ପାର୍ଟ ପ୍ଲଟ ବିକ୍ରି ପାଇଁ ମିଳିଲା ଅନୁମତି, ଖୁବ ଶିଘ୍ର ଫ୍ଲାଟ ବିକ୍ରି ପାଇଁ ଖୋଲିବ ବାଟ

Published: Jun 11, 2025, 7:01 pm IST
ପାର୍ଟ ପ୍ଲଟ ବିକ୍ରି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ସେହି ଅନୁସାରେ ଏଣିକି ପାର୍ଟ ପ୍ଲଟ ବିକ୍ରି କରିପାରିବେ। ପୂର୍ବରୁ ଏହି ବିକ୍ରି ବନ୍ଦ କରିଦିଆଯାଇଥିଲା। ହେଲେ ବହୁ ଘଣ୍ଟାଚକଟା ପରେ ଏବେ ରାଜସ୍ବ ବିଭାଗ ଏହି ନିଷ୍ପତି ଗ୍ରହଣ କରିଛି। ଯେଉଁମାନେ ପାର୍ଟ ପ୍ଲଟ ବିକ୍ରି କରିବା ପାଇଁ ଚାହୁଛନ୍ତି ସେମାନେ ଏବେ ଆବେଦନ କରି ବିକ୍ରି କରିପାରିବେ।

ତେବେ ବର୍ତ୍ତମାନ ୫ ହଜାର ୨୦୦ ସ୍କୋୟାର ଫୁଟ୍ ପାର୍ଟ ପ୍ଲଟ ବିକିବା ପାଇଁ ଅନୁମତି ଦିଆଯାଇଛି। ପ୍ଲଟିଂ କରି ବିକୁଥିଲେ ଲେଆଉଟ ପ୍ରସ୍ତୁତ କରିବାକୁ ପଡ଼ିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, ପାର୍କିଂ, ଖାଲି ସ୍ଥାନ ପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ରଖିଲେ ଆଉଟ କରି ବିଡିଏ କିମ୍ବା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ।ତେବେ ଏ ନେଇ ଖୁବ ଶିଘ୍ର ଗେଜେଟ ନୋଟିଫିକେସନ କରାଯିବ। ଏହାପରେ ବିକ୍ରି ଆରମ୍ଭ ହେବ।

ଦୀର୍ଘ ବର୍ଷ ଧରି ପାର୍ଟ ପ୍ଲଟ ହେଉ କିମ୍ବା ସବ ପ୍ଲଟ, ସେହିପରି ଫ୍ଲାଟ ବା ଘର ବିକ୍ରି ପାଇଁ କଟକଣା ଲାଗୁ ରହିଛି। ଫଳରେ ଯେଉଁମାନେ କିଛି ଜରୁରୀ କାର୍ଯ୍ୟ ପାଇଁ ଜମି ବିକ୍ରି କରିବାକୁ ଚାହିଁଲେ ବି ତାହା କରିପାରୁ ନ ଥିଲେ। ବର୍ତ୍ତମାନ ଏହି କଟକଣ ହଟିବା ପରେ ତାହା କିଛି ଅଂଶରେ ଅସ୍ବସ୍ଥି ଦେଇଛି। ଏହାପରେ ଖୁବ ଶିଘ୍ର ଫ୍ଲାଟ ବିକ୍ରିପାଇଁ ବାଟ ଫିଟିବ ବୋଲି ଜଣାପଡିଛି।

Related posts