
ଭୁବନେଶ୍ବର: ବିଏମସି ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଆଜି ଓଏଏସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ। ସେ ସମସ୍ତଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ଘଟଣା ପଛରେ ଯିଏ ଅଛି ତାକୁ ପୋଲିସ ନିଶ୍ଚିତ ଗିରଫ କରିବ। ଯଦି ନ ହୁଏ ତେବେ କୋର୍ଟ ତାଙ୍କୁ ଟାଣିଆଣିବ ବୋଲି ପୂଜାରୀ କହିଛନ୍ତି।
ସେ କହିଛନ୍ତି ଯେ, ଓଏସଏସ ଅଫିସରମାନେ କ୍ବାସି ଜୁଡିସିଆଲ ଅଫିସର। ତାଙ୍କ ପାଖରେ ମାଜିଷ୍ଟ୍ରେଟ ପାୱାର ରହିଛି। ସେମାନେ ଆଇନକାନୁନ ବହୁତ ଭଲ ଭାବରେ ଜାଣନ୍ତି। ତେଣୁ ବିଏମସି ଅଫିସରଙ୍କ ମାଡ ଘଟଣାରେ କେହି ଖସିପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।