Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଉତ୍ସବ ପାଇଁ ଝଲସୁଛି ପୁରୁଣା ଭୁବନେଶ୍ବର
ରାଜ୍ୟ ଖବର

ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଉତ୍ସବ ପାଇଁ ଝଲସୁଛି ପୁରୁଣା ଭୁବନେଶ୍ବର

June 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
EkramProject
ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଉତ୍ସବ ପାଇଁ ଝଲସୁଛି ପୁରୁଣା ଭୁବନେଶ୍ବର

ଭୁବନେଶ୍ୱର: ଭୁବନେଶ୍ୱର ସହର ଏହାର ଐତିହାସିକ ତଥା ସାଂସ୍କୃତିକ ଐତିହ୍ୟକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉଜ୍ଜୀବିତ କରିବା ନିମନ୍ତେ ଆରମ୍ଭ ହୋଇଥିବା ଏକାମ୍ର ପ୍ରକଳ୍ପ ଭୂମିପୂଜନ ସମାରୋହ ଦ୍ୱିତୀୟ ଦିନରେ ଏକ ଚମତ୍କାର ସଫଳତା ହାସଲ କରିଛି। ଭୁବନେଶ୍ୱର ପରି ପ୍ରାଚୀନ ସହରର ପୁନରୁଦ୍ଧାର ଏବଂ ନବୀକରଣ ସହ ଏହାର ଗୌରବମୟ ଅତୀତକୁ ବିଶ୍ୱ ଦରବାରରେ ପ୍ରଦର୍ଶନ କରିବା ନିମନ୍ତେ ଏହା ଏକ ମହାନ ପଦକ୍ଷେପ।

ଆଧ୍ୟାତ୍ମିକ ଚେତନାର ଉନ୍ମେଷ ନିମନ୍ତେ ଯଜ୍ଞ ସହିତ ଆରମ୍ଭ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ସାମିଲ ହୋଇ ଏହି ମହାନ କାର୍ଯ୍ୟକୁ ସଫଳ କରିବା ନିମନ୍ତେ ପ୍ରୟାସୀ ହୋଇଥିଲେ। ସକାଳର ଏହି ରୀତିନୀତି ଦିନ ତମାମ ଏକ ପବିତ୍ର ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଆସନ୍ତାକାଲି ଭୂମିପୂଜନ ଉତ୍ସବ ସଂପନ୍ନ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ବିଏମସି ମାର୍କେଟ କମ୍ପ୍ଲେକ୍ସରେ ଆୟୋଜିତ ସ୍କାଏ ପ୍ରୋଜେକସନ୍‌, ପ୍ରଦର୍ଶନୀ ଏବଂ ପ୍ରୋଜେକ୍‌ସନ ମ୍ୟାପିଂ ଦିନର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା। ଭୁବନେଶ୍ୱର ଐତିହ୍ୟ ଏବଂ ସଂସ୍କୃତିକୁ ନେଇ ପ୍ରସ୍ତୁତ ଏହି ଦୃଶ୍ୟମାନ ଚିତ୍ତାକର୍ଷକ ପ୍ରଦର୍ଶନ ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ଭୁବନେଶ୍ୱର ସହରର ଐତିହାସିକ ମହତ୍ତ୍ୱ ସଂପର୍କରେ ଅବଗତ କରାଇଥିଲା।

ସହରର ଉଜ୍ଜ୍ୱଳ ସ୍ଥାପତ୍ୟ ଏବଂ କଳାତ୍ମକ ପରମ୍ପରାର ସାକ୍ଷୀ ଥିବା ପରିଦର୍ଶକମାନେ ଏହାକୁ ମନଭରି ଉପଭୋଗ କରୁଥିବାର ଲକ୍ଷ୍ୟ କରାଯାଇଛି। ଦିନସାରା ମୁଖ୍ୟ ମଞ୍ଚରେ ପ୍ରସ୍ତୁତ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଭୁବନେଶ୍ୱରର ସମୃଦ୍ଧ କଳା ଐତିହ୍ୟର ଏକ ପ୍ରମାଣ ଭାବରେ ଏହି ପ୍ରଦର୍ଶନଗୁଡିକ ଦର୍ଶକଙ୍କୁ ଆମୋଦିତ କରୁଛି ।

ସନ୍ଧ୍ୟାରେ ଆଲୋକମାଳାରେ ସଜ୍ଜିତ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର, ବିନ୍ଦୁ ସାଗର ଏବଂ ଅନେକ ଛୋଟ ମନ୍ଦିରର ଏକ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରୁଛି। ଏହି ପ୍ରାଚୀନ ସଂରଚନାଗୁଡ଼ିକର ଉଜ୍ଜ୍ୱଳ ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକ ଆଭା ପରିଦର୍ଶକ ଏବଂ ଭକ୍ତମାନଙ୍କୁ ବିମୋହିତ କରୁଛି।

ପ୍ରକଳ୍ପ ପରିଯୋଜନାକୁ ପ୍ରଦର୍ଶିତ କରୁଥିବା ଏକାମ୍ର କ୍ଷେତ୍ର ପ୍ରୋଜେକଫ ମ୍ୟାପିଂ ଅନେକ ପରିଦର୍ଶକଙ୍କୁ ଆକର୍ଷିତ କରିଥିଲା। ଭୁବନେଶ୍ୱରର ଐତିହ୍ୟ ପୁନରୁଦ୍ଧାର ଭବିଷ୍ୟତ ବାବଦରେ ସୂଚନା ପ୍ରଦାନ କରି ଏହି ମଡେଲ୍‌ ଆଗାମୀ ବିକାଶ ପାଇଁ ଉତ୍ସାହ ଏବଂ ଆଶା ସୃଷ୍ଟି କରିଥିଲା।

ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ନିକଟରେ ଅନୁଷ୍ଠିତ ଏକ ଉତ୍ସାହଜନକ ଭଜନ ସମାରୋହରେ ଅଭିଜିତ ମିଶ୍ର, ଉପସାନା ସାହୁ, ପଣ୍ଡିତ ନୀଳାଦ୍ରି କୁମାର ଏବଂ ମହାଲକ୍ଷ୍ମୀ ଆୟରଙ୍କ ପରି ପ୍ରଖ୍ୟାତ କଳାକାରମାନେ ଯୋଗ ଦେଇଥିଲେ। ସେମାନଙ୍କର ସୁମଧୁର ସ୍ୱର ଏବଂ ଭକ୍ତିପୂତ ଉପସ୍ଥାପନା କାର୍ଯ୍ୟକ୍ରମର ଆଧ୍ୟାତ୍ମିକ ମହତ୍ତ୍ୱ ସହିତ ଶାନ୍ତି ଏବଂ ଭକ୍ତିର ବାତାବରଣ ସୃଷ୍ଟି କରିଥିଲା। ପ୍ରସିଦ୍ଧ କଣ୍ଠଶିଳ୍ପୀ ଏ. ହରିହରନ୍‌ ଆସନ୍ତାକାଲି ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିବେ।

ଦ୍ୱିତୀୟ ଦିନର କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ଭୁବନେଶ୍ୱରକୁ ପରିଭାଷିତ କରୁଥିବା ଜୀବନ୍ତ ସଂସ୍କୃତି ପ୍ରଦର୍ଶନ ଉପସ୍ଥିତ ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ଭାରତର ସାଂସ୍କୃତିକ ପରିଦୃଶ୍ୟରେ ଏକ ଉଜ୍ଜ୍ୱଳ ତାରକା ଭାବରେ ଭୁବନେଶ୍ୱରର ପୁନର୍ଗଠନ ଓ ପୁନରୁଦ୍ଧାର କରିବାକୁ ଏକାମ୍ର ପ୍ରକଳ୍ପ ଲକ୍ଷ୍ୟ ରଖିଛି।

ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟ ଏବଂ ଐତିିହାସିକ ମହତ୍ତ୍ୱକୁ ପୁନର୍ଜୀବିତ କରିବାକୁ ଏହି ଦୂରଦୃଷ୍ଟିସଂପନ୍ନ ଏକାମ୍ର ପ୍ରକଳ୍ପ ଲକ୍ଷ୍ୟ ରଖିଛି। ଭୁମିପୂଜନ ସମାରୋହ ପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରିବା, ଐତିହ୍ୟ ସ୍ଥଳ ସଂରକ୍ଷଣ ଏବଂ ସହରର କଳା ପରମ୍ପରାକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

ଏକ୍ରାମ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026
Latest News

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.