ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି ବଳଙ୍ଗା ପିଡିତାଙ୍କ ମୃତ ଦେହ। କଡା ସୁରକ୍ଷା ମଧ୍ୟରେ ତାଙ୍କର ମୃତ ଦେହ ବିମାନ ବନ୍ଦରରୁ ବଳଙ୍ଗା ନିଆଯାଇଛି। ବିମାନ ବନ୍ଦରରେ ତାଙ୍କର ଶେଷ ଦର୍ଶନ କରିଛନ୍ତି ବିଭିନ୍ନ ଦଳର ନେତା। ଉପମୁଖ୍ୟମନ୍ତ୍ରୀ ତଥା ନିମାପଡାର ବିଧାୟିକା ପ୍ରଭାତୀ ପରିଡା ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଏହାପରେ ତାଙ୍କ ମରଶରୀରକୁ ତାଙ୍କ ଗ୍ରାମକୁ ନିଆଯାଇଛି।