Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଭୁବନେଶ୍ୱରଠାରେ ନ୍ୟାୟିକ ଅଦାଲତ ପରିସରକୁ ଉଦଘାଟନ କଲେ ରାଷ୍ଟ୍ରପତି
ରାଜ୍ୟ ଖବର

ଭୁବନେଶ୍ୱରଠାରେ ନ୍ୟାୟିକ ଅଦାଲତ ପରିସରକୁ ଉଦଘାଟନ କଲେ ରାଷ୍ଟ୍ରପତି

December 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ଭୁବନେଶ୍ୱରଠାରେ ନୂତନ ନ୍ୟାୟିକ ଅଦାଲତ ପରିସରକୁ ଉଦଘାଟନ କରିଛନ୍ତି।

ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଠିକ୍ ସମୟରେ ନ୍ୟାୟ ନମିଳିବା ଅନ୍ୟାୟ ସହିତ ସମାନ। ବିଚାର ପ୍ରକ୍ରିୟା ସ୍ଥଗିତ ରଖାଯିବା ସଂସ୍କୃତି ଯୋଗୁଁ ଗରିବମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ବାରମ୍ବାର ଅଦାଲତକୁ ଆସିବା ପାଇଁ ସେମାନଙ୍କ ପାଖରେ ଅର୍ଥ କିମ୍ବା ମାନବ ସମ୍ବଳ ନାହିଁ। ସମସ୍ତ ଅଂଶୀଦାରମାନେ ସାଧାରଣ ଲୋକଙ୍କ ସ୍ୱାର୍ଥରେ ସ୍ଥଗିତ ରଖାଯିବାର ସଂସ୍କୃତିକୁ ଏଡ଼ାଇବା ପାଇଁ ଏକ ଉପାୟ ଖୋଜିବା ପାଇଁ ପ୍ରାଥମିକତା ଦେବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଭାଷା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରତିବନ୍ଧକ। ଓକିଲ ସେମାନଙ୍କ ସପକ୍ଷରେ କ’ଣ ଯୁକ୍ତି କରୁଛନ୍ତି କିମ୍ବା ବିଚାରପତି କ’ଣ ରାୟ ଦେଉଛନ୍ତି ତାହା ସେମାନେ ବୁଝିପାରନ୍ତି ନାହିଁ । ନ୍ୟାୟାଳୟଙ୍କ ରାୟଗୁଡ଼ିକ ବର୍ତ୍ତମାନ ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ଅନୁବାଦ କରାଯାଉଛି ଏବଂ ଏହି ଅନୁବାଦିତ ରାୟଗୁଡ଼ିକ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟର ୱେବସାଇଟରେ ଉପଲବ୍ଧ ବୋଲି ଜାଣି ରାଷ୍ଟ୍ରପତି ଖୁସି ହୋଇଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ଆଜି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି। ଅନ୍ୟ କ୍ଷେତ୍ର ଭଳି ନ୍ୟାୟପାଳିକାରେ ମଧ୍ୟ ମହିଳାଙ୍କ ଭାଗିଦାରୀ ବଢ଼ୁଛି। ବର୍ତ୍ତମାନ ଓଡ଼ିଶା ନ୍ୟାୟିକ ସେବାରେ ୪୮ ପ୍ରତିଶତ ମହିଳା ଅଧିକାରୀ ରହିଥିବା ସେ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ମହିଳା ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ରାଷ୍ଟ୍ରପତି ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ସାଧାରଣ ନାଗରିକମାନେ କିପରି ବିନା ଭୟରେ ନ୍ୟାୟିକ ବ୍ୟବସ୍ଥା ସହିତ ଯୋଗାଯୋଗ କରିପାରିବେ ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଅଧିକାଂଶ ସମୟରେ ଲୋକମାନେ ଓକିଲ ଓ ବିଚାରପତିଙ୍କ ସମ୍ମୁଖରେ ଭୟଭୀତ ହୋଇଯାଆନ୍ତି । ଅଦାଲତରେ ଏକ ସମ୍ବେଦନଶୀଳ ବାତାବରଣ ରହିବା ଜରୁରୀ ଯାହାଦ୍ୱାରା ସେମାନେ ମୁକ୍ତ ଭାବରେ ନିଜକୁ ପ୍ରକାଶ କରିପାରିବେ ।

ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂତନ ଅଦାଲତ ପରିସରକୁ ଡିଜାଇନ୍ କରାଯାଇଥିବା ଦର୍ଶାଇ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ, ଏଥିରେ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । କୋର୍ଟ ପରିସରରେ ଆଧୁନିକ ସୁବିଧା ନ୍ୟାୟିକ କ୍ଷେତ୍ରରେ ସୁରୁଖୁରୁରେ କାମ କରିବାରେ  ସହାୟକ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଦ୍ରୌପଦୀ ମୁର୍ମୁ ନ୍ୟାୟିକ ଅଦାଲତ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Latest News

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.