ଭୁବନେଶ୍ବର: ଆଜି ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ନୂତନ ‘ଓଡ଼ିଶା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ପୂର୍ତ୍ତମନ୍ତ୍ରୀ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ।
ଏହି ଭବନ କେବଳ ଏକ ସରକାରୀ ପ୍ରାସାଦ ନୁହେଁ, ବରଂ ଜାତୀୟ ରାଜଧାନୀରେ ଓଡ଼ିଆ ଅସ୍ମିତାର ଗୌରବକୁ ଉଜାଗର କରିବାରେ ଏକ ନୂତନ ପରିଚୟ ସୃଷ୍ଟି କରିବ। ପ୍ରବାସୀ ଓଡ଼ିଆ ଓ ରାଜ୍ୟବାସୀଙ୍କ ପାଇଁ ଏହା ଏକ ଆତ୍ମୀୟତାର କେନ୍ଦ୍ର ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନୂଆଦିଲ୍ଲୀ ସହିତ ଦେଶର ବିଭିନ୍ନ ସହରରେ ଓଡ଼ିଶାର ପ୍ରଶାସନିକ ସମନ୍ୱୟ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଭବନ ନିର୍ମାଣ ଯୋଜନା କରାାଇଛି ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।


