Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଧାୟକଙ୍କ ପ୍ୟାଣ୍ଟ ସାର୍ଟ ଚୋରୀ, ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ନେତା କାଡାମ
ରାଜ୍ୟ ଖବର

ବିଧାୟକଙ୍କ ପ୍ୟାଣ୍ଟ ସାର୍ଟ ଚୋରୀ, ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ନେତା କାଡାମ

September 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଧାନସଭାରେ ବିଧାୟକଙ୍କ ପ୍ୟାଣ୍ଟ
ବିଧାନସଭାରେ ବିଧାୟକଙ୍କ ପ୍ୟାଣ୍ଟ ସାର୍ଟ ଚୋରୀ, ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ନେତା କାଡାମ

ଭୁବନେଶ୍ବର:- ଗତ ବିଧାନସଭା ଅଧିବେଶନ ଚାଲିଥିବାବେଳେ ନାରୀ ନିର୍ଯ୍ୟାତନା ବୃଦ୍ଧି ସଂପର୍କରେ କଂଗ୍ରେସ ବିଧାୟକମାନେ ଏକ ବିଧାନସଭା ତଦନ୍ତ କମିଟି ଗଠନ ଦାବି କରିବାକୁ ନେଇ ବିଧାନସଭାରୁ ନିଲମ୍ବିତ ହୋଇଥିଲେ। ନିଲମ୍ବିତ ହୋଇଥିବା ବିଧାୟକମାନେ ତା ୨୬.୯.୨୫ ରିଖରେ ୨ଟା ୩୦ ମିନିଟ ସମୟରେ ପବିତ୍ର ବିଧାନସଭା ଗୃହ ମଧ୍ୟକୁ ପ୍ରବେଶ କରିବାବେଳେ ବିଧାନସଭାର ସୁରକ୍ଷା କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ।

ସେହି ସମୟରେ କିଛି ଅସାମାଜିକ ବ୍ୟକ୍ତି ବିଧାୟକମାନଙ୍କ ଘଣ୍ଟା, ସୁନା ଚେନ ଓ ବ୍ୟାଗରେ ଥିବା କିଛି ଗୁରୁତ୍ବପୂର୍ଣ କାଗଜପତ୍ର ସହ ପ୍ୟାଣ୍ଟ ସାର୍ଟ ମଧ୍ୟ ଚୋରି କରିନେଇଥିବା ଅଭିଯୋଗ ବାଚସ୍ପତିଙ୍କ ନିକଟରେ ସେତେବେଳେ କରାଯାଇଥିଲା। ଆଜି ମୌସୁମୀ ବିଧାନସଭା ଆରମ୍ଭ ହୋଇଥିବା ବେଳେ ଗତ ବିଧାନସଭା ଅଧିବେଶନରେ ଚୋରି ହୋଇଥିବା ଜିନିଷ ପାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପୁନଶ୍ଚ ବାଚସ୍ପତିଙ୍କୁ ଆଜି ପତ୍ର ଲେଖିଛନ୍ତି।

ଚିଠିରେ ସେ ଊଲ୍ଲେଖ କରିଛନ୍ତି ଯେ ଚୋରି ହୋଇଥିବା ଜିନିଷ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ କିମ୍ବା ସେ ସଂପର୍କରେ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେଣୁ ଚୋରି ହୋଇଥିବା ଜିନିଷ ପତ୍ରର ତୁରନ୍ତ ଊଦ୍ଧାର ପାଇଁ ଊଚିତ ପଦକ୍ଷେପ ନେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କଂଗ୍ରେସ ବିଧାୟକ ବିଧାନସଭାରେ ଚୋରୀ ବିଧାୟକଙ୍କ ପ୍ୟାଣ୍ଟ ସାର୍ଟ ଚୋରୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ନାବାଳିକାଙ୍କୁ ଯୌନ ଶୋଷଣ ମାମଲା’: ଅଭିଯୁକ୍ତଙ୍କୁ ୨୧ ବର୍ଷ ଲେଖାଏଁ କଠୋର କାରାଦଣ୍ଡାଦେଶ

February 17, 2026

ରେକର୍ଡ ଉଚ୍ଚତା ଛୁଇଁବା ପରେ ବଡ଼ ହ୍ରାସ: ଖୁବ୍ ଶୀଘ୍ର ୧ ଲକ୍ଷ ତଳକୁ ଖସିଯିବ କି ସୁନା ମୂଲ୍ୟ?

February 17, 2026

ଇଣ୍ଡୋନେସିଆକୁ ଶସ୍ତା ଏବଂ ଭାରତକୁ ମହଙ୍ଗା ରାଫେଲ ବିକ୍ରି କରୁଛି ଫ୍ରାନ୍ସ: ଜାଣନ୍ତୁ କାରଣ

February 17, 2026

‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

February 17, 2026
Latest News

‘ନାବାଳିକାଙ୍କୁ ଯୌନ ଶୋଷଣ ମାମଲା’: ଅଭିଯୁକ୍ତଙ୍କୁ ୨୧ ବର୍ଷ ଲେଖାଏଁ କଠୋର କାରାଦଣ୍ଡାଦେଶ

February 17, 2026

ରେକର୍ଡ ଉଚ୍ଚତା ଛୁଇଁବା ପରେ ବଡ଼ ହ୍ରାସ: ଖୁବ୍ ଶୀଘ୍ର ୧ ଲକ୍ଷ ତଳକୁ ଖସିଯିବ କି ସୁନା ମୂଲ୍ୟ?

February 17, 2026

ବନ୍ଧୁତାର ହାତ ବଢାଇଲା ଭାରତ: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଗସ୍ତ ପାଇଁ କଲା ନିମନ୍ତ୍ରଣ

February 17, 2026

ଇଣ୍ଡୋନେସିଆକୁ ଶସ୍ତା ଏବଂ ଭାରତକୁ ମହଙ୍ଗା ରାଫେଲ ବିକ୍ରି କରୁଛି ଫ୍ରାନ୍ସ: ଜାଣନ୍ତୁ କାରଣ

February 17, 2026

ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସୁପର ୮ କୁ ଗଲା ଜିମ୍ବାୱେ, ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ 

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.