Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ, ନିଆଗଲା ଏହି ନିଷ୍ପତି
ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ, ନିଆଗଲା ଏହି ନିଷ୍ପତି

December 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ  ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଗତ ମଙ୍ଗଳବାର ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ପୂର୍ବକ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସବୁକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ  ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ବୈଠକରେ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ବିଶେଷ କରି ସାଧାରଣ ଲୋକମାନଙ୍କ ଜୀବନଯାପନରେ ଅତ୍ୟାବଶ୍ୟକ ରହୁଥିବା ବିଭିନ୍ନ ବିଭାଗ ଦ୍ୱାରା ସେବା ପ୍ରଦାନ ବ୍ୟବସ୍ଥାକୁ କିପରି କାର୍ଯ୍ୟକାରୀ କରାଯାଉଛି, ସେ ସଂପର୍କରେ ସୁନିଶ୍ଚିତ କରିବାକୁ ବିଭାଗୀୟ ସଚିବମାନଙ୍କୁ ସାପ୍ତାହିକ ସମୀକ୍ଷା ପାଇଁ ପରାମର୍ଶ ଦିଆଯାଇଥିଲା ।ସେହିପରି

ଆଇ-ଜିଓଟି (ଇଣ୍ଟିଗ୍ରେଟେଡ୍‌ ଗଭର୍ଣ୍ଣାନ୍‌ସ୍‌ ଅନ୍‌ଲାଇନ ଟ୍ରେନିଂ) ପ୍ଲାଟଫର୍ମରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶତ ପ୍ରତିଶତ ଅନ୍ତର୍ଭୁକ୍ତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହା କର୍ମଚାରୀମାନଙ୍କୁ ଅନ୍‌ଲାଇନ୍‌ ପ୍ରଶିକ୍ଷଣ ସୁବିଧା ପ୍ରଦାନ  ସଙ୍ଗେ ସଙ୍ଗେ ସେମାନଙ୍କର ଦକ୍ଷତା ବୃଦ୍ଧି,  ବ୍ୟବହାରିକ ଆବଶ୍ୟକ ପରିବର୍ତ୍ତନ ଓ ଜ୍ଞାନ କୌଶଳର ଉପଯୋଗ ନିମନ୍ତେ ଅଧିକ ସହାୟକ ହେବ। ୧୫ ଡିସେମ୍ବର ସୁଦ୍ଧା ୨ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀମାନଙ୍କର ତଥ୍ୟ ଆଇ-ଜିଓଟି ପ୍ଲାଟଫର୍ମରେ ପଂଜୀକରଣ କରାଯାଇଛି ଏବଂ ଏହି ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଉଥିବା ଜଣାଯାଇଛି।

ଏଥି ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଥିବା ‘ଜଳଜୀବନ ମିଶନ’ର କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଓ ଆସନ୍ତା ବର୍ଷ ମଧ୍ୟରେ ଖାଲି ହେବାକୁ ଥିବା ପଦବୀର ତଥ୍ୟ ପୁନଃ ଅନୁଧ୍ୟାନ କରି ପଦବୀ ପୂରଣ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମସ୍ତ ବିଭାଗ ତଥା ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପରିଚାଳିତ ସିଏମ୍‌ଜିଆଇ(ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ) ତରଫରୁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ଏବଂ ‘ଉତ୍କର୍ଷ ଓଡ଼ିଶା’ ପରିପ୍ରେକ୍ଷୀରେ ପ୍ରସ୍ତୁତି କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା।

ଖୁବ୍‌ଶୀଘ୍ର ‘ବିକଶିତ ଓଡ଼ିଶା-୨୦୩୬’ ତଥା ‘ବିକଶିତ ଭାରତ-୨୦୪୭’ ପାଇଁ ‘ଭିଜନ ଡକ୍ୟୁମେଣ୍ଟ’ ପ୍ରକାଶ ପାଇବାକୁ ଥିବାରୁ ଏଥିରେ ସ୍ଥାନିତ ହେବାକୁ ଥିବା ବିଭିନ୍ନ ବିଷୟର ଡ୍ରାଫ୍‌ଟ୍‌ ଯଥାଶୀଘ୍ର ଶେଷ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ଆଗାମୀ ୨୦୨୫-୨୬ ବଜେଟ ପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଥିଲା।

ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥି ଭାଥନନଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ। 

manoj ahuja ମନୋଜ ଆହୁଜା ସଚିବ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ଧାରଣାରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

February 18, 2026

“ରାହୁଲ ଗାନ୍ଧୀ ଭାରତ ବିରୋଧୀ ଶକ୍ତି ସହିତ ଜଡିତ…”: କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କିରେନ ରିଜି

February 18, 2026

ଖଡାସିଙ୍ଗ୍ ରେଳଧାରଣାରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

February 18, 2026

ଓଡିଶା ସମେତ ୧୦ଟି ରାଜ୍ୟ ପାଇଁ ରାଜ୍ୟସଭା ନିର୍ବାଚନ: ଘୋଷଣା ହେଲା ତାରିଖ

February 18, 2026
Latest News

ହରିଦ୍ୱାର କୋର୍ଟକୁ ବୋମା ଧମକ: ସୁରକ୍ଷା ଏଜେନ୍ସିଗୁଡ଼ିକର ତଦନ୍ତ ଜାରି

February 18, 2026

ଆଇସିସି ରାଙ୍କିଙ୍ଗରେ ଶୀର୍ଷ ୧୦ରେ ପହଞ୍ଚିଲେ ଇଶାନ କିଶନ: ଜାଣନ୍ତୁ ଅଭିଷେକ ଶର୍ମାଙ୍କ ସ୍ଥାନ

February 18, 2026

ରେଳ ଧାରଣାରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

February 18, 2026

“ରାହୁଲ ଗାନ୍ଧୀ ଭାରତ ବିରୋଧୀ ଶକ୍ତି ସହିତ ଜଡିତ…”: କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କିରେନ ରିଜି

February 18, 2026

ଖଡାସିଙ୍ଗ୍ ରେଳଧାରଣାରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.