Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆଇଏମଆଇ ଭୁବନେଶ୍ୱରରେ ‘ଗ୍ଲୋବାଲ ବିଜନେସ ଏନଭାର୍ନମେଣ୍ଟ’ ସମ୍ମିଳନୀ
ରାଜ୍ୟ ଖବର

ଆଇଏମଆଇ ଭୁବନେଶ୍ୱରରେ ‘ଗ୍ଲୋବାଲ ବିଜନେସ ଏନଭାର୍ନମେଣ୍ଟ’ ସମ୍ମିଳନୀ

December 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଏମଆଇ ଭୁବନେଶ୍ୱରରେ ‘ଗ୍ଲୋବାଲ ବିଜନେସ ଏନଭାର୍ନମେଣ୍ଟ’ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମଆଇ) ପକ୍ଷରୁ ଇଜିଏଡିଇ ବିଜନେସ ସ୍କୁଲ ମେକ୍ସିକୋର ମିଳିତ ସହଯୋଗରେ ଡିସେମ୍ବର   ୧୫-୧୬ ଦୁଇଦିନ ଧରି ‘ଗ୍ଲୋବାଲ ବିଜନେସ ଏନଭାର୍ନମେଂଟ’ ସମ୍ପର୍କିତ ୯ତମ ଅନ୍ତର୍ଜାତୀୟ ସମ୍ମିଳନୀଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀର ଶୀର୍ଷକ “କର୍ପୋରେଟ ଡେମୋକ୍ରାସି, ଓପନ ଇନୋଭେଶନ ଆଣ୍ଡ ଗ୍ରୋଥ ଇନ ଡେଭଲପିଙ୍ଗ୍ ଇକୋନୋମିସ୍‌ ଥିଲା।

ପ୍ରଫେସର ରମେଶ ବେହଲ, ନିର୍ଦ୍ଦେଶକ, ଆଇଏମଆଇ, ଭୁବନେଶ୍ୱର; ପ୍ରଫେସର ରାଜାଗୋପାଲ, ପ୍ରଫେସର ତଥା ନ୍ୟାଶନାଲ ରିସର୍ଚ୍ଚର, ଇଜିଏଡିଇ ବିଜନେସ ସ୍କୁଲ, ମେକ୍ସିକୋ; ପ୍ରଫେସର ରଣଜିତ ରୟ ଘାଟକ, ଆସୋସିଏଟ ପ୍ରଫେସର, ଆଇଏମଆଇ, ଭୁବନେଶ୍ୱର ଏବଂ ପ୍ରଫେସର ସୌରଭ ଶର୍ମା, ପ୍ରଫେସର, ଆଇଏମଆଇ, ଭୁବନେଶ୍ୱର ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ।

ପ୍ରଫେସର ରମେଶ ବେହଲ ଏହି ସମ୍ମିଳନୀ ପାଇଁ ଲକ୍ଷ୍ୟ ସ୍ଥିର କରିବା ସହ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ୧୨୦ ରୁ ଅଧିକ ସବମିସନ ଗ୍ରହଣ କରାଯାଇଛି ଏବଂ ଭାରତ ତଥା ବିଶ୍ୱର ୨୦୦ ରୁ ଅଧିକ ପ୍ରତିନିଧୀ ଏଥିରେ ଯୋଗ ଦେଇଛନ୍ତି।

ଏହି ଅବସରରେ ପ୍ରଫେସର ବେହଲ କହିଲେ, ଆଇଏମଆଇ ଭୁବନେଶ୍ୱର ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ କରି  ଫାକ୍ୟୁଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ, ମାସିକ ଗବେଷଣା ସେମିନାର ଏବଂ ୱର୍କଶପର ଏକ ରିସର୍ଚ୍ଚ ଇକୋସିଷ୍ଟମ ସୃଷ୍ଟି କରିପାରିଛି। ଏହି ସମ୍ମିଳନୀ ଆମ ଅର୍ଥନୀତିର ଭବିଷ୍ୟତକୁ ଆକୃଷ୍ଟ କରିବା ପାଇଁ ସମସ୍ତଙ୍କ ଲାଗି ଆଲୋଚନା ଏବଂ ଅନ୍ତର୍ନିହିତ ଅଭିଜ୍ଞତା ଆଦାନପ୍ରଦାନର ଏକ ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରି ପାରିଛି।

ପ୍ରଫେସର ରାଜାଗୋପାଲ ସମ୍ମିଳନୀର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ ଏବଂ ରିଭର୍ସ ଇନୋଭେଶନ ବିଷୟରେ ତାଙ୍କ ଅଭିଜ୍ଞତା ବଖାଣିଥିଲେ। ଯାହା ଭାରତ ପରି ଉଦୀୟମାନ ଅର୍ଥନୀତିରେ ସୁଯୋଗ ସୃଷ୍ଟି କରିପାରିବ।

ଉଦଘାଟନୀ ସମାରୋହରେ ୮ତମ ଜିବିଇ ସମ୍ମିଳନୀର ଏସସିଓପିୟୁଏସ ଇଣ୍ଡେକ୍ସଡ କନଫରେନ୍ସ ଆନ୍ଥୋଲୋଜି ମଧ୍ୟ ଉନ୍ମୋଚିତ ହୋଇଥିଲା। ଯାହା ଆମେରିକାର ପଲଗ୍ରାଭ ମ୍ୟାକମିଲାନଙ୍କ ଦ୍ୱାରା ପ୍ରକାଶିତ “ପାରାଡିଗମ ସିଫ୍ଟ ଇନ ବିଜନେସ- କ୍ରିଟିକାଲ ଆପ୍ରିସାଲ ଅଫ ଆଗିଲ ମ୍ୟାନେଜମେଂଟ ପ୍ରାକ୍ଟିସେସ” ଶୀର୍ଷକ ମନୋନୀତ ସମୀକ୍ଷା ହୋଇଥିବା ପେପର ଉପରେ ଆଧାରିତ ଥିଲା।

ସମ୍ମିଳନୀରେ ଇଜିଏଡିଇ ବିଜନେସ ସ୍କୁଲ, ମେକ୍ସିକୋ; ଆଇଆଇଏମ କୋଲକାତା; ଆଇଆଇଏମ କାଶୀପୁର; ଆଇଏମଆଇ ନୂଆଦିଲ୍ଲୀ; ଏକ୍ସଆଇଏମ ୟୁନିଭରସିଟି, ଭୁବନେଶ୍ୱର; ଏନଏମଆଇଏମଏସ ହାଇଦ୍ରାବାଦ; କିଟ୍ ୟୁନିଭରସିଟି; ଏନଆଇଟି ଦୁର୍ଗାପୁର; ଏନଆଇଟି ରାଉରକେଲା; ଏସଆଇବିଏମ ପୁଣେ; ଗୋଆ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ; ନର୍ଥ-ଇଷ୍ଟର୍ଣ୍ଣ ହିଲ ୟୁନିଭରସିଟି, ଶିଲଂ ଜିଡି ଗୋଏଙ୍କା ୟୁନିଭରସିଟି, ଆଇଆଇଟି ବଡୋଦରା; ପ୍ରେସିଡେନ୍ସି ୟୁନିଭରସିଟି, କୋଲକାତା; ବିଆଇଟିଏସ ପିଲାନି ସମେତ ବିଭିନ୍ନ ଜଣାଶୁଣା ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର ଫାକ୍ୟୁଲ୍ଟି, ଗବେଷକ ବିଦ୍ୱାନ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ଏହି ଦୁଇ ଦିନିଆ ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ଆଠଟି ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା। ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ନେତୃତ୍ୱରେ ଦୁଇଟି କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀ ଆଇଏମଆଇ-ଭୁବନେଶ୍ୱରର ପ୍ରଫେସର ସୌରଭ ଶର୍ମା ଏବଂ  ପ୍ରଫେସର ରଣଜିତ ରୟ ଘଟକଙ୍କ ଦ୍ୱାରା ସୁପରିଚାଳିତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, OBCC ହେବ ପେପର ଲେସ: ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 13, 2025

ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟବିଦାରକ ଘଟଣା

November 13, 2025

ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରାର୍ଥୀଙ୍କ ଛାତି ଧଡଧଡ, ଜାଣନ୍ତୁ କାହାର ଆକଳନ କେତେ?

November 13, 2025

ଦିଲ୍ଲୀ ବିସ୍ଫୋରଣ ମାମଲା: ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି

November 13, 2025
Latest News

ଭୁବନେଶ୍ବର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, OBCC ହେବ ପେପର ଲେସ: ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 13, 2025

ଏନଡିଏରୁ ମୁଖ୍ୟମନ୍ତ୍ରୀ ଭାବରେ କିଏ ଶପଥ ନେବେ?: ଭୋଟ ଗଣତି ପୂର୍ବରୁ ଚିରାଗ ପାସୱାନଙ୍କ ଦଳର ବଡ଼ ଦାବି 

November 13, 2025

ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟବିଦାରକ ଘଟଣା

November 13, 2025

ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରାର୍ଥୀଙ୍କ ଛାତି ଧଡଧଡ, ଜାଣନ୍ତୁ କାହାର ଆକଳନ କେତେ?

November 13, 2025

ଦିଲ୍ଲୀ ବିସ୍ଫୋରଣ ମାମଲା: ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି

November 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.