
ଭୁବନେଶ୍ବର: ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ କୁଆଡେ ରାଜ୍ୟ ସଭାପତି ଚୟନ ବୋଲି ଜଣାପଡିଛି। ନଡ୍ଡା ଆସନ୍ତା ଏପ୍ରିଲ 12 ତାରିଖରେ ଆସିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ।
ଓଡିଶା ବିଜେପି ସଭାପତି କିଏ ହେବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇପାରୁ ନାହିଁ। ଜାନୁୟାରୀ, ଫେବୃୟାରୀ ଘୋଷଣା ହେବା ବୋଲି ବାରମ୍ବାର ଓଡିଶା ପ୍ରଭାରୀ ବିଜୟ ସିଂ ତୋମାର କହି ଆସୁଛନ୍ତି। ହେଲେ ଘୋଷଣା ହୋଇପାରୁ ନାହିଁ। ତେବେ ଏପ୍ରିଲରେ ପଣା ସଂକ୍ରାନ୍ତି ପରେ ବିଜେପି ସଭାପତିଙ୍କ ନାମ ଘୋଷଣା ହେବ ବୋଲି ଜଣାପଡିଛି।