Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜ୍ୟରେ ସାର ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ଦେଲେ ଏହି ନିର୍ଦ୍ଦେଶ
ରାଜ୍ୟ ଖବର

ରାଜ୍ୟରେ ସାର ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ଦେଲେ ଏହି ନିର୍ଦ୍ଦେଶ

September 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ସାର ଅଭାବ
ରାଜ୍ୟରେ ସାର ଅଭାବ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କୃଷକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସାରର ଉପଲବ୍ଧତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ  କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ରାଜ୍ୟ  ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ ବି ଖୁରାନିଆ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଏବଂ ମାର୍କଫେଡ଼ କର୍ତ୍ତୃପକ୍ଷଙ୍କ  ଉପସ୍ଥିତିରେ ରାଜ୍ୟରେ ସାର ସ୍ଥିତି ସମୀକ୍ଷା କରାଯାଇଥିଲା। ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

କୃଷି ବିଭାଗ ପ୍ରମୁଖ ଶାସନ ସଚିବ କହିଥିଲେ ଯେ, ରାଜ୍ୟରେ ସାର ଯୋଗାଣ ସ୍ଥିତିରେ ଏବେ ବହୁ ସୁଧାର ଆସିଛି। ରାଜ୍ୟସ୍ତରରେ ସବୁ ଜିଲ୍ଲାକୁ ଆବଶ୍ୟକତା ଅନୁସାରେ ସାର ଉପଲବ୍ଧ ହେବାକୁ  ନିଶ୍ଚିତ କରାଯାଉଛି। ସେହିପରି ଜିଲ୍ଲାସ୍ତରରୁ ତୃଣମୂଳ ସ୍ତରରେ ସାର ଯେପରି  ଯେଉଁଠି ଆବଶ୍ୟକ ରହୁଛି, ତାହା ଜିଲ୍ଲାପାଳମାନେ  ନିୟମିତ ସମୀକ୍ଷା କରି ନିଶ୍ଚିତ କରୁଛନ୍ତି।

କୃଷି ଋତୁ ଆରମ୍ଭରୁ ରାଜ୍ୟ ପାଇଁ ୧୦ ଲକ୍ଷ ମେଟ୍ରିକ୍ ଟନ ସାର ଆବଶ୍ୟକତା ପ୍ରସ୍ତାବ ଥିବା ବେଳେ  ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ରାଜ୍ୟକୁ  ୧୧ ଲକ୍ଷ  ୯୮  ହଜାର  ୫୭୨  ମେଟ୍ରିକ୍ ଟନ୍ ଉପଲବ୍ଧ ହୋଇଛି । ଆଜି ୮ ,୯୨୧ ମେଟ୍ରିକ୍ ଟନ ୟୁରିଆ  ରେଳ ଓ ସଡ଼କ ପଥରେ ଆସିବା ପାଇଁ ରେକ୍ ପ୍ଲାନ ଟ୍ରାନଜିଟ୍ ରେ  ରହିଥିବା ବେଳେ ସେପ୍ଚେମ୍ବର ମାସରେ ଆଉ ୩୦,୯୦୦ ମେଟ୍ରିକ୍ ଟନ ୟୁରିଆ ପାଇଁ  ରେକ୍ ପ୍ଲାନ କରାଯାଇଛି, ଯାହାକି  ସାର କମ୍ପାନୀମାନେ ବିଭିନ୍ନ ଜିଲ୍ଲାରେ ପହଁଚାଇବାର ଯୋଜନା ରହିଛି ।

ବେଆଇନ୍ ସାର କଳାବଜାରୀ ଏବଂ ଚୋରା ଚାଲାଣ ବିରୁଦ୍ଧରେ ନିୟମିତ ଚଢଉ ଜାରି ରହିଛି । ଏବଂ ବେଆଇନ୍ ସାର  ମହଜୁଦ୍ ଧରାପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମହଜୁଦ ସାର ଚାଷୀମାନଙ୍କ ଆବଶ୍ୟକତା ଅନୁସାରେ ଦିଆଯାଉଥିବା କୃଷି ସଚିବ ପ୍ରକାଶ କରିଥିଲେ।

ତେବେ ୟୁରିଆ ସାରର ବେଶୀ ଆବଶ୍ୟକତା ସଂପର୍କରେ କୃଷକମାନଙ୍କର ଦାବୀ ରହୁଥିବା  ସମ୍ପର୍କରେ କୃଷି ସଚିବ କହିଛନ୍ତି ଯେ, ଏନପିକେ (ଯବକ୍ଷାରଜାନ, ଫସଫରସ ଏବଂ ପୋଟାସ ସାର) ୪:୨:୧ ବ୍ୟବହାର ହେବା କଥା, ଯାହାକି ଜମିର ଉର୍ବରତା ବଜାୟ ରଖିବା ପାଇଁ ଉପଯୋଗୀ। ତେଣୁ ୟୁରିଆ ସହିତ ଅନ୍ୟ ସାର କ୍ରୟ ଏବଂ ବ୍ୟବହାର କରିବାକୁ ସେ ଜିଲ୍ଲା ଏବଂ ବିଭିନ୍ନ ସ୍ତରରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ସମୀକ୍ଷା କରି  ବେଆଇନ୍ ସାର ମହଜୁଦ ରଖିବା ଏବଂ ଚୋରା ଚାଲାଣ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ବିରୁଦ୍ଧ ସାର ବ୍ୟବସାୟ କରୁଥିଲେ ବା କଳାବଜାରୀଙ୍କ ପ୍ରତି ଶୂନ ସହନଶୀଳତା (ଜିରୋ ଟଲେରାନ୍ସ) ନୀତି ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସାର ଯେଉଁଠି ଅଧିକ ରହିଛି ଏବଂ ଯେଉଁଟି କମ୍ ରହୁଛି, ଆବଶ୍ୟକତାକୁ ଦୃଷ୍ଟି ଦେଇ ଜିଲ୍ଲାପାଳମାନଙ୍କୁ ପୁନଃ ଆବଣ୍ଟନ (ରି-ଆଲୋକେସନ) କରିବାକୁ ପରାମର୍ଶ ଦେଇଛନ୍ତି ।

ଗ୍ରାମ ପଂଚାୟତସ୍ତରରେ ସାର ବଣ୍ଟନର ସୁବ୍ୟବସ୍ଥାକୁ ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁଠି ସାର ଅଭାବ ଜନିତ ସମସ୍ୟା ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ କରାଯାଉଛି, ତାହାର ସତ୍ୟତା ଅନୁସନ୍ଧାନ କରିବା ସହ ତଦନୁସାରେ ସମସ୍ୟାର ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

Read More-PM Modi Plants Kadamb Sapling Gifted by His Majesty King Charles III

ମୁଖ୍ୟ ଶାସନ ସଚିବ ରାଜ୍ୟରେ ସାର ସମସ୍ୟା ସାର ଅଭାବ ସାର ସମସ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରୁ ଜୟଶଙ୍କରଙ୍କୁ ଖୋଲା ଚିଠି: ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଲେ ଏହି ନେତା

January 2, 2026

ବିଏମସି ନିର୍ବାଚନ: କଂଗ୍ରେସକୁ ବଡ଼ ଝଟକା, ଏହି ଦୁଇ ନେତା ସହ ବିଜେପିରେ ଯୋଗ ଦେଲେ ଶତାଧିକ କର୍ମୀ

January 2, 2026

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ମୃତକଙ୍କ ପରିଚୟ ଖୋଜୁଛି ପୋଲିସ

January 2, 2026

ପବିତ୍ର ପିପ୍ରାହୱା ଅବଶେଷର ଅର୍ନ୍ତଜାତୀୟ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

January 2, 2026
Latest News

ପାକିସ୍ତାନରୁ ଜୟଶଙ୍କରଙ୍କୁ ଖୋଲା ଚିଠି: ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଲେ ଏହି ନେତା

January 2, 2026

ବିଏମସି ନିର୍ବାଚନ: କଂଗ୍ରେସକୁ ବଡ଼ ଝଟକା, ଏହି ଦୁଇ ନେତା ସହ ବିଜେପିରେ ଯୋଗ ଦେଲେ ଶତାଧିକ କର୍ମୀ

January 2, 2026

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ମୃତକଙ୍କ ପରିଚୟ ଖୋଜୁଛି ପୋଲିସ

January 2, 2026

ପବିତ୍ର ପିପ୍ରାହୱା ଅବଶେଷର ଅର୍ନ୍ତଜାତୀୟ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

January 2, 2026

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.