Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର
ଜାତୀୟ ଖବର

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଦିବାସୀ
ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

ନୂଆଦିଲ୍ଲୀ: ଓଡ଼ିଶାରେ ଜନଜାତୀୟ ସଂସ୍କୃତି ଓ ଐତିହ୍ୟର ପ୍ରଚାର-ପ୍ରସାର ପାଇଁ କେନ୍ଦ୍ର ସରକାର ସକ୍ରିୟ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସହ ସମନ୍ୱୟରେ ୨୧ଟି ଜନଜାତିର ଭାଷା, ପ୍ରଥା ଓ ପରମ୍ପରା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏ ସମ୍ବନ୍ଧରେ ଲୋକସଭାରେ ସୂଚନା ଦେଇ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ କହିଛନ୍ତି ଯେ, ଜନଜାତୀୟ ସଂସ୍କୃତିର ସୁରକ୍ଷା ଓ ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ସେ କହିଛନ୍ତି ଯେ ‘ସପୋର୍ଟ ଟୁ ଟିଆରଆଇ’ ଯୋଜନା ଅଧୀନରେ ୨୦୧୯ ପରଠାରୁ ଓଡ଼ିଶାରେ କୌଣସି ନୂତନ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇନଥିଲେ ମଧ୍ୟ, ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଟିଆରଆଇ) ପକ୍ଷରୁ ଆବଶ୍ୟକତାନୁସାରେ କେନ୍ଦ୍ର ମନ୍ତ୍ରଣାଳୟ ସମୟୋଚିତ ଭାବରେ ଆର୍ଥିକ ସହାୟତା ପ୍ରଦାନ କରୁଛି।

୨୦୦୧ ମସିହାରୁ ଭୁବନେଶ୍ୱରର ସିଆରପିଏଫ ଛକଠାରେ କାର୍ଯ୍ୟ କରୁଛି। ଏହି ଅନୁଷ୍ଠାନକୁ ପ୍ରଦାନ କରାଯାଇଥିବା ବିଭିନ୍ନ ଅନୁମୋଦିତ ପ୍ରକଳ୍ପ ଏବଂ ପାଣ୍ଠିର ବିବରଣୀ https://tribal.nic.in/Display_Apex_Minutes.aspx ୱେବସାଇଟରେ ଉପଲବ୍ଧ ରହିଛି।

ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଟିଆରଇ ଏବଂ ମିଡିଆ ଡିଭିଜନ ‘ସପୋର୍ଟ ଟୁ ଟ୍ରାଇବାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’ ନାମକ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରବ ଏହି ସହାୟତା ପ୍ରଦାନ କରାଯାଇଛି। ଏହି ଯୋଜନା ଅଧୀନରେ, ମନ୍ତ୍ରଣାଳୟ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ଟି ଜନଜାତି ଗବେଷଣା ପ୍ରତିଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ଦାଖଲ କରାଯାଇଥିବା ବାର୍ଷିକ କାର୍ଯ୍ୟ ଯୋଜନା ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଆପେକ୍ସ କମିଟିର ଅନୁମୋଦନ ଭିତ୍ତିରେ ଏହି ସହାୟତା ପ୍ରଦ କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଭିତ୍ତିଭୂମିର ସୁଦୃଢ଼ୀକରଣ, ଜନଜାତି ସଂଗ୍ରହାଳୟ/ସ୍ମାରକୀ/ଭର୍ଚୁଆଲ ସଂଗ୍ରହାଳୟ ପ୍ରତିଷ୍ଠା, ଗବେଷଣା ଓ ନଥିକରଣ, ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ, ସାଂସ୍କୃତିକ ଐତିହ୍ୟର ପ୍ରସାର ପାଇଁ ଜନଜାତି ମହୋତ୍ସବ ଓ ଯାତ୍ରା ଆୟୋଜନ, ଏବଂ ପର୍ଯ୍ୟଟନର ବିକାଶ କରିବା, ଯାହାଫଳରେ ଜନଜାତି ସଂସ୍କୃତି, ପରମ୍ପରା, ଭାଷା ଓ ରୀତିନୀତିକୁ ସଂରକ୍ଷିତ ଏବଂ ପ୍ରଚାର କରାଯାଇପାରିବ।

ଏହି ଯୋଜନାଟି ଚାହିଦା ଭିତ୍ତିକ। ଅର୍ଥାତ ଟିଆରଇନ୍କ ଦ୍ୱାରା ଦାଖଲ ଚାହିଦାଭିତ୍ତକ ପ୍ରକଳ୍ପ ପ୍ରସ୍ତାବ ଅନୁସାରେ ସହାୟତା ପ୍ରଦାନ କରାଯାଇଥାଏ। ଏହି ସେବୀ ଟିଆରଆଇ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନର ପ୍ରଶାସନିକ ନିୟନ୍ତ୍ରଣରେ ଥାଆନ୍ତି।

ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶା ଟିଆରଆଇରୁ ମିଳିଥିବା ପ୍ରସ୍ତାବ ଅନୁଯାୟୀ ଜନଜାତି ସଂଗ୍ରହାଳୟର ବ୍ୟାଖ୍ୟାନ କେନ୍ଦ୍ର ପାଇଁ ୨ କୋଟିରୁ ଅଧିକ ପାଣ୍ଠି ପ୍ରଦାନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୁଚନା ଦିଆଯାଇଛି।

ଓଡ଼ିଶା ଟିଆରଇ ରାଜ୍ୟର ଜନଜାତିମାନଙ୍କର ସାଂସ୍କୃତିକ ଦିଗ ଉପରେ ବିଭିନ୍ନ ଅନୁଭବସିଦ୍ଧ ଗବେଷଣା, ନୃତତ୍ତ୍ୱ ଅଧ୍ୟୟନ ଏବଂ କାର୍ଯ୍ୟକ୍ଷମ ଗବେଷଣା ପରିଚାଳନା କରେ। ଏହା ସହିତ ଅଡିଓ-ଭିଡିଓ ନଥିକରଣ ମାଧ୍ୟମରେ ଜନଜାତି ସଂସ୍କୃତିକୁ ସଂରକ୍ଷିତ କରାଯାଉଛି।

ଅନୁଷ୍ଠାନ ପରିସର ମଧ୍ୟରେ ଅବସ୍ଥିତ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଜନଜାତି ସଂସ୍କୃତି ଓ ପ୍ରଥାର ବିଭିନ୍ନ ଦିଗକୁ ପ୍ରୋତ୍ସାହିତ କରୁଛି। ଏଥିସହ, ଏହି ପ୍ରତିଷ୍ଠାନ ଜାତୀୟ ଜନଜାତି ହସ୍ତଶିଳ୍ପ ମେଳା, ଜାତୀୟ ଜନଜାତି ନୃତ୍ୟ ମେଳା, ଜନଜାତି କଳାକାରଙ୍କ ଦ୍ୱାରା ଜୀବନ୍ତ କଳା ପ୍ରଦର୍ଶନୀ, ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳା ଓ ପ୍ରବନ୍ଧ ପ୍ରତିଯୋଗିତା, ଚିତ୍ରକଳା କର୍ମଶାଳା ଏବଂ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି।

ଏଥିସହ, ଓଡ଼ିଶା ସରକାର ୨୦୧୭ ମସିହାରେ ସ୍ୱତନ୍ତ୍ର ବିକାଶ ପରିଷଦ ପ୍ରତିଷ୍ଠା କରିଛନ୍ତି। ଏହି ପରିଷଦ ଓଡ଼ିଶାର ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ କାର୍ଯ୍ୟ କରୁଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନଜାତି ସମ୍ପ୍ରଦାୟର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଏବଂ ପ୍ରସାର।

ପରିଷଦ ଦ୍ୱାରା ଜନଜାତିଙ୍କ ସାଂସ୍କୃତିକ ପରିଚୟ ସୁନିଶ୍ଚିତ କରିବା ପାଇଁ ପବିତ୍ର ପୀଠ, ସାମଗ୍ରୀ, ସଙ୍ଗୀତ, କଳା ଓ କ୍ରୀଡ଼ାର ପୁନରୁଦ୍ଧାର ଏବଂ ବିକାଶ କରାଯାଉଛି। ଜନଜାତିମାନଙ୍କର ସ୍ୱଦେଶୀ ଜ୍ଞାନ କୌଶଳକୁ ସ୍ୱୀକୃତି ଏବଂ ପ୍ରୋତ୍ସାହନ ଦିଆଯାଉଛି। ମୂର୍ତ୍ତ ଓ ଅମୂର୍ତ୍ତ ଜନଜାତି ସଂସ୍କୃତି, ପରମ୍ପରା ଏବଂ ରୀତିନୀତିର ନଥିକରଣ ଓ ଜନଜାତି ସମ୍ବଳର ଚିହ୍ନଟ ଏବଂ ସ୍ୱଦେଶୀ ଜ୍ଞାନ/ଅନନ୍ୟ ସଂସ୍କୃତିକୁ ଜୀବିକାର ମାଧ୍ୟମ ଭାବରେ ଗ୍ରହଣ କରାଯାଉଛି। ଜନଜାତି ଲୋକଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ, ଐତିହାସିକ ଏବଂ ବିକାଶମୂଳକ ସ୍ଥାନ ପରିଦର୍ଶନ ବ୍ୟବସ୍ଥା ମଧ୍ୟ ଅନୁଷ୍ଠାନ ଦ୍ୱାରା କରାଯାଉଛି।ଦ୍ୱିଭାଷୀ ଅଭିଧାନ ଏବଂ ତ୍ରିଭାଷୀ ମଡ୍ୟୁଲ୍ ପ୍ରକାଶନ ମାଧ୍ୟମରେ ଜନଜାତି ଭାଷା ଓ ଉପଭାଷାର ପ୍ରସାର ପାଇଁ ଅନୁଷ୍ଠାନ ଧ୍ୟାନ ଦେଇଛି।

ଆଦିବାସୀ ସଂସ୍କୃତିର ପ୍ରସାର ପାଇଁ ନିଆଯାଉଥିବ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇ ମନ୍ତ୍ରଣାଳୟ କହିଛି, ଓଡ଼ିଶା ସରକାର ଭୁବନେଶ୍ୱରଠାରେ ଅନୁସୂଚିତ ଜନଜାତି ଭାଷା ଓ ସଂସ୍କୃତି ଏକାଡେମୀ ପ୍ରତିଷ୍ଠା କରିଛନ୍ତି। ଏହା ଏସଟି ଏବଂ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରୁଛି।

ଏକାଡେମୀର କିଛି ମୁଖ୍ୟ ପଦକ୍ଷେପ ଭିତରେ ବାର୍ଷିକ ଆଦିବାସୀ ମେଳା ଆୟୋଜନ କରିବା ସହ ଜନଜାତି ଲୋକକଥା ଉପରେ ସାମୟିକ ଗବେଷଣା ବିଷୟ ବି ରହିଛି। ୨୧ଟି ଜନଜାତି ଭାଷାରେ ଦ୍ୱିଭାଷୀ ଅଭିଧାନ ଏବଂ ତ୍ରିଭାଷୀ ଦକ୍ଷତା ମଡ୍ୟୁଲ୍ ସହ ପୁସ୍ତକ ପ୍ରକାଶନ, ଭାଷା, ସାହିତ୍ୟ, ସଂସ୍କୃତି, କଳା, କ୍ରୀଡ଼ା, ସମାଜସେବା ଏବଂ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଜନଜାତି ପ୍ରତିଭାମାନଙ୍କୁ ସମ୍ମାନିତ କରିବା ଏହି ଅନୁଷ୍ଠାନର ପ୍ରମୁଖ କାର୍ଯ୍ୟ ରହିଛି। ସେହିପରି ଜନଜାତି ପର୍ବପର୍ବାଣୀ ଏବଂ ନୃତ୍ୟ ଉପରେ ଅଡିଓ-ଭିଡିଓ ଦଲିଲ ପ୍ରସ୍ତୁତ କରିବା, ଜାତୀୟ, ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ମହୋତ୍ସବରେ ଜନଜାତି ନୃତ୍ୟ ପ୍ରଦର୍ଶନ ପାଇଁ ଦଳଗୁଡ଼ିକୁ ପ୍ରୋତ୍ସାହିତ କରିବା ପ୍ରଭୃତି ରହିଛି।

ଓଡିଶା ଜନଜାତୀୟ ସଂସ୍କୃତି ସାଂସ୍କୃତିକ ଐତିହ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026
Latest News

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.