ଖୋର୍ଦ୍ଧା : ସାଇବର ସୁରକ୍ଷା ସଚେତନତା ଅଭିଯାନ ଉଦଯାପିତ

Published: Oct 15, 2023, 10:17 pm IST
Khordha

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଦୀର୍ଘ ଦିନ ଧରି ଜାରି ରହିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆଜି ଖୋର୍ଦ୍ଧା ଟାଉନ ହଲ ଠାରେ ଉଦଯାପିତ ହୋଇଯାଇଛି। ଉକ୍ତ ଉଦଯାପନୀ ଦିବସରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ , ଏସପି ସିଦ୍ଧାର୍ଥ କଟାରିଆ ,ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀ ରାଣୀ ଗୁମାନସିଂହ, ପୌରପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ, କିଶୋର ଚନ୍ଦ୍ର ମୁଣ୍ଡ ଏବଂ ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ସୁଶାନ୍ତ ନାୟକ ଯୋଗଦେଇଥିଲେ।

ସମସ୍ତ ଅତିଥିମାନେ ସାଇବର ଅପରାଧକୁ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ l ସେହିପରି ଭାବେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ, ସ୍କୁଲ ଓ କଲେଜ ରେ ଅନୁଷ୍ଠିତ ହୋଇଥିବା ବେଳେ ଏହା ଜିଲ୍ଲା ପୋଲିସର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଇଥିଲା।

ଏହି ଅବସରରେ ବିଭିନ୍ନ କଲେଜର କର୍ତ୍ତୃପକ୍ଷ ମାନଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରିଣୀ ଡ଼ିଏସପି ମିନାକ୍ଷୀ ଠାକୁର ପରିଚାଳନା କରିଥିବାବେଳେ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଡ଼ିଏସପି, ଦୁଇ ଏସଡ଼ିପିଓ,ସମସ୍ତ ଥାନା ଆଇଆଇସି, ବହୁ ଜନସାଧାରଣ ଏବଂ ସାମ୍ବାଦିକ ମାନେ ଯୋଗଦେଇଥିଲେ।

Related posts