Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଅରେଞ୍ଜ ଇକୋନୋମି’କୁ ଗତି: ସାରା ଦେଶରେ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ ର ବିସ୍ତାର
ଜାତୀୟ ଖବର

‘ଅରେଞ୍ଜ ଇକୋନୋମି’କୁ ଗତି: ସାରା ଦେଶରେ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ ର ବିସ୍ତାର

April 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ ର ବିସ୍ତାର
‘ଅରେଞ୍ଜ ଇକୋନୋମି’କୁ ଗତି: ସାରା ଦେଶରେ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ ର ବିସ୍ତାର

ନୂଆଦିଲ୍ଲୀ: ‘ଅରେଞ୍ଜ ଇକୋନୋମି’ କ୍ଷେତ୍ର ଭାବେ ପରିଚିତ ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ସ (ଏଭିଜିସି) କ୍ଷେତ୍ର ସମେତ ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ସରକାର ବଜେଟରେ ବ୍ୟାପକ ଅର୍ଥ ବ୍ୟବସ୍ଥା କରିଛନ୍ତି। ଏପରିକି ଭାରତକୁ ବିଶ୍ୱସ୍ତରୀୟ କଣ୍ଟେଣ୍ଟ କ୍ରିଏସନ୍ ହବ୍ ଭାବରେ ଗଢ଼ି ତୋଳିବା ପାଇଁ ସରକାରଙ୍କ ବିସ୍ତୃତ ଚିନ୍ତାଧାରା ଅଧୀନରେ ଅନେକ ପଦକ୍ଷେପ ଆରମ୍ଭ କରାଯାଇଛି।

ନିକଟରେ ସଂସଦରେ ପାରିତ ହୋଇଥିବା କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଘୋଷଣା ଅନୁଯାୟୀ, ଦେଶର ୧୫,୦୦୦ ମାଧ୍ୟମିକ ବିଦ୍ୟାଳୟ ଏବଂ ୫୦୦ କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍(ସିସିଏଲ ) ପ୍ରତିଷ୍ଠା କରାଯିବ। ଏହି ପଦକ୍ଷେପ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏଭିଜିସି – ଏକ୍ସଆର କ୍ଷେତ୍ର ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ଭାବରେ ଆଇଆଇସିଟି ଗଠନ କରାଯାଇଛି। ଜୁଲାଇ ୨୦୨୫ରୁ ଏହା ମୁମ୍ବାଇର ଆଇଆଇସିଟି-ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍(ଏନଏଫଡିସି) ପରିସରରୁ କାର୍ଯ୍ୟ କରୁଛି। ଏହା ଅଧୀନରବ ବର୍ତ୍ତମାନ ୧୮ଟି ପାଠ୍ୟକ୍ରମ ଆରମ୍ଭ କରାଯାଇଛି, ଯେଉଁଥିରେ ୧୩୬ ଜଣ ଛାତ୍ର ନାମ ଲେଖାଇଛନ୍ତି ଏବଂ ୧୫ ଜଣ ଅଂଶଗ୍ରହଣକାରୀ ‘ଟ୍ରେନ୍-ଦି-ଟ୍ରେନର୍’ କାର୍ଯ୍ୟକ୍ରମ ସମାପ୍ତ କରିଛନ୍ତି।

ମୁମ୍ବାଇର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି(ଆଇଆଇସିଟି)କୁ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ର ଯୋଜନା, ସମନ୍ୱୟ ଏବଂ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ଏଜେନ୍ସି ଭାବରେ ନିଯୁକ୍ତ କରାଯାଇଛି। ଟେକ୍ନୋଲୋଜି ଷ୍ଟାକ୍, ହିତାଧିକାରୀ ଅନୁଷ୍ଠାନଗୁଡ଼ିକର ଚିହ୍ନଟ ଏବଂ କାର୍ଯ୍ୟକାରୀ କରିବାର ପ୍ରଣାଳୀ ସମ୍ବନ୍ଧରେ ଅଂଶୀଦାରମାନଙ୍କ ସହିତ ପରାମର୍ଶ ଜାରି ରହିଛି।

ଏଭିଜିସି -ଏକ୍ସଆର କ୍ଷେତ୍ରର ପ୍ରସାର ଏବଂ ଅଭିବୃଦ୍ଧି ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ଏବଂ ନୀତିଗତ ପଦକ୍ଷେପଗୁଡିକର ସୁପାରିଶ କରିବା ପାଇଁ ସରକାରଙ୍କ ଦ୍ୱାରା ଏପ୍ରିଲ ୨୦୨୨ରେ ‘ଏଭିଜିସି ପ୍ରମୋସନ ଟାସ୍କ ଫୋର୍ସ’ ଗଠନ କରାଯାଇଥିଲା। ଏହା ଡିସେମ୍ବର ୨୦୨୨ରେ ନିଜର ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି କ୍ଷେତ୍ର ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରଖିଛି ଏବଂ ୨୦୩୦ ସୁଦ୍ଧା ଏଭିଜିସି- ଏକ୍ସଆର, କଣ୍ଟେଣ୍ଟ ପ୍ରଡକ୍ସନ୍, ଡିଜାଇନ୍, ପ୍ରୋଗ୍ରାମିଂ ଏବଂ ସମ୍ପୃକ୍ତ କ୍ଷେତ୍ରରେ ପ୍ରାୟ ଦୁଇ ନିୟୁତ ଦକ୍ଷ ବୃତ୍ତିଧାରୀଙ୍କ ଆବଶ୍ୟକତା ହୋଇପାରେ।

ସରକାର ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ଏଣ୍ଟରଟେନମେଣ୍ଟ ସମ୍ମିଳନୀ (ୱେଭସ୍ ୨୦୨୫) ଆୟୋଜନ କରିଥିଲେ। ଏହା “କ୍ରିଏଟ୍ ଇନ୍ ଇଣ୍ଡିଆ, କ୍ରିଏଟ୍ ଫର ଦି ୱାର୍ଲ୍ଡ” ପଦକ୍ଷେପ ଅଧୀନରେ ଭାରତକୁ ବିଶ୍ୱସ୍ତରୀୟ କଣ୍ଟେଣ୍ଟ କ୍ରିଏସନ୍ ହବ୍ କରିବାର ସରକାରଙ୍କ ଲକ୍ଷ୍ୟ ସହିତ ସମାନ ଥିଲା। ଏହି ସମ୍ମିଳନୀ ଭାରତୀୟ ସ୍ରଷ୍ଟା, ପ୍ରଯୋଜକ ଏବଂ ଷ୍ଟାର୍ଟଅପ୍ ମାନଙ୍କୁ ୧୦୦ ରୁ ଅଧିକ ଦେଶର ବିଶ୍ୱସ୍ତରୀୟ କ୍ରେତା, ନିବେଶକ, ଓଟିଇଟି ପ୍ଲାଟଫର୍ମ ଏବଂ ଟେକ୍ନୋଲୋଜି ନେତାଙ୍କ ସହ ଯୋଡିବା ପାଇଁ ଏକ ସମନ୍ୱିତ ମଞ୍ଚ ପ୍ରଦାନ କରିଥିଲା।

ୱେଭସ୍ ସମ୍ମିଳନୀ ଅଧୀନରେ ଆରମ୍ଭ ହୋଇଥିବା ୱେଭଏକ୍ସ ଷ୍ଟାର୍ଟଅପ୍ ଆକ୍ସିଲେରେଟର ପ୍ରୋଗ୍ରାମ’, ସୁସଜ୍ଜିତ ଇନକ୍ୟୁବେସନ୍, ମେଣ୍ଟରସିପ୍ ଏବଂ ଗ୍ଲୋବାଲ୍ ନେଟୱର୍କ ମାଧ୍ୟମରେ ମିଡିଆ-ଟେକ୍ ଷ୍ଟାର୍ଟଅପ୍ ଗୁଡ଼ିକୁ ସହାୟତା ପ୍ରଦାନ କରିଛି। ଷ୍ଟାର୍ଟଅପ୍ର ପ୍ରଥମ ଦଳକୁ ଶିଳ୍ପ ବିଶେଷଜ୍ଞଙ୍କ ଠାରୁ ମେଣ୍ଟରସିପ୍, ନିବେଶକଙ୍କ ସହ ଯୋଗାଯୋଗ, ବୌଦ୍ଧିକ ସମ୍ପତ୍ତି (ଆଇପି) ସୃଷ୍ଟି ଏବଂ ସୁରକ୍ଷା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ଷ୍ଟାର୍ଟଅପ୍ ମାନଙ୍କୁ ସେମାନଙ୍କର ନୂତନତ୍ୱକୁ ବୃଦ୍ଧି କରିବା ପାଇଁ ଅନ୍ତର୍ଜାତୀୟ ମଞ୍ଚ, ଶିଳ୍ପ ସହଭାଗିତା ଏବଂ ବିଶ୍ୱ ବଜାର ସହିତ ସମନ୍ୱୟ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରେ।

ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳ ପ୍ରତିଭାଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ପ୍ରଦର୍ଶିତ କରିବା ପାଇଁ ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ’ (ସିଆଇସି) କୁ ଏକ ଜାତୀୟ ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯାଉଛି। ସିଆଇସିର ପ୍ରଥମ ସିଜନ୍ରେ, ଶିଳ୍ପ ସହଭାଗୀମାନଙ୍କ ସହଯୋଗରେ ୩୩ଟି ଚ୍ୟାଲେଞ୍ଜ ଆୟୋଜିତ ହୋଇଥିଲା ଏବଂ ଏହା ୱେଭସ୍ ୨୦୨୫ ରେ ସମାପ୍ତ ହୋଇଥିଲା। ଏହି ସମ୍ମିଳନୀରେ ଦେଶର ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକ ସମେତ ଏକ ଲକ୍ଷରୁ ଅଧିକ ସ୍ରଷ୍ଟା ଅଂଶଗ୍ରହଣ କରିଥିଲେ। ନିର୍ବାଚିତ ସ୍ରଷ୍ଟାମାନଙ୍କୁ ସେମାନଙ୍କର ବିଷୟବସ୍ତୁ ବା କଣ୍ଟେଣ୍ଟକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନ କରିବା ପାଇଁ ୱେଭ ଏକ୍ସ ଏବଂ ୱେଭସ୍ ବଜାର ପରି ପ୍ଲାଟଫର୍ମ ମାଧ୍ୟମରେ ସହାୟତା ପ୍ରଦାନ କରାଯାଉଛି।

ଆଜି ଲୋକସଭାରେ କୃତି ଦେବୀ ଦେବବର୍ମନ ଏବଂ ଏଟାଲା ରାଜେନ୍ଦ୍ରଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନଙ୍କ ଦ୍ୱାରା ଏକ ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରାଯାଇଛି।

ଅରେଞ୍ଜ ଇକୋନୋମି ଆନିମେସନ୍ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ ଗେମିଂ ବଜେଟ୍ ୨୦୨୬-୨୭ ଭିଜୁଆଲ୍ ଇଫେକ୍ଟସ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କିଏ ଜିତିବ, କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ କାହାର ପଲ୍ଲା ଭାରି?

April 2, 2026

ଆମେରିକା ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ଶକ୍ତିଶାଳୀ ବାର୍ତ୍ତା ପଠାଇଲା ଇରାନ: ଜାଣନ୍ତୁ….

April 2, 2026

ରାଜ୍ୟସଭାର ଏହି ପଦବୀରୁ ହଟିବେ ରାଘବ ଚଢା: ବଡ଼ ପଦକ୍ଷେପ ନେଲା ‘ଆପ’

April 2, 2026

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026
Latest News

‘ଅରେଞ୍ଜ ଇକୋନୋମି’କୁ ଗତି: ସାରା ଦେଶରେ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ ର ବିସ୍ତାର

April 2, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଉପକରଣ ବଣ୍ଟନ

April 2, 2026

ଆଜି କିଏ ଜିତିବ, କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ କାହାର ପଲ୍ଲା ଭାରି?

April 2, 2026

ଆମେରିକା ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ଶକ୍ତିଶାଳୀ ବାର୍ତ୍ତା ପଠାଇଲା ଇରାନ: ଜାଣନ୍ତୁ….

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.