Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଖୋର୍ଦ୍ଧା ବିଜେପିରେ ଅଦ୍ଭୁତ ନୀତି, ଏପଟେ ମନମୋହନ ନିଳମ୍ବନ କଲେ ସେପଟେ ଅପରାଜିତା ମଞ୍ଚରେ ବସାଇଲେ
ରାଜ୍ୟ ଖବର

ଖୋର୍ଦ୍ଧା ବିଜେପିରେ ଅଦ୍ଭୁତ ନୀତି, ଏପଟେ ମନମୋହନ ନିଳମ୍ବନ କଲେ ସେପଟେ ଅପରାଜିତା ମଞ୍ଚରେ ବସାଇଲେ

September 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ବିଜେପିରେ ଅଦ୍ଭୁତ ନୀତି, ଏପଟେ ମନମୋହନ ନିଳମ୍ବନ କଲେ ସେପଟେ ମଞ୍ଚରେ ବସାଇଲେ ଅପରାଜିତା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବିଜେପିରେ ଏକ ଭିନ୍ନ ନୀତି ଚାଲିଛି। ଯାହାକୁ କୁହାଯିବ ଅପରାଜିତା ନୀତି। କାରଣ ସାଂସଦ ଅପରାଜିତା ରାଜ୍ୟ ସଭାପତିଙ୍କୁ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରିବାକୁ ପଛାଉ ନାହାଁନ୍ତି। କାରଣ ଯାହାକୁ ରାଜ୍ୟ ବିଜେପି ଦଳରୁ ନିଲମ୍ବନ କରିଛି ସେହି ନେତାଙ୍କୁ ଅପରାଜିତା ତାଙ୍କ ବୈଠକରେ ବସାଇଛନ୍ତି। ସେତିକି ନୁହେଁ ତାଙ୍କୁ ପୁରା ପାଖରେ ବସାଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ଖୋର୍ଦ୍ଧା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ଖବରରୁ ଜଣାପଡିଛି ଯେ, ଖୋର୍ଦ୍ଧାରେ ବିଜେପି ତରଫରୁ ଗତ ସୋମବାର ଦିନ ସଦସ୍ୟତା ଅଭିଯାନ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସହିତ ଜଟଣୀ ବିଧାୟକ ପ୍ରାର୍ଥୀ ଯୋଗ ଦେଇଥିଲେ। ତେବେ ଏହି ସଭାରେ ବସିଥିଲେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଂପାଦକ ବିଦ୍ୟୁତ କାଣ୍ଡି। ସେ ପୁରା ଅପରାଜିତାଙ୍କ ପାଖ ଆସନରେ ବସିଥିଲେ।

ତେବେ ଶ୍ରୀ କାଣ୍ଡିଙ୍କ ବିଜେପି ସଭାରେ ଯୋଗଦେବା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଗତ ଶନିବାର ଦିନ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାର ପାଞ୍ଚ ଜଣ କର୍ମକର୍ତ୍ତାଙ୍କୁ ନିଲମ୍ବନ କରାଯାଇଛି। ସେମାନେ ଦଳବିରୋଧୀ କାମ ପାଇଁ ଦଳରୁ ନିଲମ୍ବନ କରାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଲା। ସେହି ତାଲିକାରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାର ସଂପାଦକ ବିଦ୍ୟୁତ କାଣ୍ଡି।

ଦଳ ତଥା ଖୋଦ ସଭାପତି ବିଦ୍ୟୁତ କାଣ୍ଡିଙ୍କୁ ନିଲମ୍ବିତ କରିଥିବା ବେଳେ ତାଙ୍କୁ ଅପରାଜିତା କେମିତି ପାଖରେ ଆସନ ଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁହାଯାଉଛି ଯେ, ଅପରାଜିତା ଷଡଙ୍ଗୀ କଣ ଦଳିୟ ଶୃଙ୍ଖଳା ଉପରେ କି ? ସେ କଣ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକୁ ବେଖାତିର କରିପାରିବେ କି ? ତେବେ କଣ ପାଇଁ ସେ ବିଦ୍ୟୁତଙ୍କୁ ପ୍ରଶୟ ଦେଲେ ସେ ନେଇ ଖୋର୍ଦ୍ଧା ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଚାଲିଛି।

ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026
Latest News

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.