Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଓଡିଆ ଚଳଚିତ୍ର “ଶିମଲୀ” ର ଫାଷ୍ଟଲୁକ୍ ଓ ଅଡିଓ ଲୋକାର୍ପଣ
ରାଜ୍ୟ ଖବର

ଓଡିଆ ଚଳଚିତ୍ର “ଶିମଲୀ” ର ଫାଷ୍ଟଲୁକ୍ ଓ ଅଡିଓ ଲୋକାର୍ପଣ

February 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଚଳଚିତ୍ର "ଶିମଲୀ" ର ଫାଷ୍ଟଲୁକ୍ ଓ ଅଡିଓ ଲୋକାର୍ପଣ

ଭୁବନେଶ୍ବର: ଏମ କେ.ଆର୍ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ‘ଶିମଲୀ’ ଆସନ୍ତା ମାର୍ଚ୍ଚ ୧୪ରେ ମୁକ୍ତିଲାଭ କରିବା ପାଇଁ ଘୋଷଣା ହୋଇସାରିଥିବା ବେଳେ ଭୁବନେଶ୍ୱର ପ୍ରେସ୍ କ୍ଳବ୍ ଠାରେ ଏହାର ଫାଷ୍ଟ ଲୁକ୍ ଓ ଅଡିଓ ଲୋକାର୍ପଣ ହୋଇଛି l ଏହି ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବନ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ, ବାଙ୍ଗିରିପୋଷି ବିଧାୟକ ସଞ୍ଜଳି ମୁର୍ମୁ, ସରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ଭାରତୀୟ ରକ୍ଷା ମନ୍ତ୍ରଣାଳୟ ତଥା ଆଡ଼ଭୋକେଟ ସଂଜୀବ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ l

ତେବେ ୟୁ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ଶ୍ରୀମତୀ ସ୍ମିତା ରାଉତ ନେଇଛନ୍ତି ଏବଂ ପରେଶ ଚନ୍ଦ୍ର ମହାନ୍ତ ଏହାର ସହ-ପ୍ରଯୋଜନା କରିଛନ୍ତି । ଓଲିଉଡ଼ର ସୁପରିଚିତ ଏଡିଟର୍ ସୁକୁମାର ମଣି ‘ଶିମଲୀ’ ଜରିଆରେ ନିର୍ଦ୍ଦେଶକ ଭାବେ ଓଲିଉଡ଼ରେ ପାଦ ରଖିଛନ୍ତି।

ଓଲିଉଡ ଏଇ କିଛି ବର୍ଷ ହେବ ଚିରାଚରିତ ଫ୍ୟାମିଲି ଡ୍ରାମାରୁ ବାହାରି ଅନେକ ମୌଳିକ କାହାଣୀ ଆଧାରିତ ଚଳଚ୍ଚିତ୍ର ନିର୍ମାଣ କରିଆସୁଛି l ସେହି ଭଳି ଏକ ଭିନ୍ନ କଥାବସ୍ତୁକୁ ନେଇ ଶିମିଳିପାଳ ଜଙ୍ଗଲର ନିତିଦିନିଆ ଘଟଣା ଉପରେ “ଶିମଲୀ” କଥାବସ୍ତୁ ଆଧାରିତ। ହାତୀଦାନ୍ତ ଓ ବାଘଛାଲ ଚୋରାଚାଲାଣ, ବନରକ୍ଷୀଙ୍କୁ ଆକ୍ରମଣ ଭଳି ଅପରାଧର କାହାଣୀ ରହିଛି ‘ଶିମଲୀ’ ଚଳଚ୍ଚିତ୍ର ରେ। ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ ଦେଇ ନିର୍ମାଣ ହୋଇଛି ଶିମଲୀ l

ବର୍ତ୍ତମାନର ଚୁଲବୁଲି ନାୟିକା ସୂର୍ଯ୍ୟମୟୀ ମହାପାତ୍ର, ମନୋଜ ରାଉତ, ଲିପିକା ସେନାପତି, ଅନୁପ ଶାହା ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ।
ସ୍ମିତା ରାଉତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର। ବାଚୁ ମୁଖାର୍ଜୀ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅରୁଣ ମନ୍ତ୍ରୀ, ଡକ୍ଟର ନିର୍ମଳ ନାୟକ ଓ ଭାବବିନୋଦ ମହାପାତ୍ର ଗୀତ ରଚନା କରିଛନ୍ତି ।

ଏଥିରେ ଚାରିଟି ଗୀତ ରହିଛି। ଧ୍ରୁବାନନ୍ଦ ପଣ୍ଡା ଶିମଲୀ ର ସିନେମାଟୋଗ୍ରାଫର୍ ଅଛନ୍ତି। ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି। ମାର୍ଚ୍ଚ ୧୪ ରେ ମୁକ୍ତିଲାଭ କରିବାକୁ ଯାଉଥିବା ଶିମଲୀ ଉପରେ ଦର୍ଶକଙ୍କର ଅନେକ ଆଶା ଓ ଉନ୍ମାଦନା ରହିଛି।

ଓଡିଆ ଚଳଚିତ୍ର ଚଳଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଡିଇପିଏମ୍ଓଏସ୍ ପ୍ରକଳ୍ପ ପାଇଁ ଏନ୍ଆଇସି-ଓଡ଼ିଶା ପୁରସ୍କୃତ

January 17, 2026

ଆଜି ଜାନୁୟାରୀ ୧୭ ତାରିଖ ଶନିବାରରେ ଆଠଟି ରାଶି ମଧ୍ୟାହ୍ନ ବେଳେ ପାଇବେ ଶୁଭ ଖବର

January 17, 2026

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

January 16, 2026

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

January 16, 2026
Latest News

ଡିଇପିଏମ୍ଓଏସ୍ ପ୍ରକଳ୍ପ ପାଇଁ ଏନ୍ଆଇସି-ଓଡ଼ିଶା ପୁରସ୍କୃତ

January 17, 2026

ଆଜି ଜାନୁୟାରୀ ୧୭ ତାରିଖ ଶନିବାରରେ ଆଠଟି ରାଶି ମଧ୍ୟାହ୍ନ ବେଳେ ପାଇବେ ଶୁଭ ଖବର

January 17, 2026

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

January 16, 2026

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

January 16, 2026

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.