Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ଜାତୀୟ ଖବର

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଜାତୀୟ ମୂଦ୍ରୀକରଣ ପାଇପଲାଇନର ଦ୍ୱିତୀୟ ସଂସ୍କରଣକୁ ଶୁଭାରମ୍ଭ କରିଛନ୍ତି। ଏହା ହେଉଛି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ସମ୍ପତ୍ତି ମୁଦ୍ରୀକରଣ କାର୍ଯ୍ୟକ୍ରମ। ନୀତି ଆୟୋଗ ଦ୍ୱାରା ଏହି ଦ୍ୱିତୀୟ ପର୍ଯ୍ୟାୟ ମୁଦ୍ରୀକରଣ ଯୋଜନା ପ୍ରସ୍ତୁତ କରାଯାଇଛି। ଭିତ୍ତିଭୂମି ସହ ଜଡ଼ିତ ବିଭିନ୍ନ ମନ୍ତ୍ରଣାଳୟ ସହ ବିଚାରବିମର୍ଶ କରିବା ପରେ କେନ୍ଦ୍ର ବଜେଟ୍‌ ୨୦୨୫-୨୬ରେ କରାଯାଇଥିବା ଘୋଷଣା ମୁତାବକ ‘ସମ୍ପତ୍ତି ମୁଦ୍ରୀକରଣ ଯୋଜନା ୨୦୨୫-୩୦’ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି।

୨୦୨୬ ଆର୍ଥିକ ବର୍ଷ ଠାରୁ ୨୦୩୦ ଆର୍ଥିକ ବର୍ଷ ମଧ୍ୟରେ ପାଞ୍ଚ ବର୍ଷର ଅବଧି ମଧ୍ୟରେ ମୋଟ୍‌ ୧୬.୭୨ ଲକ୍ଷ କୋଟି ଟଙ୍କାର ମୁଦ୍ରୀକରଣ ସମ୍ଭାବନାକୁ ଆକଳନ କରିଛି ଏନଏମପି ୨.୦। ଏଥିରେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାର ସମ୍ପତ୍ତି ମୁଦ୍ରୀକରଣ ପାଇପଲାଇନ୍‌ ଅଧୀନରେ ଘରୋଇ କ୍ଷେତ୍ର ଦ୍ୱାରା ୫.୮ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସାମିଲ ରହିଛି।

ଏନଏମପି ୨.୦ର ଶୁଭାରମ୍ଭ ଅବସରରେ ନୀତି ଆୟୋଗ ସିଇଓଙ୍କ ସମେତ ବିଭିନ୍ନ ଭିତ୍ତିଭୂମି ମନ୍ତ୍ରଣାଳୟର ସଚିବ, ମୁଖ୍ୟ ଆର୍ଥିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ଏନଏମପି ୧.୦ର ସଫଳ କାର୍ଯ୍ୟକାରିତା ଲାଗି ବିଭିନ୍ନ ସରକାରୀ ମନ୍ତ୍ରଣାଳୟ, ବିଭାଗ ଏବଂ ନୀତି ଆୟୋଗକୁ ପ୍ରଶଂସା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ମୁଦ୍ରୀକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହାର ୯୦% ହ୍ରାସ କରାଯାଇପାରିଛି। ଶ୍ରୀମତୀ ସୀତାରମଣ କହିଥିଲେ, ଏନଏମପି ୨.୦ ତ୍ୱରିତ ଭିତ୍ତିଭୂମି ବିକାଶ ମାଧ୍ୟମରେ ବିକଶିତ ଭାରତ ହାସଲ କରିବାର ଲକ୍ଷ୍ୟ ସହିତ ସମନ୍ୱିତ। ଏନଏମପିରେ ଭାରତର ଅଭିବୃଦ୍ଧିକୁ ଆହୁରି ଗତିଶୀଳ କରିବାର ସମ୍ଭାବନା ରହିଛି।

ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଥିଲେ, ପାଞ୍ଚ ବର୍ଷ ଲାଗି ୧୬.୭ ଲକ୍ଷ କୋଟି ଟଙ୍କାର ମହତ୍ୱାକାଂକ୍ଷୀ ସମ୍ପତ୍ତି ମୁଦ୍ରୀକରଣ ଲକ୍ଷ୍ୟ ରଖାଯାଇଛି। ଏହା ଏନଏମପି ୧.୦ ଠାରୁ ୨.୬ ଗୁଣ ଅଧିକ। ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ସକ୍ରିୟ ପ୍ରୟାସ ମାଧ୍ୟମରେ ସୂଚିତ ଲକ୍ଷ୍ୟ ଅତିକ୍ରମ କରିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଅର୍ଥ ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକ ଭଳି ବିଭିନ୍ନ ଅଂଶୀଦାରଙ୍କ ସହ ବିଚାରବିମର୍ଶ କରିବା ପରେ ନୀତି ଆୟୋଗ ଏନଏମପି ୨.୦କୁ ପ୍ରସ୍ତୁତ କରିଛି । କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ପତ୍ତି ମୁଦ୍ରୀକରଣ ଉପରେ ସଚିବମାନଙ୍କର ଏକ କ୍ଷମତାପ୍ରାପ୍ତ କୋର ଗ୍ରୁପ୍   ସମ୍ପତ୍ତି ମୁଦ୍ରୀକରଣ କାର୍ଯ୍ୟକ୍ରମର ପ୍ରଗତି ଉପରେ ନଜର ରଖିବ। ପ୍ରଥମ ସମ୍ପତ୍ତି ମୁଦ୍ରୀକରଣ ପାଇପଲାଇନର ସଫଳତାକୁ ଆଧାର କରି କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ସାର୍ବଜନୀନ ଭିତ୍ତିଭୂମି ସମ୍ପତ୍ତିର ମୁଦ୍ରୀକରଣ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଦୀର୍ଘସ୍ଥାୟୀ ଭିତ୍ତିଭୂମି ଲାଗି ପାଣ୍ଠି ଯୋଗାଣକୁ ସହଜ କରିବା। ଏହାକୁ ପାଞ୍ଚଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ସମ୍ପତ୍ତିଗୁଡ଼ିକୁ ଚିହ୍ନଟ କରିବା, ଉପଯୁକ୍ତ ମୁଦ୍ରୀକରଣ ମାଧ୍ୟମକୁ ବାଛିବା, ମୋଟ ମୁଦ୍ରୀକରଣ ମୂଲ୍ୟର ଆକଳନ, ସର୍ବମୋଟ୍‌ ମୁଦ୍ରୀକରଣ ମୂଲ୍ୟ ନିର୍ଦ୍ଧାରଣ, ମୁଦ୍ରୀକରଣ ଲାଗି ଆବଣ୍ଟନ ପ୍ରକ୍ରିୟାର ଆରମ୍ଭ କରିବା।

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ ନିର୍ମଳା ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.