Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ ନିମନ୍ତେ ନ୍ୟାୟାଧୀଶଙ୍କ ଅଭିନବ ପ୍ରୟାସ
ରାଜ୍ୟ ଖବର

ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ ନିମନ୍ତେ ନ୍ୟାୟାଧୀଶଙ୍କ ଅଭିନବ ପ୍ରୟାସ

May 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ ନିମନ୍ତେ ନ୍ୟାୟାଧୀଶଙ୍କ ଅଭିନବ ପ୍ରୟାସ

ଭୁବନେଶ୍ୱର: ବସ୍ତି ଅଞ୍ଚଳରେ ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ କରି ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ଭରତପୁରସ୍ଥିତ ଯୋକଳନ୍ଦିଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା ଏବଂ ସେଣ୍ଟର ଫର ଆଡ୍‌ଭୋକେସି ଆଣ୍ଡ ରିସର୍ଚ୍ଚର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି।

ଉକ୍ତ ଶିବିରରେ ୪୦୦ ଜଣ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୨ ଜଣ ଦିବ୍ୟାଙ୍ଗ ପରିଚୟ ପତ୍ର ନିମନ୍ତେ ପଂଜୀକରଣ ପାଇଁ ଆବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୪୩ ଜଣ ଦିବ୍ୟାଙ୍ଗ ପ୍ରମାଣପତ୍ର, ୮ ଜଣ ରାସନ୍‌ କାର୍ଡ, ମଧୁବାବୁ ପେନ୍‌ସନ୍‌ ଯୋଜନା ନିମନ୍ତେ ୨୧ ଜଣ, ଦେୟମୁକ୍ତ ଆଇନସେବା ନିମନ୍ତେ ୬୩ ଜଣ, ଦିବ୍ୟାଙ୍ଗ ସହାୟତା ଯନ୍ତ୍ର ନିମନ୍ତେ ୧୦ ଜଣ, ଋଣ ନିମନ୍ତେ ୧୦ ଜଣ ଏବଂ ବସ୍‌ ଓ ଟ୍ରେନ୍‌ ଯାତ୍ରା ପାସ୍‌ ନିମନ୍ତେ ୪୩ ଜଣ ଆବେଦନ କରିଥିଲେ।

ରାଜ୍ୟ ଆଇନସେବା ପ୍ରାଧିକରଣ, କଟକର ସଦସ୍ୟ ସଚିବ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୌଦାମିନୀ ସିଂ ପ୍ରମୁଖ ଉପସ୍ଥିତ ରହି ଅପହଞ୍ଚ ତଥା ବସ୍ତି ଅଞ୍ଚଳରେ ଦିବ୍ୟାଙ୍ଗମାନଙ୍କୁ କିଭଳି ନାର୍ଯ୍ୟ ସହାୟତା ପ୍ରଦାନ କରାଯିବ ସେଥି ନିମନ୍ତେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଦିବ୍ୟାଙ୍ଗମାନଙ୍କୁ ନ୍ୟାୟିକ ବ୍ୟବସ୍ଥା ସହ ଯୋଡ଼ି ସେମାନଙ୍କୁ ଜୀବିକାର୍ଜନ ପନ୍ଥା, ବିଭିନ୍ନ ସରକାରୀ ସୁବିଧା ଏବଂ ଅନ୍ୟମାନଙ୍କ ଭଳି ସମାନ ସୁବିଧାସୁଯୋଗ ପ୍ରଦାନ ଉପରେ ନ୍ୟାୟାଧୀଶମାନେ ଗୁରୁତ୍ୱ ଦେଇଥିଲେ।

ଉକ୍ତ ଶିବିରରେ ଅଭିଜ୍ଞ ଆଇନଜୀବୀମାନେ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କ ବିଭିନ୍ନ ସମସ୍ୟା, ଅଭିଯୋଗର ଶୁଣାଣି କରିବା ସହ ସେମାନଙ୍କ ନିମନ୍ତେ ଉପଲବ୍ଧ ଆଇନସେବା ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସହାୟତା କେନ୍ଦ୍ର ଏବଂ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ୮ଟି କେନ୍ଦ୍ର ଖୋଲାଯାଇଥିଲା।

ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷର ଅଧିକାରୀ, ସିଏଫ୍‌ଏଆର୍‌ ସଂଯୋଜିକା ମମତା ସିଂ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଦିବ୍ୟାଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.