Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅଭିଯୋଗ ଶୁଣାଇଲା ବେଳେ ଅସୁସ୍ଥ ଅନୁଭବ କଲେ ମହିଳା: ନିଜ ହାତରେ ପାଣି ପିଆଇ ଆଶ୍ଵାସନା ଦେଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ଖବର

ଅଭିଯୋଗ ଶୁଣାଇଲା ବେଳେ ଅସୁସ୍ଥ ଅନୁଭବ କଲେ ମହିଳା: ନିଜ ହାତରେ ପାଣି ପିଆଇ ଆଶ୍ଵାସନା ଦେଲେ ମୁଖ୍ୟମନ୍ତ୍ରୀ

June 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସବୁଦିନ ପରି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନ ପରିସରରେ ପ୍ରାୟ ଏକ ହଜାର ଲୋକଙ୍କ ସମାବେଶ। ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଶୁଣିବେ ଓ ଅଭିଯୋଗ ପତ୍ର ଗ୍ରହଣ କରିବେ।

ସକାଳର ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନ ଠାରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ସମୟ ରଖିଥିଲେ। ଲୋକମାନେ ମଧ୍ୟ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ।

ମୁଖ୍ୟମନ୍ତ୍ରୀ ନିଜେ ଆସି ଜଣ ଜଣ କରି ଲୋକଙ୍କର ସମସ୍ୟା ଶୁଣିଥିଲେ  ଓ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସମସ୍ତଙ୍କ ସମସ୍ୟାକୁ ଗୁରତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଶୁଣୁଥିଲେ।

ଲୋକଙ୍କ ମଧ୍ୟରୁ ନୟାଗଡ଼ରୁ ଆସିଥିବା ଉର୍ମିଳା ସାହୁ। ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ କହିଲା ବେଳେ ଭାବବିହ୍ଵଳ ହୋଇ ଅସୁସ୍ଥ ଅନୁଭବ କଲେ। ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ହାତରେ ତାଙ୍କୁ ପାଣି ପିଆଇ ପ୍ରକୃସ୍ଥିତ କଲେ।

ଦୃଷ୍ଟିବାଧିତ ବିଦ୍ୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଆସିଥିଲେ ସେମାନକର ସମସ୍ୟା ନେଇ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହୋଇ ଯଥାଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

ସାଧାରଣ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆତ୍ମୀୟତା ଭରା ବ୍ୟବହାର ଦେଖି ଉର୍ମିଳା ସାହୁ ଏବଂ ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକମାନଙ୍କ ଆଖିରୁ ଆନନ୍ଦାଶୃ ବୋହି ଯାଇଥିଲା।

ସାଧାରଣ ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନ, ସଂଗଠନ, ଦିବ୍ୟାଙ୍ଗ ଆଦି ସବୁ ବର୍ଗର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଭେଟି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟା ଶୁଣାଇଥିଲେ ଏବଂ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସମସ୍ତଙ୍କ ମୁହଁରେ ଆଶା, ଭରଷା ଓ ବିଶ୍ଵାସର ଝଲକ ଦେଖିବାକୁ ମିଳୁଥିଲା।

କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷକମାନଙ୍କ ସମସ୍ୟାର ହେଲା ତୁରନ୍ତ ସମାଧାନ

କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷୟତ୍ରୀମାନେ ତିନି ମାସ ହେଲା ଦରମା ପାଉ ନଥିଲେ। କାରଣ ତାଙ୍କ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ କେହି ନଥିଲେ। ସେମାନଙ୍କ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ଜାଣିବା ପରେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସଙ୍ଗେ ସଙ୍ଗେ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାନଙ୍କର ଅସୁବିଧା ଦୂର ହେଲା। ଖୁବ ଶୀଘ୍ର ବରିଷ୍ଠତା ଭିତ୍ତିରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମିଳିବ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ଵ ଓ ସେମାନଙ୍କର ଦରମା ମଧ୍ୟ ନିୟମିତ ହେବ।

ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରି ସେମାନେ ଖୁସି ମନରେ ଫେରିଲେ।

ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

January 13, 2026

ବିଭିନ୍ନ ବିଦ୍ୟାଳୟରେ ବନ୍ଦେ ମାତରମ ସାମୁହିକ ସଙ୍ଗୀତ ଗାନ

January 13, 2026
Latest News

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026

ଆଜି ବାଂଲାଦେଶ ଫେରିବେ ଜେଲରେ ଥିବା ୩୮ ଅବୈଧ ବାଂଲାଦେଶୀ ନାଗରିକ

January 13, 2026

ବିଏମସି ନିର୍ବାଚନ ପୂର୍ବରୁ ୬,୮୭୧ ଅଧିକାରୀ ଏବଂ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.