Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆସନ୍ତାକାଲି କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲାସ୍ତରରେ ଅଖୁମୁଠି ଶୁଭାରମ୍ଭ ଓ କୃଷକ ସମାବେଶ
ରାଜ୍ୟ ଖବର

ଆସନ୍ତାକାଲି କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲାସ୍ତରରେ ଅଖୁମୁଠି ଶୁଭାରମ୍ଭ ଓ କୃଷକ ସମାବେଶ

April 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bhakta
ଆସନ୍ତାକାଲି କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲାସ୍ତରରେ ଅଖୁମୁଠି ଶୁଭାରମ୍ଭ ଓ କୃଷକ ସମାବେଶ

ଭୁବନେଶ୍ୱର: ରାଜ୍ୟର ପ୍ରଗତି କୃଷି ବିକାଶ ଉପରେ ନିର୍ଭରଶୀଳ। କୃଷି ଆମ ରାଜ୍ୟବାସୀଙ୍କ ମୁଖ୍ୟ ଜିବୀକା । କୃଷି କାର୍ଯ୍ୟ ଓ କୃଷକ ସମାଜ ପ୍ରତି ସର୍ବଦା ସମ୍ମାନ ପ୍ରଦର୍ଶନ କରିବା ସମସ୍ତଙ୍କର ନୈତିକ ଦାୟିତ୍ଵ ଓ କର୍ତ୍ତବ୍ୟ । କୃଷକ ହେଲେ ଆମର ଅନ୍ନଦାତା ଓ ଚିର ନମସ୍ୟ। ମାଟି ଆମ ଫସଲ ଉତ୍ପାଦନର ମୁଖ୍ୟ ଆଧାର। ବାର୍ଷିକ କୃଷିକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୃଷକ ମାଟି ମାଆର କରୁଣା ଭିକ୍ଷା କରିଥାଏ।

ତେଣୁ ଅକ୍ଷୟ ତୃତୀୟା କୃଷି କାର୍ଯ୍ୟର ଆଦ୍ୟ ପର୍ବ । ସର୍ବ ପ୍ରଥମେ ଭାରତବର୍ଷର ପ୍ରଥମ ରାଜ୍ୟ ଓଡ଼ିଶାରେ ୧୯୯୬ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ପବିତ୍ର ଅକ୍ଷୟ ତୃତୀୟା ଦିବସକୁ ସରକାରୀସ୍ତରରେ ପାଳନ କରାଯିବା ସହିତ ପ୍ରଥମ କରି ନୂତନ କୃଷିନୀତି ପ୍ରଣୟନ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ରାଜ୍ୟରେ ଥ‌ିବା ବିଜେଡ଼ି ଓ ପରବର୍ତ୍ତୀ ବିଜେପି ସରକାରର ଗତ ୨୫ ବର୍ଷ ଶାସନରେ କ୍ରମାଗତ ଭାବେ କୃଷି ଭିତ୍ତିଭୂମି ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି।

ଫଳରେ ଆବଶ୍ୟକ ବିହନଠାରୁ ଆରମ୍ଭ କରି ଓଡ଼ିଶା ଧାନ ବ୍ୟତୀତ ଅଣଧାନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିନାହିଁ। ଚାଷ ପ୍ରତି ଚାଷୀ ଅନାଗ୍ରହ । ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ପଡ଼ିଆ ପଡ଼ିବା ସହିତ ରାଜ୍ୟର ଲକ୍ଷ ଲକ୍ଷ ଲୋକ ବେସାହାରା ହୋଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଏଣୁ ରାଜ୍ୟରେ ଚାଷୀର ହକ୍ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ଯକ୍ଷ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

କଂଗ୍ରେସ ନ୍ୟାୟପଥରେ ଯାଇ ସଂକଳ୍ପ, ସଂଘର୍ଷ ଓ ସମର୍ପଣ ଦ୍ବାରା ଚାଷୀସମାଜର ସାମଗ୍ରୀକ ବିକାଶ କରିବା କ୍ଷେତ୍ରରେ ସମସ୍ତେ ଅଙ୍ଗିକାରବଦ୍ଧ ହେବା ଉଚିତ୍। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ପ୍ରତି ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଅଖୁମୁଠି ଅନୁକୂଳ ଓ କୃଷକ ସମାବେଶ ଆୟୋଜନ କରାଯାଉଛି।

ସେହିପରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର ବ୍ଳକ ଅନ୍ତର୍ଗତ ଟିକରପଡ଼ା ଗ୍ରାମ ପଞ୍ଚାୟତର କଲ୍ୟାଣପୁରଠାରେ ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଓ ବହୁ ବରିଷ୍ଠ ନେତୃବୃନ୍ଦ ସମ୍ମାନୀତ ଅତିଥି ରୂପେ ଯୋଗଦେଇ କ୍ଷେତରେ ଭୂମିପୂଜା କରିବା ସହ ଅଖୁମୁଠି ଶୁଭାରମ୍ଭ କରିବେ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ଅକ୍ଷୟତୃତୀୟା ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026

30 Years of Nifty50: ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

March 11, 2026

ପ୍ରଥମ ଦିନିକିଆରେ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ: ମାତ୍ର ୧୬ ଓଭରରେ ଜିତିଲା ବାଂଲାଦେଶ

March 11, 2026

ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆ ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଲେ ଏହି ପଦକ୍ଷେପ

March 11, 2026
Latest News

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026

30 Years of Nifty50: ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

March 11, 2026

ପ୍ରଥମ ଦିନିକିଆରେ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ: ମାତ୍ର ୧୬ ଓଭରରେ ଜିତିଲା ବାଂଲାଦେଶ

March 11, 2026

ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆ ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଲେ ଏହି ପଦକ୍ଷେପ

March 11, 2026

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.