Gupta Power: ଋଣଭାରରେ ବୁଡ଼ି ରହିଥିବା Gupta Power Infrastructure କୁ ଅଧିଗ୍ରହଣ କରିବା ପାଇଁ Jindal Power, Vedanta ଏବଂ Havells India ପରି ୨୨ ଜଣ ସମ୍ଭାବ୍ୟ ବିଡରଙ୍କ ମଧ୍ୟରେ ସାମିଲ ଅଛନ୍ତି। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ବର୍ତ୍ତମାନ ଗୁପ୍ତା ପାୱାର ୪,୨୪୦ କୋଟି ଟଙ୍କାର ଋଣ ଭାରରେ ବୁଡି ରହିଛି। ଋଣଦାତାଙ୍କ ପରାମର୍ଶ କ୍ରମେ କଂପାନୀ ବର୍ତ୍ତମାନ ଦେବାଳିଆ ପ୍ରକ୍ରିୟା ଜାରି ରଖିଛି।
ଓଡିଶାର ପ୍ରତିଷ୍ଠିତ ଗୁପ୍ତା ପାୱାର କେବୁଲ୍, ତାର ରଡ୍ ଏବଂ କଣ୍ଡକ୍ଟରର ନିର୍ମାତା ଭାବେ ପରିଚିତ। ତେବେ ଧିରେଧିରେ ଏହି କଂପାନୀ ଋଣଭାରରେ ବୁଡି ରହିବା ପରେ ଅବସ୍ଥା ଭଲ ହୋଇପାରୁ ନାହିଁ। ଫଳରେ ଏହାକୁ ଦେବାଳିଆ ଘୋଷଣା ପାଇଁ Corporate Insolvency Resolution Process ରେ ବିଚାରଧିନ ରହିଛି।
ତେବେ ଏହାକୁ ଅଧିଗ୍ରହଣ କରିବା ପାଇଁ ଏହି ବଡ କଂପାନୀ ସହିତ ଅଲଟ୍ରାଟେକ୍ ସିମେଣ୍ଟ, ୱାରି ଏନର୍ଜି, ଟୋରେଣ୍ଟ ଇଲେକ୍ଟ୍ରିକାଲ୍ ଏବଂ ହିମାଦ୍ରି ସ୍ପେସିଆଲିଟି କେମିକାଲ୍, ଓଡ଼ିଶା ମେଟାଲିକ୍ ଏବଂ ଏବିସି ଇନଫ୍ରାଷ୍ଟ୍ରକ୍ଚର୍ସ ଅନ୍ତର୍ଭୁକ୍ତ।
କୋଲକାତା ବେଞ୍ଚର ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) 26 ସେପ୍ଟେମ୍ବର 2025 ରେ କାନାରା ବ୍ୟାଙ୍କ ନେତୃତ୍ୱରେ ବ୍ୟାଙ୍କଗୁଡ଼ିକର ଏକ ସଂଘ ଦ୍ୱାରା ଦାଖଲ ହୋଇଥିବା ଦେବାଳିଆ ଆବେଦନକୁ ଗ୍ରହଣ କରିଛି। ଏଥିସହିତ ପ୍ରଦୀପ କୁମାର କାବ୍ରାଙ୍କୁ ମଧ୍ୟବର୍ତ୍ତୀକାଳୀନ ସମାଧାନ ପ୍ରଫେସନାଲ୍ (IRP) ଭାବରେ ଟ୍ରିବ୍ୟୁନାଲ ନିଯୁକ୍ତ କରିଛନ୍ତି।


