Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ ତମ ଜୟନ୍ତୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ
ରାଜ୍ୟ ଖବର

ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ ତମ ଜୟନ୍ତୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ

September 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ ତମ ଜୟନ୍ତୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ

ଭୁବନେଶ୍ବର: ଆଜି ଜୟଦେବ ଭବନ ଠାରେ ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥି ସହିତ “ଆତ୍ମନିର୍ଭର ଭାରତରୁ ବିକଶିତ ଭାରତ : ଭୁଦାନ ଆନ୍ଦୋଳନ ର ଅବଦାନ” ବିଷୟ ସମ୍ପର୍କିତ ଜାତୀୟ ସ୍ତରର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ବିନୋବା ସେବା ପ୍ରତିଷ୍ଠାନ ର ସାଧାରଣ ସମ୍ପାଦକ ଶ୍ରୀ ମନୋଜ ଜେନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠୱାଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିନୋବା ଭାବେଙ୍କ ସ୍ମୃତି ଚାରଣ କରି କହିଲେ ସମାଜର ସମସ୍ତ ଜନସାଧାରଣ ଆତ୍ମନିର୍ଭାର ହେଲେ ହିଁ ସାମଗ୍ରିକ ବିକାଶ ହୋଇ ପାରିବ।

ସମ୍ମାନିତ ଅତିଥି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ଯୋଗ ଦେଇ ଆମେ କେବଳ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କିଛିକାଂଶରେ ଆତ୍ମନିର୍ଭର ହୋଇଛେ। ଯଦି ବଜେଟର 70 % ରୁ ଉର୍ଦ୍ଧ ଋଣ ରେ ଆସୁଛି ତେବେ ଦେଶ ଆତ୍ମନିର୍ଭର ହେବାକୁ କେତେ ଶହ ବର୍ଷ ଲାଗିବ ବୋଲି ପ୍ରଶ୍ନ କରିଥିଲେ। ନୂଆଦିଲ୍ଲୀ ର ଜାତୀୟ ହରିଜନ ସେବକ ସଙ୍ଘର ସଭାପତି ଶ୍ରୀ ଶଙ୍କର ସନ୍ୟାଲ କହିଲେ କି ଗାନ୍ଧୀଙ୍କ ପରମ ଶିଷ୍ୟ ବା ଦ୍ଵିତୀୟ ଗାନ୍ଧୀ ବିନୋଭା ଭାବେ ଯେଉଁ ସେବା ଗ୍ରାମ ପ୍ରତିଷ୍ଠା କରିଛନ୍ତି ତାକୁ ଯାଇ ପରିଦର୍ଶନ କଲେ ଓ ସେଠିକାର ନୀତି ନିୟମ କୁ ଜୀବନରେ କାର୍ଯ୍ୟକାରୀ କଲେ ନିଜେ ଆତ୍ମାନିର୍ଭର ହେବା ସହିତ ସମାଜକୁ ତାର ବାର୍ତ୍ତା ଦେଇପାରିବ।

ଲୋକ ସେବକ ମଣ୍ଡଳର ଉପାଧକ୍ଷ ଶ୍ରୀ ଦୀପକ ମାଲବ୍ୟ ପ୍ରତ୍ୟେକ ମଣିଷ ସମାଜରୁ ସବୁକିଛି ପାଉଛି ତେଣୁ ଜୀବନରେ ସମାଜକୁ କିଛି ଅବଦାନ ଦେବା ଉଚିତ l ଅନ୍ତତଃ ସାଧାରଣ ଜନ୍ମଦିନ ପାଳନ ସମୟରେ ଅତି କମ ରେ ଦୁଇଜଣଙ୍କୁ ଖାଦ୍ୟ କିମ୍ବା ଉପହାର ଦେଇ ତାଙ୍କ ମୁହଁରେ କିଛି ସମୟ ପାଇଁ ଖୁସି ଆଣି ପାରିଲେ ଗାନ୍ଧୀ, ବିନୋଭା ଓ ଗୋପବନ୍ଧୁଙ୍କ ଆଦର୍ଶ ବଂଚିବା ସହିତ ଆତ୍ମାନିର୍ଭରର ବାର୍ତ୍ତାର କାର୍ଯ୍ୟକାରୀ ହେବ ବୋଲି କହିଥିଲେ।

ଶେଖ ଅବଦୁଲ ୱାଲୀ ମଞ୍ଚରେ ଉପସ୍ଥିତ ଥିଲେ। ମହିଳା ଅଧିକାର ଅଭିଯାନ ଅଧକ୍ଷା ଡ଼ଃ ରୀନା ରାଉତରାୟ ସଭା ସଞ୍ଚlଳନ କରିଥିଲେ। ଆମ୍ବେଦକର ଇଣ୍ଟେରନେସାନଲ ର ସଭାପତି କାଳିଚରଣ ସିଂହ ଧନ୍ୟବାଦ ଦେଇଥିଲେ। ପ୍ରସନ୍ନ ବିଷୋୟୀ, ବିଷ୍ନୁପ୍ରିୟା ମିଶ୍ର, ବୃନ୍ଦାବନ ମିଶ୍ର, ରାଜକିରଣ ପାଣିଗ୍ରାହୀ ଆଦି ଙ୍କୁ ସର୍ବୋଦୟ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। କଳାକାର ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା

ଆଚାର୍ଯ୍ୟ ବିନୋବା ଭାବେ
Share. Facebook Twitter LinkedIn Email WhatsApp Copy Link

Related Posts

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026

ମା’ ଗଡ଼ଚଣ୍ଡୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା

October 11, 2026
Latest News

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026

ମା’ ଗଡ଼ଚଣ୍ଡୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା

October 11, 2026

ବନ ବିଭାଗ ଚଢ଼ାଉ: ୧୧୩୦ଟି ବଜ୍ରକାପ୍ତା କାତି ଜବତ, ୩ ଗିରଫ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.