ଆଜି ଓଡିଆ ସାମ୍ବାଦିକତା ଦିବସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ଶୁଭେଚ୍ଛା

Published: Aug 4, 2023, 11:36 am IST
OdiaJournalismDay

ଭୁବନେଶ୍ବର: ଆଜି ହେଉଛି ଓଡିଆ ସାମ୍ବାଦିକତା ଦିବସ। କାରଣ ଆଜିର ଦିନରେ ଓଡିଶାରେ ଓଡିଆ ଭାଷାରେ ପ୍ରଥମେ ଛପା ପତ୍ରିକା ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା। 1866 ମସିହା ଅଗଷ୍ଟ 4 ତାରିଖରେ ଗୌରୀଶଙ୍କର ରାୟ ଏବଂ ବିଚିତ୍ରାନନ୍ଦ ଦାସଙ୍କ ପ୍ରଚେଷ୍ଠାରେ ପ୍ରକାଶ ପାଇଥିଲା ଏହି ପତ୍ରିକା। ସେତେବେଳେ ପ୍ରିଣ୍ଟିଂ ପ୍ରେସରେ ଛପା ହୋଇ ଏହି ପତ୍ରିକା ପ୍ରକାଶ ପାଇଥିଲା।

ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ‘ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା। ଆଜିର ଦିନରେ ଓଡ଼ିଶାର ପ୍ରଥମ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା। ସମାଜ ତଥା ଲୋକଙ୍କୁ ଜାଗ୍ରତ କରିବାରେ ସତ୍ୟ ଓ ନିରପେକ୍ଷ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଅସହାୟ ଲୋକଙ୍କ ସ୍ୱର ସାଜିବା ସହ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ପ୍ରତିଟି ବ୍ୟକ୍ତିଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି।’

Related posts