ଭୁବନେଶ୍ବର: ଆଜି ପୂର୍ବତନ ବିଧାୟିକା ତଥା ସମ୍ବଲପୁରର ଜଣେ ପ୍ରତିଷ୍ଠିତ ଡାକ୍ତର ଓ ଜନସେବିକା ଡାକ୍ତର ରାସେଶ୍ବର ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ସ୍ନାୟୁ ରୋଗରେ ପିଡିତ ଥିଲେ। ଘରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ବୟସ ହୋଇଥିଲା।
ରାସେଶ୍ବରୀ ସମ୍ବଲପୁରର ଜଣେ ପ୍ରତିଷ୍ଠିତ ଡାକ୍ତର। ତାଙ୍କର ଜନସେବା ତଥା ଜନପ୍ରିୟତାକୁ ଲକ୍ଷ ରଖି ବିଜେଡି ସମ୍ବଲପୁରରୁ ବିଧାୟିକା ଭାବେ ଟିକେଟ ଦେଇଥିଲେ। ଫଳରେ ସେ 2014 ମସିହାରେ ସକ୍ରିୟ ରାଜନୀତିକୁ ଆସି ସମ୍ବଲପୁରର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ନିଜ ଅଞ୍ଚଳର ସ୍ବାସ୍ଥ୍ୟ, ମହିଳା ସଶକ୍ତିକରଣ, ନିଜ ଅଞ୍ଚଳ ଉନ୍ନୟନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ସେ ବିଧାୟିକା ହୋଇଥିଲେ ମଧ୍ୟ ଘରୋଇ ଭାବରେ ଲୋକମାନଙ୍କର ଚିକିତ୍ସା କରୁଥିଲେ।
ତାଙ୍କର ବଡ ଭାଇ ଶ୍ରୀ ବଲ୍ଲଭ ପାଣିଗ୍ରାହୀ ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ। ତାଙ୍କ ବିୟୋଗରେ ସମ୍ବଲପୁର ତଥା ଓଡିଶା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।


