Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ
ଜାତୀୟ ଖବର

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଦେଶ ମହିଳା କଂଗ୍ରେସ
ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

ଭୁବନେଶ୍ୱର: ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଅଳଙ୍କା ଲାମ୍ବାଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତିଙ୍କ ନେତୃତ୍ୱର ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଏବଂ କୋରାପୁଟ ଜିଲ୍ଲାର ଜୟପୁର ଠାରେ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ କରାଯାଇଛି। ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀ ଯେପରି ଏପିଷ୍ଟିନଙ୍କ ସହ ତାଙ୍କର ସମ୍ପର୍କକୁ ଘୋଡ଼ାଇବାପାଇଁ ମିଥ୍ୟା କାହାଣି ରଚନା କରୁଛନ୍ତି। ତାଙ୍କର ଯେପରି ଏପିଷ୍ଟିନଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା କଳାକାରନାମରେ ସେ ଜଣେ ଅଂଶୀଦାର ଥିଲେ।

ଏପିଷ୍ଟିନ ଦ୍ୱିପରେ ନିରୀହ ନାବାଳିକା ମାନଙ୍କୁ ନେଇ ଯେଉଁଭଳି ଭାବରେ ଯୌନ ଶୋଷଣ, ରକ୍ତଶୋଷଣ ଓ ହତ୍ୟା କରାଯାଉଥିଲା ତାହା ପୃଥିବୀ ବାସୀଙ୍କୁ ଚକିତ କରିଛି । ଏପିଷ୍ଟିନ ଫାଇଲରେ ବିଶ୍ୱର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ନାମ ବାହାରିବା ପରେ ଯେଉଁମାନେ ସଂପୃକ୍ତ ସରକାରୀ ବ୍ୟବସ୍ଥା ଭିତରେ ରହିଥିଲେ ସେମାନେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ହରଦିପ ସିଂ ପୁରୀ-ଏପିଷ୍ଟିନ ସମ୍ପର୍କକୁ ନେଇ ବାଟଘାଟରେ ଚର୍ଚ୍ଚା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରଦିପି ସିଂ ପୁରୀଙ୍କୁ କ’ଣ ପାଇଁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିନାହାନ୍ତି ବୋଲି ଶ୍ରୀମତୀ ମିନାକ୍ଷୀ ବାହିନୀପତି ପ୍ରଶ୍ନ କରିଛନ୍ତି।

ଏହି ବିକ୍ଷୋଭରେ ପ୍ରାଇମମିନିଷ୍ଟର ଇଜ କମ୍ପ୍ରାମାଇଜ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା । ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ହରଦିପସିଂ ସୁରୀଙ୍କ ତୁରନ୍ତ ଇସ୍ତଫା ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜୟଶ୍ରୀ ପଟ୍ଟନାୟକ, ପ୍ରଣତୀ ମିଶ୍ର, ସୁମିତା ବିଶ୍ୱାଳ, ବିଶ୍ୱକଲ୍ୟାଣି କର, ଶ୍ରେୟାସ୍ମିତା ପଣ୍ଡା, ଜୟସ୍ମିତା ମହାନ୍ତି, ନିରୁପମା ପାତ୍ର, କୁସୁମ ପ୍ରଧାନ, କଳ୍ପନା ଅର୍ପଟ, ଗୋରେଖି ଖେସ, ଅପ୍ସନା ବେଗମ, ଜାନକୀ ମଲ୍ଲିକ, ପ୍ରୀତିଛନ୍ଦା ରାଉତରାୟ, ଉର୍ବଶୀ ମିଶ୍ର, କବିତା ଦାସ ପ୍ରମୁଖ ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଏପିଷ୍ଟିନ ପ୍ରଦେଶ ମହିଳା କଂଗ୍ରେସ ମିନାକ୍ଷୀ ବାହିନିପତି ହରଦିପ ସିଂ ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.