଇଁ ଉପଯୁକ୍ତ। ଏହା ଶିଳ୍ପ-ଉପଯୋଗୀ ଏବଂ ପ୍ରତ୍ୟେକ ଦିବ୍ୟାଙ୍ଗ ସମ୍ପ୍ରଦାୟ ପାଇଁ ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ ତାଲିମ ମାଧ୍ୟମରେ ସମ୍ମାନଜନକ ଜୀବିକା ନିର୍ବାହର ସୁଯୋଗ ନିଶ୍ଚିତ କରିବ।

 ସେହିପରି ଦିବ୍ୟାଙ୍ଗ ସହାରା ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗଙ୍କ ପାଇଁ ଉଚ୍ଚମାନର ସହାୟକ ଉପକରଣଗୁଡ଼ିକର ସମୟାନୁବର୍ତ୍ତୀ ଉପଲବ୍ଧକୁ ନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ସହାୟକ ଉପକରଣଗୁଡ଼ିକୁ ଏକ ମୌଳିକ ଆବଶ୍ୟକତା ଭାବେ ଗ୍ରହଣ କରି ବଜେଟରେ ଏହିକ୍ରମରେ ଉଭୟ ଉତ୍ପାଦନ ବୃଦ୍ଧି ଓ ବିତରଣକୁ ଧ୍ୟାନ ଦିଆଯାଇଛି। ଆର୍ଟିଫିସିଆଲ୍ ଲିମ୍ବସ୍ ମାନୁଫ୍ୟାକ୍ଚରିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଅଲିମକୋ)କୁ ସହାୟକ ଉପକରଣର ଉତ୍ପାଦନ ବୃଦ୍ଧି, ଗବେଷଣା ଓ ବିକାଶ  ଏବଂ ଏଆଇ ସଂଯୋଗୀକରଣରେ ପୁଞ୍ଜି ବିନିଯୋଗ ପାଇଁ ସହାୟତା କରିବାକୁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି। ସେହିପରି  ପିଏମ ଦିବ୍ୟାଶା କେନ୍ଦ୍ରଗୁଡ଼ିକୁ ସୁଦୃଢ଼ କରିବା ଲାଗି ଏହି ଯୋଜନାରେ ବ୍ୟବସ୍ଥା କରାଯାଇଚି। ଏହିକ୍ରମରେ ‘ଆସିଷ୍ଟିଭ୍ ଟେକ୍ନୋଲୋଜି ମାର୍ଟ’ ସ୍ଥାପନରେ ସହାୟତା କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହାକି ଆଧୁନିକ ରିଟେଲ୍ ଶୈଳୀର କେନ୍ଦ୍ର ଭାବେ କାର୍ଯ୍ୟ କରିବ ଯେଉଁଠାରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନେ ସହାୟକ ସାମଗ୍ରୀଗୁଡ଼ିକୁ ଦେଖିପାରିବେ, ପରୀକ୍ଷା କରିପାରିବେ ଏବଂ କ୍ରୟ କରିପାରିବେ।

AVGC CUSTOMIZED TRAINING DIVYANG KAUSHAL YOJANA DIVYANGJAN HOSPITALITY SECTORS
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.