ଭୁବନେଶ୍ବର: ଓଡିଶାରେ ଯୁଦ୍ଧର କଣ ରହିଛି ପ୍ରଭାବ ସେ ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକସେବା ଭବନରେ ସେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଜିଲ୍ଲାପାଳଙ୍କ ସହିତ ଏହି ବୈଠକ ନେବେ। ଏଥିରେ ଜିଲ୍ଲାରେ ଗ୍ୟାସ, ପେଟ୍ରୋଲ, ଡିଜେଲ କେତେ ମହଜୁଦ ଅଛି ତାହାର ଏକ ଆକଳନ କରାଯିବ। ଏଥିସହିତ ସାଧାରଣ ଜିନିଷ ପତ୍ରର ଯେପରି ମୂଲ୍ୟ ବୃଦ୍ଧି ନ ଘଟେ ସେଥିପାଇଁ ସଜାଗ ହେବା ପାଇଁ ଏହି ବୈଠକରେ ଆଲୋଚନା କରାଯିବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।
ବର୍ତ୍ତମାନ ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ ଲାଗି ରହିଥିବାରୁ ବିଭିନ୍ନ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ପରି ପଦାର୍ଥର ଅଭାବ ହେବ ବୋଲି ଆଶଙ୍କା କରାଯାଉଛି। ହେଲେ କେନ୍ଦ୍ର ସରକାର ଏ ନେଇ ବାରମ୍ବାର ବୈଠକ କରି ଦେଶରେ ପର୍ଯ୍ୟାପ୍ତ ପରିମାଣର ତୈଳ ପଦାର୍ଥ ମହଜୁଦ ଅଛି ବୋଲି ଘୋଷଣା କରିଛନ୍ତି। ହେଲେ କେତେକ ବ୍ୟବସାୟୀ କୃତିମ ଅଭାବ ସୃଷ୍ଟି କରି ପରିସ୍ଥିତିକୁ ଜଟିଳ କରିଦେଉଛନ୍ତି। ତାହାର ମୁକିବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ଆରମ୍ଭ କରିଛନ୍ତି।


